ଗୁଡ୍ ଇୟର ଟାୟାର ଆଣ୍ଡ ରବର କମ୍ପାନୀ ଏବଂ ଆସ୍ୟୁରାନ୍ସ ଆଇଏନଟିଏଲ ଲିମିଟେଡ ମଧ୍ୟରେ ସହବନ୍ଧିତା


ଭୁବନେଶ୍ୱର: ଭାରତରେ ଏକ ନୂତନ ଶୃଙ୍ଖଳର ଇଞ୍ଜିନ ଅଏଲର ଶୁଭାରମ୍ଭ ପାଇଁ ଗୁଡ ଇୟର ଟାୟର ଆଣ୍ଡ ରବର କମ୍ପାନୀ ଏବଂ ଆସ୍ୟୁରାନ୍ସ ଆଇଏନଟିଏଲ ଲିମିଟେଡ ସହବନ୍ଧିତ ହୋଇଛନ୍ତି । ଏହି ଅଂଚଳରେ ଗୁଡ ଇୟରର ଟାୟର ଉତ୍ପାଦ ପୋର୍ଟଫୋଲିଓକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଇଞ୍ଜିନ ଅଏଲକୁ ଭାରତ ମଧ୍ୟରେ ହିଁ ପ୍ରସ୍ତୁତ, ସଂଗ୍ରହ ଏବଂ ବିତରଣ କରାଯିବ । ନୂଆ ଦିଲ୍ଲୀ ସ୍ଥିତ ହୋଟେଲ ଶଙ୍ଗ୍‌ରି-ଲା ଠାରେ ଇଞ୍ଜିନ ଅଏଲର ଏହି ନୂତନ ଉତ୍ପାଦ ଶୃଙ୍ଖଳର ଶୁଭାରମ୍ଭ କରାଯାଇଛି । ଏକ ସ୍ୱୀକୃତିପ୍ରାପ୍ତ ସହବନ୍ଧିତା ଅଧିନରେ ଏହି ଉତ୍ପାଦ ଶୃଙ୍ଖଳରେ ଗ୍ରୀସ, ବ୍ରେକ ଫ୍ଲୁଇଡ, ଟ୍ରାନ୍ସମିସନ ଅଏଲ, ଟ୍ରାକ୍ଟର ଅଏଲ, ଡିଜେଲ ଏକ୍ସହଷ୍ଟ ଫ୍ଲୁଇଡ, ଗିୟର ଅଏଲ ଏବଂ ହାଇଡ୍ରଲିକ ଅଏଲ ସମେତ ଏକାଧିକ ବାହନ ପାଇଁ ଲୁବ୍ରିକାଂଟର ସମ୍ପୂର୍ଣ୍ଣ ରେଞ୍ଜ ରହିଛି ।
ଏହା ସମ୍ପର୍କରେ ଆସ୍ୟୁରାନ୍ସ ଆଇଏନଟିଲ ଲିମିଟେଡ-ଗୁଡଇୟର ଲୁବ୍ରିକାଂଟର ସେଲ, ମାର୍କେଟିଙ୍ଗ ଏବଂ ଅପରେସନର କଂଟ୍ରି ହେଡ ଶ୍ରୀ ସଞ୍ଜୟ ଶର୍ମା କହିଛନ୍ତି ଯେ, “ ବ୍ରାଣ୍ଡ ସର୍ବୋଚ୍ଚ ଗୁଣବତା, ଅଭିନବ ଉତ୍ପାଦ ବିତରଣ କରିଥାଏ, ଯାହା ଆପଣଙ୍କୁ ଅଧିକ କରିବାକୁ ପ୍ରେରଣା ଦେଇଥାଏ । ଗୁଡଇୟର ସଚ୍ଚୋଟତାର ଦୃଢ ମୂଲ୍ୟବୋଧ ପ୍ରଦାନ କରି ଉଭୟ ଆମର ପରିବେଶ ଏବଂ ସବୁଦାୟ ପ୍ରତି ଯତ୍ନକୁ ସୁନିଶ୍ଚିତ କରିଥାଏ ।”


Share It

Comments are closed.