ଚୀନରୁ ପ୍ରଥମ ପର୍ଯ୍ୟାୟରେ ଭାରତରେ ପଂହଚିଲା ୬.୫୦ ଲକ୍ଷ ରାପିଡ ଟେଷ୍ଟ କିଟ


ଭାରତକୁ ଦୀର୍ଘ ସମୟରୁ କୋଭିଡ-୧୯ ପରୀକ୍ଷଣ ପାଇଁ ଯେଉଁ ର‌୍ୟାପିଡ କିଟ (ଆରଟିକେ)ର ଅପେକ୍ଷା ରହିଥିଲା ତାହା ଶେଷରେ ଚୀନରୁ ଆସି ଦେଶରେ ପହଂଚି ଯାଇଛି । ଏଥିରେ ଆଂଟିବଡି ଓ ଆରଏନଏ ଏକ୍ସଟ୍ରେସନ କିଟ ମଧ୍ୟ ସାମିଲ ରହିଛି । ଆଜି ଠାରୁ ଏଗୁଡ଼ିକୁ ଦେଶର ବିଭିନ୍ନ ଅଂଶକୁ ପଠାଯିବ । ଏହି କିଟର ବ୍ୟବହାର ହଟ୍‌ସ୍ପଟ ଅଂଚଳରେ କରାଯିବ,ଯେଉଁଠାରେ ସଂକ୍ରମଣ କ୍ଷିପ୍ର ଗତିରେ ମାଡ଼ି ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଭାରତକୁ ୬.୫୦ ଲକ୍ଷ କିଟ ମିଳିଛି । ଯାହାକୁ ବିଭିନ୍ନ ରାଜ୍ୟକୁ ପଠାଯିବ । ଆସାମକୁ ଆଜି ୫୦,୦୦୦ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ ମିଳିଯାଇଛି ।


ଏହାପୂର୍ବରୁ ଚୀନରୁ ପଠାଯାଇଥିବା ୫ ଲକ୍ଷ୍ୟ କିଟ ଭାରତ ପରିବର୍ତେ ଆମେରିକାରେ ପହଂଚିଯାଇଥିଲା । ଆମ ଦେଶରେ ରହିଥିବା ପରୀକ୍ଷଣ କୌଶଳରେ ଗୋଟିଏ ସାମ୍ପଲର ଯାଂଚ ପାଇଁ ତିନିରୁ ଚାରି ଘଂଟା ସମୟ ଲାଗିଯାଏ । ଏହି କିଟର ବିଶେଷତ୍ୱ ହେଉଛି ଯେ ଏଥିରେ କେବଳ ଅଧଘଂଟାରେ ପରୀକ୍ଷଣ ହୋଇଯାଇଥାଏ ଏବଂ ବ୍ୟକ୍ତି କରୋନା ସଂକ୍ରମିତ ଅଛନ୍ତି ନା ନାହିଁ ତାହା ମଧ୍ୟ ଜଣାପଡ଼ିଯାଇଥାଏ । ଏହି କିଟ ଦ୍ୱାରା ଇନଫ୍ଲୁଏଂଜା ଭଳି ରୋଗରେ ପିଡ଼ୀତ ରୋଗୀଙ୍କର ପରୀକ୍ଷଣ ମଧ୍ୟ କରାଯିବ , ଯାହାଦ୍ୱାରା ଏମାନଙ୍କୁ କରୋନା ସଂକମଣ ହୋଉଛି କି ନାହିଁ ତାହା ଜଣା ପଡ଼ିପାରିବ ।

ଅନ୍ୟପଟେ ବେଜିଙ୍ଗରେ ଥିବା ଭାରତର ଦୂତ ବିକ୍ରମ ମିସ୍ରି ଜଣାଇଛନ୍ତି ଯେ ଚୀନରୁ କିଣାଯାଉଥିବା ୨୦ ଲକ୍ଷରୁ ଅଧିକ ଯାଂଚ କିଟଗୁଡ଼ିକୁ ଆଗମାୀ ୧୫ ଦିନ ମଧ୍ୟରେ ଭାରତକୁ ପଠାଇ ଦିଆଯିବ । ପାଖାପାଖି ଅଢ଼େଇ ମାସ କରୋନା ଭାଇରସ ସହିତ ଲଢ଼େଇ କରିବା ପରେ ଚୀନରେ ପୁଣିଥରେ କାରଖାନା ଗୁଡ଼ିକରେ କାମ ଆରମ୍ଭ ହୋଇଯାଇଛି । ଏହା ବର୍ତମାନ ଭାରତ ସମେତ ଦୁନିଆର ଅନ୍ୟ ଦେଶ ଗୁଡ଼କୁ ଭେଂଟିଲେଟର ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ସମେତ ଚିକିତ୍ସା ସମାଗ୍ରୀର ଭାରି ଚାହିଦାକୁ ଏକ ବଡ଼ ବ୍ୟବସାୟୀକ ସୁଯୋଗ ରୂପେ ଦେଖୁଛି ।


Share It

Comments are closed.