ଦି ହାବିଟାଟ୍ ଟ୍ରଷ୍ଟ ଗ୍ରାଂଟ୍‌ର ୨୦୨୧ ସଂସ୍କରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ


ଭୁବନେଶ୍ୱର: ଭାରତର ପ୍ରାକୃତିକ ବାସସ୍ଥଳୀ ଏବଂ ସେଗୁଡ଼ିକର ସ୍ଥାନୀୟ ପ୍ରଜାତିମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଦି ହାବିଟାଟ ଟ୍ରଷ୍ଟ ପକ୍ଷରୁ ହାବିଟାଟ ଟ୍ରଷ୍ଟ ଗ୍ରାଂଟସ୍ ୨୦୨୧ର ଆବେଦନ ପାଇଁ ଏହାର ପୋର୍ଟାଲ ଖୋଲାହୋଇଯାଇଥିବା ନେଇ ଘୋଷଣା କରାଯାଇଛି । ଏଥିପାଇଁ ଆବେଦନର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । ବିଲୁପ୍ତ ହେବା ସ୍ଥିତିରେ ଥିବା ପ୍ରଜାତିଗୁଡ଼ିକୁ ରକ୍ଷା କରିବାଠାରୁ ଆରମ୍ଭ କରି ଦ୍ରୁତଗତିରେ ବିଲୁପ୍ତ ହେଉଥିବା ପ୍ରାକୃତିକ ବାସସ୍ଥଳୀଗୁଡ଼ିକର ସଂରକ୍ଷଣ ପର୍ଯ୍ୟନ୍ତ ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋନ୍ଧିତ କରିବା ଉଦ୍ଦେଶ୍ୟରେ ଦି ହାବିଟାଟ ଟ୍ରଷ୍ଟ ଗ୍ରାଂଟ ୨୦୨୧ର ରାଶିକୁ ୨୦୨୦ରେ ୮୪ ଲକ୍ଷରୁ ବଢ଼ାଇ ୧.୦୫ କୋଟି ଟଙ୍କା କରିଦିଆଯାଇଛି । ଏହା ବ୍ୟତୀତ ଚାରୋଟି ଗ୍ରାଂଟ ବର୍ଗରୁ ପ୍ରତ୍ୟେକରୁ ଗ୍ରାଂଟ ରାଶିର ୧୦ ପ୍ରତିଶତ ରାଶି ସେହି ଆଠ ଫାଇନାଲିଷ୍ଟଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ମୂଲ୍ୟାଙ୍କନର ଅନ୍ତିମ ରାଉଣ୍ଡ ପର୍ଯ୍ୟନ୍ତ ପହଂଚିବେ । ଏହିଭଳି ଭାବେ ଏହି ବର୍ଷ ଗ୍ରାଂଟର ସମୁଦାୟ ରାଶି ୧.୨୬ କୋଟି ହୋଇଯିବ । ଦି ହାବିଟାଟ ଟ୍ରଷ୍ଟ ଚାରୋଟି ଶ୍ରେଣୀରେ ଚୟନକରାଯାଇଥିବା ପରିଯୋଜନାଗୁଡ଼ିକୁ ଗ୍ରାଂଟ ପ୍ରଦାନ କରାଯିବା ଅବଧିକୁ ବଢ଼ାଇ ଦୁଇବର୍ଷ କରିଦେଇଛି ଯାହାକି ଆଗରୁ ଏକ ବର୍ଷ ଥିଲା । ଏହାର ଉଦ୍ଦେଶ୍ୟ ହେଉଛି ବିଜେତାମାନଙ୍କୁ ଗ୍ରାଂଟର ସର୍ବଶ୍ରେଷ୍ଠ ଉପଯୋଗ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଯାହାଦ୍ୱାରା ସେମାନେ ଗଭୀର ପ୍ରଭାବ ସୃଷ୍ଟି କରିପାରିବେ ।
