ଲୁଣା ନଦୀରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର


ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କରଞ୍ଜ ଗାଆଁ ନିକଟରେ ଥିବା ଲୁଣା ନଦୀରେ ଏକ ଦେଢ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । କେଉଁଭଳି ଭାବେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ଅନ୍ୟପଟେ ଶିଶୁ ମା’ର ପରିଚୟ ମିଳିଛି । ଉକ୍ତ ମହିଳା ଜଣକ ନାମ ହେଲା ‘ସସ୍ମିତା ସେଠୀ’ । ସେ ନିଖୋଜ ହୋଇଥିବାରୁ ପୁଲିସ୍ ତାର ସନ୍ଧାନ ଜାରି ରଖିଥିବା ଜଣାଯାଇଛି।
କୁହାଯାଉଛି ସେ ଶିଶୁର ବାପା ଜଣେ ମଦ୍ୟପ। ସେ ଡଙ୍ଗା ଚଳାଏ । ମଦ ପିଇବାକୁ ନେଇ ଅଧିକାଂଶ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୁଏ। ପାରିବାରିକ କଳହରେ ଆଜି ନିରୀହ ଜୀବନ ବଳି ପଡ଼ିଥିବା କୁହାଯାଉଛି ।
ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା କରଞ୍ଜ ଗାଁରେ ରହୁଥିବା ଏକ ପରିବାରରେ କଳହ ହୋଇଥିଲା । କଳହ ପରେ ମହିଳାଜଣକ ନିଜ ଦେଢ ବର୍ଷର ଝଅକୁ ନେଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଲୁଣା ନଦୀରୁ ଆଜି ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଶିଶୁକନ୍ୟାର ମୃତଦେହ ଦେଖିବାପରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତାପରେ ଅଗ୍ନିଶମ ବାହିନୀ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।


Share It

Comments are closed.