ବ୍ୟାଡ଼ମିଣ୍ଟନ ଖେଳି ଜାତୀୟ ଉପକନିଷ୍ଟ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପର ଶୁଭାରମ୍ଭ କଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ୩୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୫୦୦ରୁ ଅଧିକ ଉଦୀୟମାନ ସଟଲର ପୂର୍ଣ୍ଣ ଉତ୍ସାହ ସହ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଯାହାକି ଆଜିଠାରୁ ସମକାଳିନ ଭାବେ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ସହିଦ୍ ନଗଦ ଇଣ୍ଡୋର ହଲ୍ଠାରେ ଆୟୋଜିତ ହୋଇଛି ।


ପ୍ରଥମ ଥର ପାଇଁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ଓଡିଶା ଷ୍ଟେଟ୍ ବ୍ୟାଡ୍ମିଣ୍ଟନ ଆସୋସିଏଶନ (ଓଏସବିଏ) ଏହି ପ୍ରତିଯୋଗିତାର ପରିଚାଳନା କରୁଛି । ଏହି ଛଅ ଦିନିଆ ପ୍ରତିଯୋଗିତାକୁ ଅସିତ୍ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ, ଓଡିଶା ସରକାର, ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଆଇଏ)ର ଉପାଧ୍ୟକ୍ଷ ଓ ଡି ଶର୍ମା, ଓଏସବିଏ ଅଧ୍ୟକ୍ଷ ରୋହିତ ପୂଜାରୀ ଓ ଟୂର୍ଣ୍ଣାମେଣ୍ଟ କନଭେନର ରାଜେଶ ପାଟିଲଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଛି ।
ବାଂଲାଦେଶ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜର ଓମେନସ ଡବଲ୍ସରେ ରନର୍ସ–ଅପ୍ ହେବା ପରେ ଢାକାରୁ ଫେରି ଏଠାରେ ପହଞ୍ôଚଥିବା ଓଡିଶାର ଚାମ୍ପିଅନ ଖେଳାଳୀ, ଋତୁପର୍ଣ୍ଣା ପଣ୍ଡା ଏହି ଉଦଘାଟନ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲେ । ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଋତୁପର୍ଣ୍ଣା ଏଠାରେ ଖୁବ୍ ଉତ୍ସାହିତ ଜଣାପଡୁଥିଲେ ଏବଂ ନିଜର ସାମ୍ପ୍ରତିକ ଅଭିଜ୍ଞତା ବାଣ୍ଟିବା ସହ ଚଳିତ ପ୍ରତିଯୋଗିତାରେ ଯୁବପୀଢୀର ସଟଲରଙ୍କୁ ଭଲ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲେ ।


ଏହି ପ୍ରତିଯୋଗିତାର ପ୍ରଥମ ଦିନ ଆଜି ୧୫ ଓ ୧୭ ବର୍ଷରୁ କମ୍ ଡବଲ୍ସ ଇଭେଣ୍ଟରେ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ସହ ଆରମ୍ଭ ହୋଇଥିଲା । ଏହାପରେ୧୫ ବର୍ଷରୁ କମ୍ ବାଳକ ଓ ବାଳିକା ସିଙ୍ଗଲସ ଇଭେଣ୍ଟ ଏକାସଙ୍ଗେ ଖେଳାଯାଇଥିଲା । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବ୍ୟାଡ଼ମିଣ୍ଟନରେ ଏକ ଜାତୀୟ ପ୍ରତିଯୋଗିତାର ଆୟୋଜକ ହୋଇଥିବାରୁ ଉଭୟ ସ୍ଥାନରେ ଆଜି ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ବ୍ୟାଡମିଣ୍ଟନ ଫଲୋଅର ହରିଶ ମିଶ୍ର କହିଛନ୍ତିଯେ, “ସମସ୍ତ ବ୍ୟବସ୍ଥା ଉଚ୍ଚକୋଟୀର ହୋଇଥିବାବେଳେ କିଶୋର ଖେଳାଳିମାନେ ଉଚ୍ଚମାନର ବ୍ୟାଡ୍ମିଣ୍ଟନ ଖେଳିଥିଲେ । ସେହିପରି ଜଣେ କଲେଜ ଛାତ୍ରୀ ସହେଲି ଦାସ୍ କହିଛନ୍ତିଯେ, ଷ୍ଟାଡିୟମ ଭିତରେ ମ୍ୟାଚ୍ଗୁଡିକର ଲାଇଭ୍ ଷ୍ଟ୍ରିମିଂ ଖୁବ୍ ଚମକ୍ରାର ରହିଛି । ଏହା ଉପସ୍ଥିତ ଦର୍ଶକଙ୍କୁ ଖେଳାଳି ଓ ମ୍ୟାଚର ସ୍କୋର ଜାଣିବାରେ ସହାୟକ ହୋଇପାରୁଛି ।”

Comments are closed.