ସୁକମାରେ ୧୭ ଶହୀଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ


  • ଗତ କାଲି ମାଲକାନଗିରି ସୀମାବର୍ତୀ ଛତିଶଗଡ ସୁକୁମା ଜିଲାରେ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇ ଥିବା ଯବାନ ମାନଙ୍କୁ ସୋମବାର ଶେଷ ସମ୍ମାନ ଜଣାଇଛନ୍ତି ଛତିଶଗଡ ମୁଖ୍ୟ ମନ୍ତ୍ରୀ ଭୁପେଶ ବଘେଲ । ସୁକୁମା ପୁଲିସ ଲାଇନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀଙ୍କ ସମେତ ଛତିଶଗଡ ଗୃହ ମନ୍ତ୍ରୀ ତାମ୍ରଧ୍ବଜ ସାହୁ,  କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ବିଜୟ କୁମାର, ପୁଲିସ ଡିଜି ଡି.ଏମ. ଆଓସ୍ଥି ପ୍ରମୁଖ ସହୀଦ ଯବାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସହିଦ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ଗତ କାଲି ସୁକିମା ଜିଲା ବୁର୍କାପାଲ ଓ ଚିନ୍ତାଗୁଫା ଜଙ୍ଗଲରେ ଛତିଶଗଡ ଡିଆରଜି ବାହିନୀର ୫ ଯବାନ ଓ ଏସଟିଏଫର ୧୨ ଯବାନ ସହିଦ ହୋଇଥିଲେ। ଗାର୍ଡ ଅଫ ଅନର କାର୍ଯ୍ୟକ୍ରମ ପରେ ସହିଙ୍କ ପାର୍ଥିବ ଶରୀରକୁ ନିଜ ନିଜ ଗାଁକୁ ପଠା ଯିବାର ବ୍ୟବସ୍ଥା କରାଯାଇଛି।

Share It

Comments are closed.