ଆଇକୋନିକ୍ ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନ ଏବେ ନୂଆ ରୂପରେ


ଭୁବନେଶ୍ୱର: ଦେଶରେ ସର୍ବାଧିକ ବିକ୍ରି ହେଉଥିବା ହ୍ୱିସ୍କି, ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନ ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ରାଣ୍ଡ ନବୀକରଣର ଘୋଷଣା କରାଯାଇଛି । ବ୍ରାଣ୍ଡର ଏହି ନୂତନ ଆଭିମୁଖ୍ୟ ଏକ ନୂତନ ଲୋଗୋ ୟୁନିଟ୍‌, ଏକ ଉନ୍ନତ-ସନ୍ତୁଳିତ ହ୍ୱିସ୍କି ଓ ଏକ ସ୍ଥାୟୀ ପ୍ୟାକେଜିଙ୍ଗ୍‌କୁ ଅନ୍ତର୍ଭୁକ୍ତ କରିବ, ଯାହାକି ଏହି ବ୍ରାଣ୍ଡ ପାଇଁ ୧୯୬୮ରେ ଶୁଭାରମ୍ଭ ହେବା ପରଠାରୁ ସବୁଠାରୁ ବଡ ପରିବର୍ତନ ହେବ । ଏହି ନୂତନ ପ୍ୟାକ୍ ଗ୍ରାହକଙ୍କୁ ଏକ ଉନ୍ନତ ଅଭିଜ୍ଞତା ପ୍ରଦାନ କରି ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନ ବ୍ରାଣ୍ଡର ଆଧୁନିକୀକରଣ କରିବା ତଥା ଏହାକୁ ଦେଶର ପସନ୍ଦନୀୟ ହ୍ୱିସ୍କି ବ୍ରାଣ୍ଡ ଭାବେ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ପ୍ୟାକ୍ ଡିଜାଇନ୍ ପରିଚିତ ଲୋଗୋ ସମେତ ମ୍ୟାକ୍ ଡୋୱେଲସ୍‌ର ସ୍ୱତନ୍ତ୍ର ଉପାଦାନଗୁଡିକୁ ବଜାୟ ରଖିଛି । ଏହାର ବୋତଲରେ ଏବେ ଏକ ଆଧୁନିକ କଂଟେମ୍ପରାରି ଡିଜାଇନ୍‌କୁ ସାମିଲ କରାଯିବ, ଯାହାକି ବର୍ତମାନର ବୋତଲ ତୁଳନାରେ ସ୍ୱଳ୍ପ ଲମ୍ବା ରହିବ ଏବଂ ଏହା ବୋତଲକୁ ଏକ ପ୍ରିମିୟମ ଲୁକ୍ ପ୍ରଦାନ କରିବ । ନୂଆ ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନ ମୂଳ ସ୍ୱାଦକୁ ବଜାୟ ରଖି ଉନ୍ନତ ସୁଗନ୍ଧ ଓ ଅନୁଭବ ସହିତ ଏକ ଅଧିକ ସନ୍ତୁଳିତ ହ୍ୱିସ୍କି ଅଭିଜ୍ଞତା ଆଣିବାକୁ ପ୍ରତିଶ୍ରୁତି ଦେଇଛି । ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନ ଲକ୍‌ଜରି, ଦ ସ୍ମୁଦେଷ୍ଟ ନମ୍ବର ୱାନ୍‌, ଏହାର ବିବିଧ ଉପଭୋକ୍ତା ପୋର୍ଟଫୋଲିଓ ପାଇଁ ଏକ ଉନ୍ନତ ଅନୁଭବ ପ୍ରଦାନ କରିବ ।
ଏହି ନୂତନ ଲୋଗୋ ସମ୍ପର୍କରେ ଡିଆଜିଓ ଇଣ୍ଡିଆର ଇଭିପି ମାର୍କେଟିଙ୍ଗ୍ ଆଣ୍ଡ ପୋର୍ଟଫୋଲିଓ ହେଡ୍ ଅମରପ୍ରିତ ଆନନ୍ଦ କହିଛନ୍ତି ଯେ, “ସବୁ ସମାବେଶରେ ବନ୍ଧୁତ୍ୱକୁ ବଜାୟ ରଖିବା ପାଇଁ ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନ ୧୯୬୮ ପରଠାରୁ ଏକ ନିରନ୍ତର ଯାତ୍ରା ଜାରି ରଖିଛି । ଆପଣଙ୍କ ନିକଟକୁ ଦୁଇଟି ନୂତନ ସ୍ୱତନ୍ତ୍ର ଭାରିଆଂଟ୍‌- ଭଲ ଭାବେ ସନ୍ତୁଳିତ ଦ ନମ୍ବର ୱାନ୍ ଓରିଜିନାଲ ଓ ନମ୍ବର ୱାନ୍ ଲକ୍‌ଜରି (ଯାହା ଏବେ ସ୍ମୁଦେଷ୍ଟ ନମ୍ବର ୱାନ୍‌)କୁ ଆଣି ଖୁବ୍ ଉତ୍ସାହିତ ରହିଛୁ ।” ଏହି ଡିଜାଇନ୍ ସମ୍ପର୍କରେ ଡିଜାଇନ୍ ବ୍ରିଜ୍‌ର କ୍ରିଏଟିଭ୍ ଡାଇରେକ୍ଟର ଜନ୍ ନିଲ୍ କହିଛନ୍ତି ଯେ, “ଏହି ନବୀକରଣ ମ୍ୟାକ୍‌ଡୋୱେଲ୍‌ସ ନମ୍ବର ୱାନର ଦୃଶ୍ୟମାନ ଭାଷାର ଏକ ସମ୍ପୂର୍ଣ୍ଣ ରୂପାନ୍ତରଣର ସଙ୍କେତ ଅଟେ ।” ଏହି ବ୍ରାଣ୍ଡ ପ୍ରଥମ ଥର ପାଇଁ ଏହାର ସମସ୍ତ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ଯୋଗାଯୋଗରେ ମହିଳାଙ୍କୁ ସାମିଲ କରିବ । ଗିନିସ୍‌, ସ୍ମିର୍‌ନଫ୍‌, ଟାଂକ୍ୱେରେ, ଜର୍ଡନ୍‌ସ ଓ ଦ ସିଙ୍ଗଲ୍‌ଟନ୍ ଭଳି ଆଇକୋନିକ୍ ବ୍ରାଣ୍ଡଗୁଡିକର ନବୀକରଣ ପଛରେ ଥିବା ଟିମ୍ ଡିଜାଇନ୍ ବ୍ରିଜ୍ ଦ୍ୱାରା ଏହି ନବୀକରଣ ପରିଚାଳିତ । ନୂତନ ଅଭିଯାନ ହାଜ୍‌ଟ୍ୟାଗ୍ ଦ ନ୍ୟୁ ନମ୍ବର ୱାନ ଏବଂ ହାଜ୍‌ଟ୍ୟାଗ୍ ଚେଞ୍ଜ୍‌ଡ ୱିଥ ୟୁ ଏହାର ଯୋଗାଯୋଗ ଜରିଆରେ ସମସ୍ତ ପ୍ରତିବନ୍ଧକୁ ଏଡ଼ାଇ ଆଗକୁ ବଢ଼ିଚାଲିବ ।


Share It

Comments are closed.