ଦି ହାବିଟାଟ ଟ୍ରଷ୍ଟର ପ୍ରୋଜେକ୍ଟ ଡାଇରେକ୍ଟର ତ୍ରିଶା ଘୋଷ କହିଛନ୍ତି ଯେ, “ଦି ହାବିଟାଟ୍ ଟ୍ରଷ୍ଟ ଗ୍ରାଂଟର ଏହା ଚତୁର୍ଥ ବର୍ଷ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାକୁ ମିଳିଥିବା ପ୍ରତିକ୍ରିୟାକୁ ନେଇ ଆମେ ବେଶ ଆନନ୍ଦିତ । କମ୍ ଜଣାଶୁଣା ପ୍ରାକୃତିକ ବାସସ୍ଥଳୀ ଏବଂ ପ୍ରଜାତି ଉପରେ ଧ୍ୟାନ ଦେବା ନେଇ ଆମର ନିଷ୍ପତି ପାଇଁ ଆମେ ବିଭିନ୍ନ ସଂରକ୍ଷଣ ବିଶେଷଜ୍ଞମାନଙ୍କ ଠାରୁ ପ୍ରଶଂସା ଗ୍ରହଣ କରିଛୁ । କାରଣ ଅଧିକ ଜଣାଶୁଣା ପ୍ରଜାତି ତୁଳନାରେ ଏଗୁଡ଼ିକ ପାଇଁ ଉତ୍ସ ପାଇବା ଅଧିକ ଆହ୍ୱାନପୂର୍ଣ୍ଣ ଅଟେ । ତେଣୁ ଏହିବର୍ଷ ଆମେ ଆମର ଗ୍ରାଂଟର ଅବଧିକୁ ବଢ଼ାଇଦେଇଛୁ ଏବଂ ପାଣ୍ଠିର ପରିମାଣକୁ ମଧ୍ୟ ବୃଦ୍ଧି କରିଛୁ । ଯଦି ଆମେ ଏହି ପ୍ରଜାତିଗୁଡ଼ିକର ସଂରକ୍ଷଣ ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଭାବକୁ ବଢ଼ାଇପାରିବୁ ତେବେ ଆମକୁ ବହୁତ ଖୁସି ଲାଗିବ ।”
ଭାରତର ଜୈବ ବିବିଧତାର ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ଯେକୌଣସି ସଂସ୍ଥା ସେମାନଙ୍କ ନିର୍ଦ୍ଧିଷ୍ଟ ବର୍ଗରେ ଅନୁଦାନ ପାଇଁ ଆବେଦନ କରିପାରିବେ । ଯେଉଁଥିରେ ଷ୍ଟ୍ରାଟଜିକ ପାର୍ଟନରସିପ ଗ୍ରାଂଟ(୩୫ ଲକ୍ଷ ଟଙ୍କା), କମ୍ ଜଣାଶୁଣା ପ୍ରାକୃତିକ ବାସସ୍ଥଳୀ ଗ୍ରାଂଟ(୩୦ ଲକ୍ଷ ଟଙ୍କା), କମ୍ ଜଣାଶୁଣା ପ୍ରଜାତି ଗ୍ରାଂଟ (୨୫ ଲକ୍ଷ ଟଙ୍କା) ଅନ୍ତର୍ଭୁକ୍ତ ରହିବ । ସେହିଭଳି ଯେଉଁମାନେ ଜଣେ ଫୁଲ-ଟାଇମ କର୍ମଚାରୀ କିମ୍ବା ବୋର୍ଡ ସଦସ୍ୟ ଭାବେ କୌଣସି ପଞ୍ଜିକୃତ ଅଣ-ଲାଭକାରୀ ସଂସ୍ଥା ସହିତ ଜଡ଼ିତ ନଥିବେ ସେମାନେ ସଂରକ୍ଷଣ ହିରୋ ଗ୍ରାଂଟ(୧୫ ଲକ୍ଷ ଟଙ୍କା) ପାଇଁ ଆବେଦନ କରିପାରିବେ । ପୂର୍ବର ତିନୋଟି ସଂସ୍କରଣ ଭଳି ହାବିଟାଟ ଟ୍ରଷ୍ଟ ଅନୁଦାନ ପାଇଁ ପ୍ରତ୍ୟେକ ଆବେଦନ କ୍ଷେତ୍ର ବିଶେଷଜ୍ଞ, ବାହ୍ୟ ସମୀକ୍ଷକ, ହାବିଟାଟ ଟ୍ରଷ୍ଟ ଦଳ ଏବଂ ଭାରତ ତଥା ବିଦେଶର ବିଶିଷ୍ଟ ସଂରକ୍ଷଣ ବିଶେଷଜ୍ଞଙ୍କ ଦ୍ୱାରା ଏକ ମଲ୍ଟି ଲେବଲ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ ମୂଲ୍ୟାଙ୍କନ କରାଯିବ ।


Share It

Comments are closed.