ଯୋଗ କରିବା ପୂର୍ବରୁ ଏବଂ ପରେ କେଉଁ କେଉଁ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ ମନେରଖନ୍ତୁ


ଯୋଗ ଶରୀର ପାଇଁ ଖୁବ ଉପକାରୀ ଅଟେ । କିନ୍ତୁ ସଠିକ ଭାବେ ସଠିକ ପ୍ରକିୟାରେ ଯୋଗ ନକଲେ ତାହାର ବହୁ ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଯୋଗ କରିବା ପୂର୍ବରୁ ଏବଂ ପରେ କେଉଁ ବିଶେଷ ଦିଗ ପ୍ରତି ଧ୍ୟାନ ଦେବେ ।
୧. ମାନସିକ ଏବଂ ଶାରିରୀକ ଶାନ୍ତି ପାଇଁ ଯୋଗ କରିବା ପୂର୍ବରୁ ଘର ଏବଂ ପରିବେଶ ପରିସ୍କାର କରନ୍ତୁ ।
୨. ସର୍ବଦା ଯୋଗ ଖାଲି ପେଟରେ କରିବା ଉଚିତ । ଯଦି ଆପଣ ଖୁବ ଶୀଘ୍ର ଥକô ଯାଉଛନ୍ତି ତେବେ ଆପଣ ମହୁ ସହିତ ଉଷୁମ ପାଣି କିମ୍ବା ବ୍ଲାକ କଫି ପିଇପାରିବେ ।
୩. ଆପଣ ଯୋଗ କରିବା ପୂର୍ବରୁ ପ୍ରଥମେ ୱାର୍ମ ଅପ, ଷ୍ଟ୍ରେଚିଂ କରିନିଅନ୍ତୁ । ଏହା ଦ୍ୱାରା ଶରୀରରେ କୌଣସି ଆଘାତ କିମ୍ବା କ୍ଷତ ହୋଇନଥାଏ ।
୪. ଆପଣଙ୍କ ଶରୀର ମୁଭମେଣ୍ଟ ହେଉଥିବା ହାଲକା ଆରାମଦାୟକ କପଡା ପିନ୍ଧନ୍ତୁ ।
୫. ଯୋଗ ଆସନ ଆରାମ ମ୍ୟାଟ କିମ୍ବା କପଡା ଉପରେ କରନ୍ତୁ ।
୬. ଆସନ କରିବା ସମୟରେ ଶରୀରରେ କୌଣସି ଅତ୍ୟଧିକ ଚାପ ପ୍ରୟୋଗ କରନ୍ତୁ ନାହିଁ ।
୭. ଯୋଗ ଆସନ ଗୁଡିକୁ ଶାନ୍ତିପାଠ ସହିତ ଶେଷ କରନ୍ତୁ ।
୮. ଆପଣ ଯୋଗ କରିବା ପୂର୍ବରୁ ପେଟ ଭରି ପାଣି ପିଅନ୍ତୁ ନାହିଁ । ଏହା ଦ୍ୱାରା ପେଟ ଦରଜ ହୋଇଥାଏ ଏବଂ ପେଟରେ ଯନ୍ତ୍ରଣା ହୋଇଥାଏ ।
୯. ଯୋଗ କରିସାରିବେ ପରେ ପ୍ରାୟ ୩୦ମିନିଟ ପରେ ପାଣି ପିଅନ୍ତୁ କିମ୍ବା ଗାଧାନ୍ତୁ ।
୧୦. ଦେହ ଖରାପ ହୋଇଥିଲେ କିମ୍ବା ମହିଳାମାନେ ଋତୁସ୍ରାବ ସମୟରେ ଯୋଗ ଆସନ କରିବା ଉଚିତ ନୁହେଁ ।
୧୧. ଖୁବ ଗରମ କିମ୍ବା ଖୁବ ଥଣ୍ଡା ସ୍ଥାନରେ ଯୋଗ କରିବା ଉଚିତ ନୁହେଁ ।
୧୨. ଖାଦ୍ୟ ଗ୍ରହଣ କରିବାର ୨ରୁ ୪ ଘଣ୍ଟା ପରେ ଯୋଗ କରିବା ଉଚିତ ।


Share It

Comments are closed.