ସାରା ଦେଶକୁ ଲକଡାଉନ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର


ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ୍ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ଟି ନୂଆ ସଂକ୍ରମଣ ଚିହ୍ନଟ ସହ ମୋଟ ୪୭୧ ଜଣ ଲୋକ ଏହି ସଂକ୍ରମଣ ଶିକାର ହୋଇଥିବା ଜଣାପଡିଛି। ଇତି ମଧ୍ୟରେ ପଶ୍ଚିମବଙ୍ଗରେ ଜଣେ ଓ ହିମାଚଳ ପ୍ରଦେଶରେ ଅନ୍ୟ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସମସ୍ତ ପ୍ରମୁଖ ରାଜ୍ୟରେ ଏହି ଭୁତାଣୁ ସଂକ୍ରମଣ ଚିହ୍ନଟ ହୋଇଥିବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମସ୍ତ ଘରୋଇ ବିମାନ ଉଡାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।


Share It

Comments are closed.