ଭାରତରେ ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ୨ ସିରିଜ୍ ଗ୍ରାନ୍ କୁପ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ ପକ୍ଷରୁ ଦେଶରେ ଏହାର ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ୨ ସିରିଜ୍ ଗ୍ରାନ୍ କୁପ୍‌ର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଭାବେ ବିଏମଡବ୍ଲୁ ଗ୍ରୁପ୍ ପ୍ଲାଂଟ୍ ଚେନ୍ନାଇଠାରେ ଉତ୍ପାଦିତ ଏହି କାର୍ ସମସ୍ତ ବିଏମଡବ୍ଲୁ ଇଣ୍ଡିଆ ଡିଲର୍‌ସିପ୍‌ରେ ଡିଜେଲ୍ ଭାରିଆଂଟ୍‌ରେ ଉପଲବ୍ଧ ହେବ । ଏହାର ପେଟ୍ରୋଲ ଭାରିଆଂଟ୍ ପରବର୍ତୀ ସମୟରେ ଶୁଭାରମ୍ଭ ହେବ । ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ୨ ସିରିଜ୍ ଗ୍ରାନ୍ କୁପ୍ ଏକ ସେଡାନ୍‌ର ଆରାମ ଓ ଏକ କୁପ୍‌ର ସ୍ପୋର୍ଟିନେସ୍‌କୁ ଉପଯୁକ୍ତ ଭାବେ ସମ୍ମିଶ୍ରଣ କରିଛି । ଏହାର ଷ୍ଟାଇଲିସ୍ ଡିଜାଇନ୍ ଏକ ଏଲ୍‌ଗୋନେଟେଡ୍ ସିଲ୍‌ହୌଟେ ଓ ଫ୍ରେମ୍‌ଲେସ୍ କଲର୍ ସହିତ ଅଧିକ ଆକର୍ଷଣୀୟ ହୋଇପାରିଛି । ଏହାର ଏକ ପ୍ରଶସ୍ତ ଓ ବିଳାସପୂର୍ଣ୍ଣ ଇଂଟେରିୟର ରହିଛି । ଏହାର ଶକ୍ତିଶାଳୀ ଇଞ୍ଜିନ୍ ବେଷ୍ଟ-ଇନ୍‌-ସେଗ୍‌ମେଂଟ୍ ପ୍ରଦର୍ଶନ ଓ ଆକ୍‌ସିଲରେଶନକୁ ସୁନିଶ୍ଚିତ କରିଥାଏ । ଏହା ଆକର୍ଷଣୀୟ ଡିଜାଇନ୍ ଭାରିଆଂଟ୍‌- ସ୍ପୋର୍ଟ ଲାଇନ୍ ସହତି ଏମ ସ୍ପୋର୍ଟର ଏକ ବିକଳ୍ପ ମାଧ୍ୟମରେ ଦୃଶ୍ୟମାନ ହୋଇଥାଏ । ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ୨ ସିରିଜ୍ ଗ୍ରାନ୍ କୁପ୍ ଏକାଧିକ ଫିଚର ଯେପରିକି ପାନୋରମା ଗ୍ଲାସ୍ ସନ୍‌ରୁଫ୍‌, ପାର୍କିଙ୍ଗ୍ ଆସିଷ୍ଟ୍ ୱିଥ୍ ରିଭର୍ସ ଆସିଷ୍ଟ, ଇଲୁମିନେଟେଡ୍ ଇଂଟେରିୟର ଟ୍ରିମ୍‌, ବିଏମଡବ୍ଲୁ ଲାଇଭ୍ କକ୍‌ପିଟ୍ ପ୍ରଫେସନାଲ, ଗେସ୍‌ଚର କଂଟ୍ରୋଲ, ୱାୟାରଲେସ୍ ଚାର୍ଜିଙ୍ଗ୍ ଓ ବିଏମଡବ୍ଲୁ ଭର୍ଚୁଆଲ ଆସିଷ୍ଟାଂଟ୍ ଭଳି ଫିଚର ପ୍ରଦାନ କରୁଛି ।

ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ୨ ସିରିଜ୍ ଗ୍ରାନ୍ କୁପ ଦୁଇଟି ଡିଜେଲ ଡିଜାଇନ୍ ଭାରିଆଂଟ୍‌ରେ ଉପଲବ୍ଧ ହେଉଛି ଯାହାକି ସ୍ଥାନୀୟ ଭାବେ ନିର୍ମାଣ ହୋଇଛି । ବିଏମଡବ୍ଲୁ ୨୨୦ଡି ସ୍ପୋର୍ଟ ଲାଇନ ଓ ବିଏମଡବ୍ଲୁ ୨୨୦ଏମ ସ୍ପୋର୍ଟକୁ ଯଥାକ୍ରମେ ୩୯,୩୦,୦୦୦ଟଙ୍କା ଓ ୪୧,୪୦,୦୦୦ଟଙ୍କାର ଏକ ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟ (ଏକ୍ସ-ଶୋ’ରୁମ୍‌)ରେ ଶୁଭାରମ୍ଭ କରାଯାଇଛି । ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ୍ ଦ୍ୱାରା ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍‌ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁସନ୍ସକୁ ଡିଜାଇନ୍ କରାଯାଇପାରିବ । ବିଏମଡବ୍ଲୁ ୩୬୦ଂ ଏକ୍ସକ୍ଲୁସିଭ୍ ଫାଇନାନ୍ସିଆଲ ପ୍ୟାକେଜ୍‌ଗୁଡିକୁ ଉନ୍ନତ ମୂଲ୍ୟ ଓ ସମ୍ପୂର୍ଣ୍ଣ ସନ୍ତୁଷ୍ଟି ପ୍ରଦାନ କରୁଛି । ୩୯,୩୦୦ଟଙ୍କା ରୁ ଆରମ୍ଭ ହେଉଥିବା ସର୍ବନିମ୍ନ ମାସିକ ପେମେଂଟ୍‌,୨୨.୭୯ ଲକ୍ଷ ଟଙ୍କାର ଆସ୍ୟୋର୍‌ଡ ବାୟ-ବ୍ୟାକ୍ ଭାଲ୍ୟୁ ଓ ଟର୍ମ ବିକଳ୍ପର ଫ୍ଲେକ୍ସିବୁଲ ଏଣ୍ଡ୍ ସହିତ ଉପଭୋକ୍ତାମାନେ ଏକ ବାଧାମୁକ୍ତ ମାଲିକାନା ଅଭିଜ୍ଞତାକୁ ଉପଭୋଗ କରିପାରିବେ । ଗ୍ରାହକମାନେ ସମୟ ଓ ମାଇଲେଜ୍ ଅନୁଯାୟୀ ଏକାଧିକ ସର୍ଭିସ୍ ପ୍ଲାନ୍ ମଧ୍ୟରୁ ଚୟନ କରିପାରିବେ ।

ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ବିକ୍ରମ ପାୱା କହିଛନ୍ତି ଯେ, “ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ୨ ସିରିଜ୍ ଗ୍ରାନ୍ କୁପ୍ ଏହି ସେଗ୍‌ମେଂଟ୍‌ରେ ପ୍ରଥମ ଥର ପାଇଁ ବିଏମଡବ୍ଲୁର ସଫଳ ଫୋର୍‌-ଡୋର୍ କୁପ୍‌କନ୍‌ସେପ୍ଟକୁ ଆଣିଛି । ଡ୍ରାଇଭିଙ୍ଗ୍ ଉତ୍ସାହୀମାନେ ବାସ୍ତବ ବିଏମଡବ୍ଲୁ ଡିଏନଏ ଅନୁବାଦିତ କରୁଥିବା ଏହି ପାୱାର-ପ୍ୟାକ୍‌ଡ ମଡେଲ୍‌ର ସିୟର୍ ଡ୍ରାଇଭିଙ୍ଗ୍ ପ୍ଲେଜର୍‌ର ଏକ ନୂତନ ବ୍ୟାଖ୍ୟାକୁ ଅନୁଭବ କରିପାରିବେ ।“


Share It

Comments are closed.