ଦେଶ ମଧ୍ୟରେ ସାମଗ୍ରୀ ପରିବହନ ଉପରେ କଟକଣା ନେଇ ପୁନର୍ବାର ସ୍ପଷ୍ଟୀକରଣ ଦେଲେ ଗୃହ ମନ୍ତ୍ରଣାଳୟ


ଦେଶରେ କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସ୍ଥିତିକୁ ନେଇ ଗୃହ ମନ୍ତ୍ରଣାଳୟ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ମଧ୍ୟରେ ଜିନିଷ ପତ୍ରର ପରିବହନରେ ରୋକ ନାହିଁ । ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ କିମ୍ବା ଫ୍ୟାକ୍ଟରୀରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଜିଲ୍ଳା ପ୍ରଶାସନଙ୍କ ତରଫରୁ ପାସ୍ ପ୍ରସ୍ତୁତ କରାଯାଉ । ଇଂଟର୍ ଏବଂ ଇଂଟ୍ରା ଷ୍ଟେଟ ଟ୍ରାନ୍ସପୋର୍ଟରେ କୌଣସି ସମସ୍ୟା ନାହିଁ । ଗୋଦାମରେ ସାମଗ୍ରୀ ମହଜୁଦ କରାଯାଇପାରିବ ।
ରବିବାର ଦିନ ପ୍ରେସ କନ୍‌ଫରେନ୍ସରେ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ କହିଛନ୍ତି ଯେ ରାଜ୍ୟ ସରକାରମାନେ ଏହା ସୁନିଶ୍ଚିତ କରନ୍ତୁ ଯେପରି ଜରୁରୀ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶ୍ରମିକମାନଙ୍କୁ ସୂଚାର ରୂପେ ପାସ ଉପଲବ୍ଧ ହେଉ ଯାହାଦ୍ୱାରା ଏହି ୟୁନିଟ ଗୁଡ଼ିକରେ କୌଣସି ବାଧା ଆସିବ ନାହିଁ । ଆଜିକାଲି ଯେହେତୁ ଳକଡାଉନ ଯୋଗୁଁ ୱର୍କ ଫ୍ରମ ହୋମ ଚାଲିଛି । ତେଣୁ ସୋସିଆଲ ମିଡିଆ ଏବଂ ଡିଜିଟାଲ ଟ୍ରାନ୍ସାକ୍ସନର ବ୍ୟବହାର ମଧ୍ୟ ବଡ଼ିଯାଇଛି । ଏଭଳି ସ୍ଥଳେ ସାଇବର ସୁରକ୍ଷାର ବିଷୟ ବେଶ ମହତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ଗୃହ ମନ୍ତ୍ରଣାଳୟ ଟ୍ୱିଟର୍‌ରେ ସାଇବର ଦୋସ୍ତ ନାମକ ଏକ ଆକାଉଂଟ ଆରମ୍ଭ କରିଛନ୍ତି ଏହାକୁ ଅନୁସରଣ କରି ଲୋକମାନେ ସାଇବର ସହ ଜଡ଼ିତ ସତର୍କତା ଆଦି ସମ୍ପର୍କରେ ସୂଚନା ହାସଲ କରିପାରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ହଟ୍‌ସ୍ପଟ୍ ଅଂଚଳ ଗୁଡ଼ିକରେ ଘର ଘର ଯାଇ ଆବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରାଯାଉଛି । ଏଥିପାଇଁ ଭଲ୍ୟୁଂଟର ଏବଂ ସିଭିଲ ଏଜେନ୍ସି ଗୁଡ଼ିକର ସହଯୋଗ ନେଉଛୁ । କେତେକ ସ୍ଥାନରେ ଭାରତୀୟ ଯବାନମାନେ ମଧ୍ୟ ଆଗକୁ ଆସିଛନ୍ତି । ଦେଶର ଅନେକ ଗାଁ ମାନଙ୍କରେ ଏହି ଯବାନମାନେ ଯାଇ ଜରୁରୀ ସାମଗ୍ରୀ ଲୋକଙ୍କ ନୀକଟରେ ପହଂଚାଉଛନ୍ତି ।
ଆଇସିଏମଆର ତରଫରୁ ଡାକ୍ତର ମନୋଜ ମୁରହକର ଜଣାଇଛନ୍ତି ଯେ ୪୦ରୁ ଅଧିକ ଭ୍ୟାକ୍ସିନ ପ୍ରସ୍ତୁତ କରିବାର କାମ ଚାଲୁ ରହିଛି, କିନ୍ତୁ ଏ ପର୍ଯ୍ୟନ୍ତ କେହିମଧ୍ୟ ପରବର୍ତି ସୀମାରେ ପହଂଚି ନାହାନ୍ତି । ସେ ଜଣାଇଛନ୍ତି ଯେ ଏପର୍ଯ୍ୟନ୍ତ କରୋନା ଭାଇରସ ପାଇଁ କୌଣସି ମଧ୍ୟ ଭ୍ୟାକ୍ସିନ ହୋଇନାହିଁ ।
ସରକାର ୧୩ଟି ଦେଶ ପାଇଁ ହାଇଡ୍ରୋକ୍ଳୋରୋକୁଇନ ଜାରି କରିବାର ମଞ୍ଜୁରୀ ଦେଇଛନ୍ତି । ଭାରତ ସରକାରଙ୍କର ମୁଖ୍ୟ ପ୍ରବକ୍ତା କେଏସ ଧତୱାଲିଆ କହିଛନ୍ତି ଯେ କିଛି ଦେଶ ଭାରତରୁ ହାଇଡ୍ରୋକ୍ଳୋରୋକୁଇନ ଯୋଗାଇଦେବାର ଅନୁମତି ପାଇଁ ଅନୁରୋଧ କରିଛନ୍ତି । ଘରୋଇ ଆବଶ୍ୟକତାର ଆକଳନ ପରେ ଏବଂ ବପର ରଖିବା ପରେ ସରକାର ୧୩ ଟି ଦେଶକୁ ଏହି ଔଷଧ ଯୋଗାଇଦେବାର ମଞ୍ଜୁରୀ ଦେଇଛନ୍ତି । ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆରେ କରୋନା ରୋଗୀଙ୍କ ଠିକ ହେବା ପରେ ସେମାନଙ୍କ ଠାରେ ପୁନର୍ବାର ଭାଇରସର ଲକ୍ଷଣ ଦେଖାଯିବାକୁ ନେଇ ପ୍ରଶ୍ନ ଉପରେ ଅଗ୍ରୱାଲ କହିଛନ୍ତି ଯେ ଏହା ଆମ ପାଇଁ ମଧ୍ୟ ଚିନ୍ତାର କାରଣ, ତେଣୁ ସାମଜିକ ଦୂରତ୍ୱ ପାଳନ କରିବା ଜରୁରୀ ଅଟେ ।


Share It

Comments are closed.