ଭାରତରେ ପହଂଚିଲା ଆଇକୋନିକ୍ ଅଲ୍‌-ନ୍ୟୁ ମିନିରେଞ୍ଜ୍‌ର କାର୍‌


ଭୁବନେଶ୍ୱର: ମିନି ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଅଲ୍‌-ନ୍ୟୁ ମିନି ୩-ଡୋର୍ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍ ଓ ଅଲ୍‌-ନ୍ୟୁ ମିନି ଜନ୍ କୁପର ୱର୍କସ ହ୍ୟାଚ୍ ଶୁଭାରମ୍ଭ କରାଯାଇଛି । ଏହି ଅଲ୍‌-ନ୍ୟୁ ମିନି ରେଞ୍ଜ୍ କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ୍‌ସ ରୂପେ ପେଟ୍ରୋଲ ଇଞ୍ଜିନ୍‌ରେ ଉପଲବ୍ଧ ହେବ । ଟେଷ୍ଟ ଡ୍ରାଇଭ୍ ଓ ବୁକିଙ୍ଗ୍ ସମସ୍ତ ମିନି ଅଥୋରାଇଜ୍‌ଡ ଡିଲର୍‌ଗୁଡିକରେ ଏବଂ ମିନି ଅନ୍‌ଲାଇନ୍ ସପ୍ (ଗ୍ଦଷକ୍ଟକ୍ଟ୍ର.ଜ୍ଞସଦ୍ଭସ.ସଦ୍ଭ)ରେ ଖୋଲା ରହିଛି । ମିନି ଏବେ ଏହାର ନୂତନ ରେଞ୍ଜ୍‌ର ଉତ୍ପାଦଗୁଡିକୁ ଭାରତରେ ପ୍ରିମିୟମ କମ୍ପାକ୍ଟ କାର୍ ସେଗ୍‌ମେଂଟ୍‌ରେ ପ୍ରଦାନ କରୁଛି ।
ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ବିକ୍ରମ ପାୱା କହିଛନ୍ତି, “ଆରମ୍ଭ ହେବା ପରଠାରୁ ଅଥେଂଟିକ୍ ଡିଜାଇନ୍‌, ସ୍ୱତନ୍ତ୍ର ଷ୍ଟାଇଲ୍ ଓ ଚାଳନା ଗୁଣ ଆଇକୋନିକ୍ ମିନିକୁ ସ୍ୱତନ୍ତ୍ର ଓ ପୃଥକ୍ କରୁଛି । ମଡର୍ଣ୍ଣ ମିନି ଲଂଚ୍ ହେବାର ୨୦ ବର୍ଷ ପରେ, ନୂଆ ମଡେଲ ପିଢି ପୁଣିଥରେ ଏହାକୁ ପୁନଃଆବିଷ୍କାର କରିବା ଜାରି ରଖିଛନ୍ତି ଏବଂ ଏହାର ଭାବନାତ୍ମକ ଡିଜାଇନ୍‌, ଗୋ-କାର୍ଟ ଫିଲ୍ ଓ ଚତୁର କାର୍ଯ୍ୟକାରିତାକୁ ବଢାଇଥାଏ । ଆମେ ଭାରତରେ ଆମର ଗ୍ରାହକମାନଙ୍କୁ ମାର୍ଚ୍ଚରେ ନ୍ୟୁ ମିନି କଂଟ୍ରିମ୍ୟାନ୍ ଏବଂ ବର୍ତମାନ ଅଲ୍‌-ନ୍ୟୁ ମିନି ୩-ଡୋର୍ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍ ଓ ଅଲ୍‌-ନ୍ୟୁ ମିନି ଜନ୍ କୁପର ୱର୍କସ ହ୍ୟାଚ୍‌ର ଲଂଚ୍ ସହିତ ମିନି ଉତ୍ପାଦଗୁଡିକର ସମ୍ପୂର୍ଣ୍ଣ ନୂତନ ରେଞ୍ଜ୍ ପ୍ରଦାନ କରି ଖୁବ୍ ଆନନ୍ଦିତ ।”
