ସାମ୍ନାକୁ ଆସିଲା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ର ଟିଜର୍, ଦେଖନ୍ତୁ ଭିଡିଓ


ବଲିଉଡରେ ଇଂଟେନ୍ସ ମର୍ଡର ମିଷ୍ଟ୍ରି ଉପରେ ନିର୍ମିତ ଚଳଚ୍ଚିତ୍ର ଖୁବ କ୍ୱଚିତ୍ ଦେଖାଯାଏ | କିନ୍ତୁ ଅତୀତରେ, ଏହି ଟ୍ରେଣ୍ଡର୍ ପରିବର୍ତ୍ତନ ଆସିଛି | ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପରିଣୀତି ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଦି ଗର୍ଲ ଅନ୍ ଦ ଟ୍ରେନ୍ (The Girl on the Train) ଯାହାର ଟିଜର ଏବେ ରିଲିଜ୍ ହୋଇଛି।

ଫିଲ୍ମର ସୁଟିଂ ଗତ ବର୍ଷ ଶେଷ ହୋଇଯାଇଥିଲା। ଦର୍ଶକ ବହୁ ଦିନ ଧରି ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଶେଷରେ ଫିଲ୍ମର ଟିଜର୍ ସାମ୍ନାକୁ ଆସିବା ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପରିଣୀତି ଚୋପ୍ରାଙ୍କ ଏହି ଫିଲ୍ମ ସିନେମାଘର ପରିବର୍ତ୍ତେ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଫିଲ୍ମଟି ଫେବୃଆରୀ ୨୬ ତାରିଖରେ ରିଲିଜ୍ ହେବ।

ଏହି ଫିଲ୍ମ ପୂର୍ବରୁ ୨୦୨୦ ମେ’ ୮ ତାରିଖରେ ରିଲିଜ ହେବାର ଥିଲା। ଫିଲ୍ମର ଟିଜର୍ ଦର୍ଶକଙ୍କ ମନରେ ଉତ୍ସୁକତା ଭରି ଦେଇଛି। ନେଟଫ୍ଲିକ୍ସ ଏହି ଫିଲ୍ମର ଟିଜର ରିଲିଜ କରି ଲେଖିଛି, ‘ଅତୀତ ହିଁ ଭବିଷ୍ୟତ ବଞ୍ଚାଇ ପାରିବ’। ନଜର ପକାନ୍ତୁ ଏହାର ଟିଜର ଉପରେ..

ଟିଜର ସହ ପରିଣୀତି ଚୋପ୍ରା ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି। ଫିଲ୍ମରେ ପରିଣୀତି ଚୋପ୍ରାଙ୍କ ସହ ଅଭିନେତ୍ରୀ ଅଦିତି ରାଓ ହୈଦରି, କୃତି କୁଲ୍ହାରି ଓ ଅବିନାଶ ତିୱାରି ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରିଭୁ ଦାସଗୁପ୍ତା।


Share It

Comments are closed.