ବ୍ରିଟାନିଆ ମ୍ୟାରି ଗୋଲ୍ଡ ପକ୍ଷରୁ ମାଇଁ ଷ୍ଟାର୍ଟଅପ୍ ଅଭିଯାନର ଶୁଭାରମ୍ଭ


ଭାରତର ୩ୟ ବୃହତ ବିସ୍କୁଟ ବ୍ରାଣ୍ଡ ବ୍ରିଟାନିଆ ମ୍ୟାରୀ ଗୋଲ୍ଡ, ଔଦ୍ୟୋଗିକ ଯାତ୍ରା ଓ ଆର୍ଥିକ ସ୍ୱାଧିନତା ପ୍ରଦାନ କରିବା ପାଇଁ ମହିଳାମାନଙ୍କ ଇଚ୍ଛାଶକ୍ତିକୁ ପୂରଣ କରିବା ନିମନ୍ତେ ମାଇଁ ଷ୍ଟାର୍ଟଅପ୍ ଅଭିଯାନର ଶୁଭାରମ୍ଭ କରୁଛି । ଏହି ଅଭିଯାନ ଜାନୁଆରୀରୁ ଆରମ୍ଭ ହେଉଛି, ଯେଉଁଥିରେ ଦଶ ଜଣ ହୋମମେକରମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କା ପୁରସ୍କୃତ କରାଯାଉଛି ।
ଏଥିରେ ସାମିଲ ହେବା ପାଇଁ ହୋମ୍ମେକର୍ମାନଙ୍କୁ ପ୍ରଥମେ ମ୍ୟାରୀ ଗୋଲ୍ଡ ପ୍ୟାକ୍ରେ ଦିଆଯାଇଥିବା ନମ୍ବରକୁ ମିସ୍ଡ କମ୍ କରିବାକୁ ହେବ ଅଥବା mystartupcontest.com ରେ ଲଗ୍ ଅନ୍ କରିବାକୁ ହେବ । ପରୀକ୍ଷାର୍ଥୀଙ୍କୁ ଏକ ମେସେଜ୍ ପଠାଯିବ, ଯେଉଁଥିରେ ରହିଛି ସେମାନଙ୍କ ବ୍ୟବସାୟ ଚିନ୍ତାଧାରା ଉପରେ ୩ଟି ପ୍ରଶ୍ନ । ଏହା ପରେ ବ୍ରିଟାନିଆ ଫୋନ୍ କଲ୍ ମାଧ୍ୟମରେ ପୁନଃ-ଯୋଗାଯୋଗ କରିବ । ଏହାରରେ ସେମାନଙ୍କ ଉତ୍ତରକୁ ରେକର୍ଡ କରି ସେମାନଙ୍କ ମଧ୍ୟରୁ ୫୦ ଜଣ ଫାଇନାଲିଷ୍ଟମାନଙ୍କୁ ଚୟନ କରାଯିବ । ଏହି ୫୦ ଜଣ ଫାଇନାଲିଷ୍ଟ ଇଣ୍ଡଷ୍ଟ୍ରି ବିଶେଷଜ୍ଞମାନଙ୍କଠାରୁ ପଥ ପ୍ରଦର୍ଶନ ପାଇଁ ଏକ ଅଲ୍-ଏକ୍ସପେନ୍ସେନ୍ସ ପେଡ଼ ଟ୍ରିପ୍ ଗ୍ରହଣ କରିବେ ଓ ସେମାନଙ୍କ ଚିନ୍ତାଧାରାକୁ ସେଣ୍ଟ୍ରାଲ୍ ଲୋକେସନ୍ରେ ଏକ ପ୍ୟାନେଲର ଜଜ୍ମାନଙ୍କ ସହିତ ଯୋଡ଼ିବେ । ବିଚାରପତିମାନେ ହେଉଛନ୍ତି ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ସହିତ ସଂଯୁକ୍ତ ପ୍ରମୂଖ ବ୍ୟକ୍ତିବିଶେଷ । ଏହି ବିଚାରପତି ଶେଷ ୧୦ ଜଣ ବିଜେତାଙ୍କୁ ଚୟନ କରିବେ, ଯେଉଁମାନେ ସେମାନଙ୍କ ବ୍ୟବସାୟ ଚୟନ କରିବା ପାଇଁ ୧୦ ଟକ୍ଷ ଟଙ୍କା ଗ୍ରହଣ କରିବେ । ନିବେଦନ କରିବାର ଶେଷ ତାରିଖ ହେଉଛି, ୧୫ ଜାନୁଆରୀ ୨୦୧୯ । ସମ୍ପୂର୍ଣ୍ଣ ନିୟମ ଓ ସର୍ତ୍ତାବଳୀଗୁଡ଼ିକ ଉପଭକ୍ତା ମାନେ www.mystartupcontest.com ରେ ପାଇପାରିବେ ।
ଏହି ଅଭିଯାନ ବିଷୟରେ ଅଲି ହରିସ୍ ଶେରେ, ବ୍ୟବସାୟିକ ଉପସଭାପତି ପ୍ରକାଶ କରିଛନ୍ତି, “ଭାରତୀୟ ହୋମ୍ମେକର୍ମାନେ ହେଉଛନ୍ତି ବ୍ରିଟାନିଆ ପାଇଁ ମୂଖ୍ୟ ଗ୍ରାହକ ସେଗମେଣ୍ଟ । ବ୍ରିଟାନିଆ ମ୍ୟାରି ଗୋଲ୍ଡ ଏହି ଅନୁସନ୍ଧାନକାରୀଙ୍କୁ ଚାମ୍ପିଅନ୍ ସରିବାକୁ ଓ ସେମାନଙ୍କ ସ୍ୱପ୍ନ ତଥା ଇଚ୍ଛାକୁ ଅନୁଭବ କରାଇବା ଦିଗରେ ସହାୟତା କରିବା ନିମନ୍ତେ ପ୍ରତିଶୃତି ପ୍ରଦାନ କରୁଛି । ପାଣ୍ଠି ମାଧ୍ୟମରେ ସାହାଯ୍ୟ କରି, ଆମେ ହୋମ୍ମେକର୍ମାନଙ୍କୁ ସେମାନଙ୍କ ଯାତ୍ରାରେ ସଫଳ କରାଇ ଏକ ଶକ୍ତ ସମାଜ ଗଠନ କରିବୁ ।”


Share It

Comments are closed.