ଅଲ୍‌-ନ୍ୟୁ ମିନି ୩-ଡୋର୍ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍ ଓ ଅଲ୍‌-ନ୍ୟୁ ମିନି ଜନ୍ କୁପର ୱର୍କସ ହ୍ୟାଚ୍ ଏକ ଗଭୀର ମେକ୍‌ଓଭର୍‌, ଏକ ଉନ୍ନତ ଷ୍ଟାଣ୍ଡାର୍ଡ ପ୍ରୋଫାଇଲ ଓ ଏକ ସରଳ ଅଫର୍ ଢାଂଚା ସହିତ ବିବର୍ତନର ପରବର୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି । ଏହି ନୂତନ ପିଢିର କାର୍‌ଗୁଡିକ ମିନିର ନୂଆ ବ୍ରାଣ୍ଡ କ୍ୟାମ୍ପେନ୍ ‘ବିଗ ଲଭ୍‌’କୁ ମଧ୍ୟ ଉନ୍ମୋଚନ କରୁଛନ୍ତି, ଯାହା ବିବିଧତାକୁ ଧାରଣ କରି ଏହାର ବ୍ୟକ୍ତିତ୍ୱକରଣକୁ ପାଳନ କରୁଥିବା ଅନନୁକରଣୀୟ ଉତ୍ସାହକୁ କ୍ୟାପ୍‌ଚର କରୁଛି । ନୂଆ ବିଗ ଲଭ ବ୍ରାଣ୍ଡ କ୍ୟାମ୍ପେନ ପ୍ରିଂଟ୍‌, ଡିଜିଟାଲ, ଅନ୍‌ଲାଇନ୍ ଓ ମିନି ଶୋ’ରୁମ୍‌ଗୁଡିକରେ ଲାଇଭ୍ ହେବ । ଅଲ୍‌-ନ୍ୟୁ ମିନି ୩-ଡୋର୍ ହ୍ୟାଚ୍‌, ଅଲ୍‌-ନ୍ୟୁ ମିନି କନ୍‌ଭର୍ଟିବୁଲ୍ ଓ ଅଲ୍‌-ନ୍ୟୁ ମିନି ଜନ୍ କୁପର ୱର୍କସ ହ୍ୟାଚ୍‌ର ପେଟ୍ରୋଲ ଇଞ୍ଜିନ୍ ଭାରିଆଂଟ୍‌ଗୁଡିକର ଏକ୍ସ-ଶୋରୁମ୍ ମୂଲ୍ୟ ଯଥାକ୍ରମେ ୩୮,୦୦,୦୦୦ଟଙ୍କା, ୪୪,୦୦,୦୦୦ଟଙ୍କା ଏବଂ ୪୫,୦୦,୦୦୦ଟଙ୍କା ରହିଛି ।
କଷ୍ଟମାଇଜ୍‌ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁସନକୁ ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଡିଜାଇନ୍ କରାଯାଇପାରିବ ଯାହା ଉନ୍ନତ ମୂଲ୍ୟ ଓ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରୁଛି । ମିନି ଇଣ୍ଡିଆ ସୁରକ୍ଷିତ ଓ ବିସ୍ତୃତ ମାଲିକାନା ପ୍ୟାକେଜ୍ ପ୍ରଦାନ କରୁଛି ଯେଉଁଥିରେ ସର୍ଭିସ୍ ଇନ୍‌କ୍ଲୁସିଭ୍‌, ରିପେୟାର ଇନ୍‌କ୍ଲିସିଭ୍ ଓ ମିନି ସିକ୍ୟୋର୍ ସାମିଲ ରହିଛି ଯାହା ମାଲିକାନା ଖର୍ଚ୍ଚକୁ ହ୍ରାସ କରୁଛି । ଗ୍ରାହକମାନେ ଅବଧି ଓ ମାଇଲେଜ୍ ଅନୁଯାୟୀ ଏକାଧିକ ସର୍ଭିସ୍ ପ୍ଲାନ୍ ମଧ୍ୟରୁ ଗୋଟିଏ ଚୟନ କରିପାରିବେ । ଏହି ପ୍ୟାକେଜ୍‌ଗୁଡିକ କଣ୍ଡିସନ୍ ବେସ୍‌ଡ ସର୍ଭିସେସ୍ ଓ ୩ ବର୍ଷ / ୪୦,୦୦୦ କି.ମି.ରୁ ୧୦ ବର୍ଷ / ୨,୦୦,୦୦୦ ମଧ୍ୟରେ ପ୍ଲାନ୍‌ଗୁଡିକ ସହିତ ମରାମତି କାର୍ଯ୍ୟକୁ କଭର୍ କରୁଛି ।


Share It

Comments are closed.