ଭୟରେ ଛୁଇଁଲେନି ଗ୍ରାମବାସୀ: ଏକ ଅଜଣା ଶବକୁ ୨ କିମି କାନ୍ଧରେ ବୋହିଲେ ମହିଳା ସବ୍-ଇନ୍ସପେକ୍ଟର


ଆନ୍ଧ୍ରପ୍ରଦେଶରେ ଜଣେ ମହିଳା ସବ୍-ଇନ୍ସପେକ୍ଟର ଯାହା କରିଛନ୍ତି ତାହା ମାନବିକତାର ଏକ ଜ୍ବଳନ୍ତ ଉଦାହରଣ। ଗ୍ରାମାଞ୍ଚଳରେ ଏକ ଅଜଣା ଶବ କୁ ଛୁଇଁବାକୁ ଲୋକମାନେ ଭୟ କରୁଥିବାବେଳେ ଏହି ସମୟରେ ମହିଳା ଇନ୍ସପେକ୍ଟର ଜଣକ ନା କେବଳ ଶବକୁ କାନ୍ଧରେ ନେଇ ଦୁଇ କିଲୋମିଟର ଚାଲିଲେ ବରଂ ତାର ଅନ୍ତିମ ସଂସ୍କାର ମଧ୍ୟ କରିଛନ୍ତି । । ଅନେକ ବିପରୀତ ସ୍ଥିତିରେ ପୋଲିସ ନିଜକୁ ପ୍ରମାଣ ମଧ୍ୟ କରିଛି। ହାଇଦ୍ରାବାଦରୁ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ମହିଳା ପୋଲିସ କର୍ମୀଙ୍କ ଏହି କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି।

ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାଶିବୁଗ୍ଗା ପୋଲିସ ଥାନାରେ ମହିଳା ପୋଲିସ କର୍ମୀ ସିରିଶା ପୋଲିସର ଉପ-ନିରୀକ୍ଷକ ଭାବେ ନିୟୋଜିତ ଅଛନ୍ତି।

କୋଥାରୁ ଅଞ୍ଚଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସିରିଶାଙ୍କୁ ଖବର ମିଳିଥିଲା। ଖବର ପାଇ ସେ ସେଠାରେ ପହଞ୍ଚିଥିଲେ ଓ ମୃତଦେହ ସେଠାରୁ ଉଠାଇବାକୁ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ। ଫଳରେ ସେ ନିଜେ ଶବ ସେଠାରୁ ଉଠେଇବାକୁ ନିଷ୍ପତ୍ତି ନେଲେ। ଟାଇମ୍ସ ଅଫ ଇଣ୍ଡିଆ ସହ କଥାବାର୍ତ୍ତାରେ ସେ କହିଛନ୍ତି ଯେ, ମୃତ ବ୍ୟକ୍ତି ଭିକାରି ବୋଲି ସ୍ଥାନୀୟ ଲୋକେ କହିଥିଲେ। ସେ କହିଛନ୍ତି ଯେ ମୃତଦେହକୁ ଗାଡି ସାହାଯ୍ୟରେ କ୍ଷେତ ଯାଏଁ ନେବା ସହଜ ନଥିଲା କାରଣ ସେଠାରେ ରାସ୍ତା ନଥିଲା। ସେଥିପାଇଁ ସେ ମୃତଦେହ ସେଠାରୁ ଉଠାଇବାକୁ ଗାଁଲୋକଙ୍କୁ ସାହାଯ୍ୟ ମାଗିଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ସେଥିପାଇଁ ସେ ନିଜେ ମୃତଦେହ ନିଜ କାନ୍ଧରେ ଟେକି ନେଇଯାଇଥିଲେ।


ସେ କହିଛନ୍ତି, ଏହା ସନ୍ଦିଗ୍ଧ ମୃତ୍ୟୁ ମାମଲା ନୁହେଁ। କାରଣ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା। ବ୍ୟକ୍ତି ଜଣକ ଖାଇବାକୁ ନ ପାଇ ମୃତ୍ୟୁ ହୋଇଥିବା ସେ ଆଶଙ୍କା କରିଛନ୍ତି। ସିରିଶା ଲୋକଙ୍କ ସାହାଯ୍ୟରେ ଶବକୁ ନିଜ କାନ୍ଧରେ ଉଠେଇଲେ ଓ ପାଖାପାଖି ଗୋଟିଏ କିଲୋମିଟର ଯାଏଁ ଟେକି ନେଇଯାଇଥିଲେ। ତାପରେ ଏକ ସ୍ଥାନୀୟ ସ୍ଵେଚ୍ଛାସେବି ସଂସ୍ଥା ସହାୟତାରେ ଅନ୍ତିମ ସଂସ୍କାର କଲେ। ଜିଲ୍ଲାର ପୋଲିସ ଅଧିକାରୀ ସିରିଶାଙ୍କ ଏହି ସେବା ପାଇଁ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି। ତେଲେଙ୍ଗାନା ରାଜ୍ୟ ପୋଲିସ ସିରିଶାଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛି।


Share It

Comments are closed.