ଭାରତରେ ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ‘ଏକ୍ସ୩ ଏମ୍‌’ର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଏହାର ବିଏମଡବ୍ଲୁ ଏକ୍ସ୩ ଏମ ର ଶୁଭାରମ୍ଭ ସହିତ ମିଡ୍‌-ସାଇଜ୍ ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ୍‌(ଏସଏଭି) ସେଗ୍‌ମେଂଟ୍‌ରେ ଏହାର ଉଚ୍ଚ ଦକ୍ଷତା ସମ୍ପନ୍ନ ମଡେଲ୍ ଶୃଙ୍ଖଳାରେ ପ୍ରଥମ ଏମ୍ କାର୍‌ର ଶୁଭାରମ୍ଭ କରାଯାଇଛି । ଏହି ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ଏକ୍ସ୩ ଏମ ଦେଶର ବିଏମଡବ୍ଲୁ ଡିଲର୍‌ସିପ୍‌ଗୁଡିକରେ ଏକ ସମ୍ପୂର୍ଣ୍ଣ ବିଲ୍ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଉପଲବ୍ଧ ହେଉଛି । ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ଏକ୍ସ୩ ଏମର ଏକ୍ସ-ଶୋରୁମ୍ ମୂଲ୍ୟ ୯୯,୯୦,୦୦୦ଟଙ୍କା ରହିଛି । ଏହି ନୂତନ କାରରେ ଏକ ନୂତନ ଭାବେ ବିକଶିତ ସିକ୍ସ-ସିଲିଣ୍ଡର ଇନ୍‌-ଲାଇନ୍ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୬୦୦ ଏନ୍‌ଏମ୍ (୪୪୨ଏଲବି-ଏଫଟି)ର ପିକ୍ ଟର୍କ ସହିତ ମିଳିତ ଭାବେ ଏହାର ୩.୦-ଲିଟର୍ ଡିସ୍‌ପ୍ଲେସ୍‌ମେଂଟ୍‌ରୁ ୩୫୩ କେଡବ୍ଲୁ/ ୪୮୦ ଏଚପିର ସର୍ବାଧିକ ଆଉଟ୍‌ପୁଟ୍ ଉତ୍ପନ୍ନ କରିଥାଏ ଏବଂ ୨୫୦ କିମି/ଘଂଟାର ସର୍ବାଧିକ ବେଗ ସହିତ ମାତ୍ର ୪.୨ ସେକେଣ୍ଡରେ ୦-୧୦୦କିମ.ି/ଘଂଟା ଯାଇଥାଏ । ଏଥିରେ ନୂଆ ଏମ ଏକ୍ସଡ୍ରାଇଭ୍ ଅଲ୍‌-ହ୍ୱିଲ୍‌-ଡ୍ରାଇଭ୍ ସିଷ୍ଟମ ରହିଛି । ଏହି ଏମ ଏକ୍ସ ଡ୍ରାଇଭ୍ ସିଷ୍ଟମରେ ଏକ ରିୟର-ହ୍ୱିଲ୍‌ବାୟସ୍ ରହିଛି ଏବଂ ଏହା ୪ଟି ଡ୍ରାଇଭିଙ୍ଗ ମୋଡ୍ ପ୍ରଦାନ କରୁଛି । ସେହଭିଳି ଏଥିରେ ଏମ ସ୍ପେଶିଫିକ୍ ସସ୍‌ପେନ୍‌ସନ,ଏମ-ସ୍ପେଶିଫିକ୍ ଷ୍ଟିଅରିଙ୍ଗ୍ ଅତ୍ୟାଧୁନିକ ବିଏମଡବ୍ଲୁ ସେଫ୍ଟି ଟେକ୍ନୋଲୋଜି ଯେପରିକି ଫ୍ରଂଟ୍‌, ସାଇଡ୍ ଓ ହେଡ୍ ଏୟାରବ୍ୟାଗ୍‌, ଏମ ଡାଇନାମିକ୍ ମୋଡ୍ ସମେତ ଡାଇନାମିକ୍ ଷ୍ଟାବିଲିଟି କଂଟ୍ରୋଲ ଆଦି ଭଳି ଫିଚର ରହିଛି । ଏହି କାର୍ ଲଗେଜ୍ କ୍ଷମତାକୁ ସର୍ବାଧିକ ୧୬୦୦ ଲିଟର୍‌କୁ ବୃଦ୍ଧି ହେବାକୁ ସକ୍ଷମ କରୁଛି ।

ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ଏକ୍ସ୩ ଏମରେ ଏକ ୧୨.୩ ଇଂଚ ମଲ୍ଟିଫଙ୍କ୍‌ସନ ଡିସ୍‌ପ୍ଲେ ଟଚ୍‌ସ୍କ୍ରିନ୍‌, ଆଇଡ୍ରାଇଭ୍ ଟଚ୍ କଂଟ୍ରୋଲର, ମଲ୍ଟିଫଙ୍କ୍‌ସନ ଷ୍ଟିଅରିଙ୍ଗ ହ୍ୱିଲ୍‌ର ବଟନ, ଅପ୍ସନାଲ ବିଏମଡବ୍ଲୁ ଗେସ୍‌ଚର କଂଟ୍ରୋଲ ସହିତ ଭଏସ୍ କଂଟ୍ରୋଲ ଫିଚର ଆଦି ରହିଛି । ଏଥିରେ ବିଏମଡବ୍ଲୁ ଭର୍ଚୁଆଲ ଆସିଷ୍ଟାଂଟ୍‌, ୱାୟାରଲେସ୍ ଚାର୍ଜିଙ୍ଗ୍ ସହିତ ଟେଲିଫୋନି ଓ ହାଇ-ଫାଇ ସ୍ପିକର୍ ସିଷ୍ଟମ ରହିଛି । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ବିକ୍ରମ ପାୱା କହିଛନ୍ତି ଯେ, “ ଏହି ନୂତନ ଏସଏଭି ବିଶ୍ୱସ୍ତରୀୟ ଫିଚରଗୁଡିକ ସହିତ ସୁସଜ୍ଜିତ ରହିଛି, ଯାହାକି ଏହାକୁ ଏହି ବର୍ଗରେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରୁଛି ।“

ଏହି ନୂତନ ମଡେଲ୍‌ରେ ଏକ ବିଏମଡବ୍ଲୁ କିଡ୍‌ନି ଗ୍ରିଲ୍ ୱିଥ୍ ବ୍ଲାକ୍ ଡବଲ୍ ବାର୍‌ସ ରହିଛି । ଏଥିରେ ୨୦-ଇଂଚ୍ ଏମ ଲାଇଟ ଲାଇଟ୍‌-ଆଲୟ ହ୍ୱିଲ୍‌ସ ଆଦି ସାମିଲ ରହିଛି । ଫାର୍ଷ୍ଟ-ଏଭର ବିଏମଡବ୍ଲୁ ଏକ୍ସ୩ ଏମ୍‌ର ଇଂଟେରିୟର୍‌ରେ ଏମ-ଷ୍ଟାଇଲ୍ କକ୍‌ପିଟ୍ ଡିଜାଇନ୍‌ରେ ମେମୋରୀ ସହିତ ଇଲେକ୍‌ଟ୍ରିକାଲି ଆଡଜଷ୍ଟେବୁଲ ସ୍ପୋର୍ଟସ୍ ସିଟ୍‌, ଭର୍ଣ୍ଣାସ୍କା ଲେଦର୍ ଅପ୍‌ହୋଲ୍‌ଷ୍ଟ୍ରୀ, ଆମ୍ବିଏଂଟ ଲାଇଟିଙ୍ଗ୍‌, ଏକ ଏମ-ସ୍ପେଶିଫିକ୍ ଇନ୍‌ଷ୍ଟ୍ରୁମେଂଟ୍ କ୍ଲଷ୍ଟର୍ ଓ ଏକ ରିଷ୍ଟାଇଲ ଏମ ସିଲେକ୍ଟର ଲେଭର୍ ରହିଛି । ଏହାର ପାନୋରମା ସନ୍‌ରୁଫ୍ କ୍ୟାବିନ୍‌ରେ ଅଧିକ ସ୍ଥାନ ସାମିଲ କରୁଛି । ଏହି ଫାଷ୍ଟ ଏଭର ବିଏମଡବ୍ଲୁ ଏକ୍ସ୩ ଏମ ପାଇଁ ଚଳିତ ବର୍ଷ ଡିମ୍ବେର ୩୧ ପୂର୍ବରୁ କରାଯାଇଥିବା ସମସ୍ତ ଅନଲାଇନ (ଗ୍ଦଷକ୍ଟକ୍ଟ୍ର.ଭଜ୍ଞଙ୍ଗ.ସଦ୍ଭ) ବୁକିଙ୍ଗରେ ଗ୍ରାହକମାନେ ଇସ୍‌ପ୍ରାଭା ଲକ୍ସୁରୀ ଭିଲାର ସହଯୋଗିତାରେ ବିଏମଡବ୍ଲୁ ଏଳ୍ସିଲେନ୍ସ କ୍ଲବ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ପିଟାଲିଟି ଅଭିଜ୍ଞତା ଉପଭୋଗ କରିପାରିବେ । ଏହା ସହିତ ଏହି ଯାନର ଏକ୍ସଟେରିୟର ଓ ଇଂଟେରିୟର୍‌ର ଏକ ସମ୍ପୂର୍ଣ୍ଣ ଭ୍ୟୁ ସହିତ ସମସ୍ତ ଫିଚର ଓ ପର୍ସନାଲାଇଜେଶନ ବିକଳ୍ପଗୁଡିକ ବିଷୟରେ ଜାଣିପାରିବେ ।


Share It

Comments are closed.