ଦେଶରେ ତଳମୁହାଁ ହେଉଛି କରୋନା ଗ୍ରାଫ: ୨୯,୧୬୪ କୁ ହ୍ରାସ ପାଇଛି କରୋନାର ଦୈନିକ ସଂକ୍ରମଣ


କରୋନା ମାମଲାରେ ଆଜି ପୁଣି ବିରାଟ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଭାରତରେ କରୋନାଭାଇରସ୍ (କୋଭିଡ-୧୯) ର ୨୯,୧୬୩ ନୂତନ ମାମଲା ରେକର୍ଡ କରାଯାଇଛି। ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ଦେଶବ୍ୟାପୀ ବର୍ତ୍ତମାନ କରୋନା ଭାଇରସର ସମୁଦାୟ ୮୮,୭୪,୨୯୦ ମାମଲା ରହିଛି।

ସକ୍ରିୟ ମାମଲା ସଂଖ୍ୟା ପାଞ୍ଚ ଲକ୍ଷ ମାର୍କ ତଳେ ରହିଆସିଛି ଏବଂ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୨,୯୦,୩୭୦ ରେ ପହଞ୍ଚିଛି। କୋଭିଡ-୧୯ ଯୋଗୁଁ ଦେଶରେ ୪୪୯ ଜଣ ପ୍ରାଣ ହରାଇଥିବାବେଳେ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୩୦,୫୧୯ କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।

ଲଗାତାର ଛଅ ସପ୍ତାହ ପାଇଁ ଦୈନିକ ସଂକ୍ରମଣ ମାମଲା ସଂଖ୍ୟା ହ୍ରାସ ପାଉଛି ଏବଂ ସୋମବାରର ଚିହ୍ନଟ ହୋଇଥିବା ୩୦,୫୪୮ ଏକ “ଐତିହାସିକ ହ୍ରାସ” ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟର ଅଫିସିଆଲ୍ ହ୍ୟାଣ୍ଡେଲ୍ ର ଏକ ଟୁଇଟ୍ ଅଗଷ୍ଟରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ସଂଖ୍ୟାଗୁଡିକର ଏକ ଗ୍ରାଫ୍ ଉପସ୍ଥାପନ କରିଛି ଯେଉଁଥିରେ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ବୃଦ୍ଧି ଏବଂ ପରେ ହ୍ରାସ ହେବାର ଦେଖିବାକୁ ମିଳୁଛି।


Share It

Comments are closed.