ଜାଣନ୍ତୁ କେତେକ ବିଶିଷ୍ଟବ୍ୟକ୍ତି ନିଜ ଜୀବନସାଥୀଙ୍କୁ ଦେଇଥିବା ବହୁମୂଲ୍ୟ ଉପହାର ସଂପର୍କରେ


ଉପହାର ସମସ୍ତଙ୍କ ମନରେ ଏକ ନୂତନ ଉତ୍ସାହ ଜାଗ୍ରତ କରାଇଥାଏ କିନ୍ତୁ ସ୍ତ୍ରୀଙ୍କୁ ଉପହାର ଦେବା କଥା ସାମ୍ନାକୁ ଆସିଲେ ପ୍ରଥମେ ମନକୁ ଆସିଥାଏ ବଜେଟର କଥା, ତାହା ହଜାର, ୧୦ ହଜାର କିମ୍ବା ୧୦ ଲକ୍ଷ୍ୟ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହିସବୁ ବ୍ୟକ୍ତିମାନେ ତାଙ୍କ ସ୍ତ୍ରୀ ମାନଙ୍କୁ କେଉଁସବୁ ଦାମିକିଆ ଉପହାର ଦେଇଛନ୍ତି ।

ମୁକେଶ ଅମ୍ବାନୀ –

ପ୍ରଥମେ ବିଶ୍ୱର କେତେକ ଶ୍ରେଷ୍ଟ ଧନୀ ମାନଙ୍କ ମଧ୍ୟରେ ଆସୁଥିବା ରିଲାୟନ୍ସ ଉଦ୍ୟୋଗର ଚେୟାରମ୍ୟାନ୍, ମୁକେଶ୍ ଆମ୍ବାନି ତାଙ୍କ ସ୍ତ୍ରୀ ନୀତା ଆମ୍ବାନୀଙ୍କ ୪୪ ତମ ଜନ୍ମଦିନରେ ଏକ ୨୫୦ କୋଟି ଟଙ୍କା ମୂଲ୍ୟର ବିଳାସପୁର୍ଣ୍ଣ ଜେଟ୍ ଉପହାର ଦେଇଥିଲେ । ଏହି ଜେଟରେ ରହିଛି ଗେମିଂ, ମ୍ୟୁଜିକ ସିଷ୍ଟମ୍, ଆକର୍ଷଣୀୟ ବାଥ ରୁମ୍ ଏବଂ ଏକ ମାଷ୍ଟର ବେଡ଼ ରୁମ୍ ।

ଅନିଲ ଅମ୍ବାନୀ –

ଆମ୍ବାନି ପରିବାରର ଅନ୍ୟତମ ସଦସ୍ୟ ହେଉଛନ୍ତି ଅନିଲ ଆମ୍ବାନି ତାଙ୍କ ସ୍ତ୍ରୀ ଟିନା ଆମ୍ବାନିଙ୍କୁ ପାଖାପାଖି ୪୦୦ କୋଟି ଟଙ୍କା ମୂଲ୍ୟର ଏକ ବିଳାଷପୁର୍ଣ୍ଣ ନୌକା ଉପହାର ଦେଇଥିଲେ । ଏହାର ମୂଖ୍ୟ ଆକର୍ଷଣଟି ହେଉଛି ଏହି ନୌକାର ନାମ ଟିନା ଏବଂ ଅନିଲଙ୍କ ନାଁକୁ ମିଶାଇକି ଟାଏନ୍ ରହିଛି ।

ଡେଭିଡ ବେକହମ –

ଡ଼େଭିଡ଼୍ ବେକହମ୍ ତାଙ୍କ ପତ୍ନୀଙ୍କୁ ଜନ୍ମ ଦିନରେ ନାପା ଭ୍ୟାଲିରେ ଏକ ବହୁତ ବଡ଼ ୱାଇନ୍ ଜମି ଉପହାର ସୁରୂପ ଦେଇଛନ୍ତି । ଲୋକପ୍ରିୟ ର୍ୟାପର୍ ଜେ ଜେ ତାଙ୍କର ସିଙ୍ଗର ସ୍ତ୍ରୀଙ୍କ ୨୯ ତମ ଜନ୍ମ ଦିନରେ ୧୨.୫ ଏକରର ଏକ ଆଇସଲ୍ୟାଣ୍ଡ ଉପହାର ସୁରୂପ ଦେଇଛନ୍ତି, ଯାହାର ମୂଲ୍ୟ ପାଖାପାଖି ୨୭ କୋଟି ଟଙ୍କା । ଏହାର ରିଟର୍ଣ୍ଣ ଉପହାରରେ ତାଙ୍କର ସ୍ତ୍ରୀ ଜେ ଜେଙ୍କୁ ୨.୭ ମିଲିୟନ୍ ମୂଲ୍ୟର ଏକ ଜେଟ୍ ଉପହାର ଦେଇଥିଲେ ।

ରାଜ କୁନ୍ଦ୍ରା –

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ତାଙ୍କ ସ୍ୱାମୀ, ରାଜ କୁନ୍ଦ୍ରା ଦୁବାଇର ବୁର୍ଜ ଖଲିପାର ୧୯ତମ ମହଲାରେଥିବା ଏକ ଫ୍ଲାଟକୁ ତାଙ୍କର ପ୍ରଥମ ବିବାହ ବାର୍ଷିକୀରେ ଉପହାର ଦେଇଥିଲେ ।


Share It

Comments are closed.