ଭାରତରେ ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ଏମ୩୪୦ଆଇ ଏକ୍ସ ଡ୍ରାଇଭ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଶକ୍ତିଶାଳୀ ବିଏମଡବ୍ଲୁ ଏମ୩୪୦ଆଇ ଏକ୍ସ ଡ୍ରାଇଭ୍ କାର୍‌ର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ରୂପେ ବିଏମଡବ୍ଲୁ ଗ୍ରୁପ୍ ପ୍ଲାଂଟ୍ ଚେନ୍ନାଇଠାରେ ଉତ୍ପାଦିତ ହୋଇଥିବା ଏହି କାର୍ ହେଉଛି ଏକ ଏମଇଞ୍ଜିନ୍ ସହିତ ଭାରତରେ ନିର୍ମିତ ହୋଇଥିବା ପ୍ରଥମ ଉନ୍ନତ ପ୍ରଦର୍ଶନଭିତିକ ବିଏମଡବ୍ଲୁ କାର । ଫାଷ୍ଟ-ଏଭର୍ ବିଏମଡବ୍ଲୁ ଏମ୩୪୦ଆଇ ଏଳ୍ସଡ୍ରାଇଭ୍ ୨,୯୯୮ସିସି ଷ୍ଟ୍ରେଟ୍‌- ସିକ୍ସ ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ପରିଚାଳିତ ଯାହା ୩୮୭ଏଚପିର ଆଉଟ୍‌ପୁଟ୍ ଓ ୫୦୦ଏନଏମ ର ସର୍ବାଧିକ ଟର୍କ ଉତ୍ପନ୍ନ କରିଥାଏ । ଏହି କାର୍ ୪.୪ ସେକେଣ୍ଡରେ ଘଂଟାପ୍ରତି ୦ରୁ ୧୦୦ କିମି ଅତିକ୍ରମ କରିଥାଏ, ଯାହାକି ଏହାକୁ ଦେଶରେ ଉତ୍ପାଦିତ ହୋଇଥିବା ସବୁଠାରୁ ଦ୍ରୁତତମ କାର୍‌ରେ ପରିଣତ କରୁଛି । ଏହାର ଇଂଟେରିୟରରେ ଏକ ସେନ୍‌ସାଟେକ୍‌/ଆଲ୍‌କାନ୍‌ତାରା ଟ୍ରିମ୍‌ରେ ଗ-ସ୍ପେଶିଫିକ୍ ଅପ୍‌ହୋଲ୍‌ଷ୍ଟେରୀ ସହିତ ସ୍ପୋର୍ଟ ସିଟ୍ ରହିଛି ଏବଂ ଏଥିରେ ଆଡ୍‌ଜଷ୍ଟମେଂଟ୍‌ର ଏକ ଉନ୍ନତ ରେଞ୍ଜ୍ ରହିଛି । ଏହି କାର୍ ୬୨,୯୦,୦୦୦ଟଙ୍କାର ଏକ ଆକର୍ଷଣୀୟ ମୂଲ୍ୟ (ଏକ୍ସଶୋ’ରୁମ୍‌)ରେ ଉପଲବ୍ଧ ହେବ ।

ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପାୱା କହିଛନ୍ତି, ଆମେ ଫାଷ୍ଟ-ଏଭର୍ ବିଏମଡବ୍ଲୁ ଏମ୩୪୦ଆଇ ଏକ୍ସଡ୍ରାଇଭ୍‌କୁ ଶୁଭାରମ୍ଭ କରି ଉତ୍ସାହିତ ଅନୁଭବ କରୁଛୁ, ଯାହାକି ହେଉଛି ଭାରତରେ ସ୍ଥାନୀୟ ଭାବେ ଉତ୍ପାଦିତ ତ୍ରୁତତମ କାର୍ । ଏକ ସମ୍ପୂର୍ଣ୍ଣ ଆଦର୍ଶ ହାଇ-ପର୍‌ଫର୍ମାନ୍ସ ପ୍ରଡକ୍ଟ ଯାହାକୁ ଭାରତର ଅଟୋ ଉତ୍ସାହୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ହେଉଛି ଏକ ସ୍ୱତନ୍ତ୍ର କାର୍ କାରଣ ଏଥିରେ ବିଏମଡବ୍ଲୁ ୩ ସିରିଜ୍‌୍‌ର ରୋମାଂଚିତ ଆତ୍ମା, ଏମ’ର ବର୍ଦ୍ଧିତ ଶକ୍ତି ଓ ବିଏମଡବ୍ଲୁ ଏକ୍ସଡ୍ରାଇଭ୍‌ର ଡ୍ରାଇଭିଙ୍ଗ ଡାଇନାମିକ୍ସ ରହିଛି । ଏହା ସବୁଠାରୁ ଶକ୍ତିଶାଳୀ ଓ ବିବିଧ ରେଞ୍ଜ ପ୍ରଦାନ କରୁଛି ଯାହାକି ଆମର ଗ୍ରାହକଙ୍କୁ ମୂଲ୍ୟବାନ ‘ପାୱାର ଅଫ୍ ଚଏସ୍‌’ ପ୍ରଦାନ କରୁଛି । ଏହି କାର୍ ୩୮୭ଏଚପି ସହିତ ଏକ ଷ୍ଟ୍ରେଟ୍ ସିକ୍ସ-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ପରିଚାଳିତ । ମିଳିତ ଭାବେ ଉଚ୍ଚ ଇଞ୍ଜିନ୍ ପର୍‌ଫର୍ମାନ୍ସ, ଏମ୍ ପର୍‌ଫର୍ମାନ୍ସ ଚେସିସ୍ ଷ୍ଟନିଙ୍ଗ୍‌, ଏମ୍ ସ୍ପେଶିଫିକ୍ ସସ୍‌ପେନ୍‌ଶନ ଟେକ୍ନୋଲୋଜି, ବିଏମଡବ୍ଲୁ ଏକ୍ସଡ୍ରାଇଭ୍ ଇଂଟେଲିଜେଂଟ୍ ଅଲ୍‌-ହ୍ୱିଲ୍ ଡ୍ରାଇଭ୍ ଓ ଏମ୍ ସ୍ପୋର୍ଟ ରିୟର ଡିଫରେନ୍ସିଆଲ ଏକ ଚମତ୍କାର ଚାଳନା ଅନୁଭୂତି ପ୍ରଦାନ କରୁଛି ।“

ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସଗୁଡ଼ିକ ସହିତ କଷ୍ଟମାଇଜ୍‌ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁସନଗୁଡିକୁ ବ୍ୟକ୍ତିଗତ ଆବଶ୍ୟକତା ମୁତାବକ ଡିଜାଇନ୍ କରାଯାଇପାରିବ । ବିଏମଡବ୍ଲୁ ୩୬୦ଂ ଉନ୍ନତ ମୂଲ୍ୟବୋଧ ଓ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ସହିତ ଏକ୍ସକ୍ଲୁସିଭ୍ ଫାଇନାନ୍ସିଆଲ ପ୍ୟାକେଜେସ୍ ପ୍ରଦାନ କରୁଛି । ସର୍ଭିସ୍ ଇନ୍‌କ୍ଲୁସିଭ୍ ଓ ସର୍ଭିସ୍ ଇନ୍‌କ୍ଲୁସିଭ୍ ପ୍ଲସ୍ ମାଲିକାନା ଖର୍ଚ୍ଚକୁ ହ୍ରାସ କରୁଛି । ଗ୍ରାହକମାନେ ଅବଧି ଓ ମାଇଲେଜ୍ ଅନୁସାରେ ଏକାଧିକ ସର୍ଭିସ୍ ପ୍ଲାନ୍ ମଧ୍ୟରୁ ଚୟନ କରିପାରିବେ ।


Share It

Comments are closed.