ଏକ ନୂଆ ଅବତାରରେ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଏବଂ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଣ୍ଡିଆ ପକ୍ଷରୁ ଆଜି ଭାରତରେ ଏହାର ନୂଆ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସର ଶୁଭାରମ୍ଭ କରାଯାଇଛି । ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସର ଶୁଭାରମ୍ଭ କରିଥିବା ଭାରତ ହେଉଛି ପ୍ରଥମ ଦେଶ । ଉଭୟ ମୋଟରସାଇକେଲ୍ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଣ୍ଡିଆ ଡିଲରସିପ୍‌ଗୁଡିକରେ ଆଜିଠାରୁ ଉପଲବ୍ଧ ହେବ । ନୂଆ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସରକୁ ଜର୍ମାନୀର ମ୍ୟୁନିକ୍‌ଠାରେ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଦ୍ୱାରା ବିକଶିତ କରାଯାଇଥିବା ବେଳେ ଏହାକୁ ଭାରତର ହୋସୁର୍‌ଠାରେ କୋ-ଅପରେଶନ ପାର୍ଟନର ଟିଭିଏସ୍ ମୋଟର କମ୍ପାନୀ ଦ୍ୱାରା ସ୍ଥାନୀୟ ଭାବେ ବିଏସ-ଭିଆଈ ନିୟମ ଅନୁଯାୟୀ ଉତ୍ପାଦନ କରାଯାଇଛି । ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟଗୁଡିକ ଯେପପରିକି ବିଏମଡ଼ବ୍ଲ୍ୟୁ ଜି୩୧୦ଆର ମାତ୍ର ୨,୪୫,୦୦୦ରେ ଏବଂ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସ ମାତ୍ର ୨,୮୫,୦୦୦ରେ ଉପଲବ୍ଧ ହେଉଛି । ନୂଆ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସ ଏବେ ବିଏମଡ଼ବ୍ଲ୍ୟୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ୍ ମାଧ୍ୟମରେ ଯଥାକ୍ରମେ ମାତ୍ର ୪,୫୦୦ ଏବଂ ୫,୫୦୦ ରୁ ଆରମ୍ଭ ହେଉଥିବା ସମସ୍ତ-ଇନ୍‌କ୍ଲୁସିଭ୍ ମାସିକ ଇନ୍‌ଷ୍ଟଲ୍‌ମେଂଟ୍ ସହିତ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ବା ଋଣ ଯୋଜନାରେ ଉପଲବ୍ଧ ହେଉଛି ।
ଏସମ୍ପର୍କରେ ବିଏମଡ଼ବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ୍‌, ବିକ୍ରମ ପାୱା କହିଛନ୍ତି, ବିଶ୍ୱସ୍ତରରେ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଉଭୟ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସ ସହିତ ଦ୍ରୁତ ଅଭିବୃଦ୍ଧିଶୀଳ ସବ -୫୦୦ ସିସି ସେଗ୍‌ମେଂଟ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ହଜାର ହଜାର ଚାଳକ ଓ ଉତ୍ସାହୀମାନଙ୍କ ପାଇଁ, ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଶୁଦ୍ଧ ମୋଟରସାଇକ୍ଲିଙ୍ଗ୍‌କୁ ଦୈନନ୍ଦିନ ଜୀବନ ପାଇଁ ପୁନଃପରିଭାଷିତ କରିଥିଲା । ସେହିପରି ଆଡ୍‌ଭେଂଚର୍ ଓ ଆନନ୍ଦ ଚାହୁଁଥିବା ଚାଳକଙ୍କ ପାଇଁ ଅଫ୍‌-ବିଟ୍ ଟ୍ରାକ୍ ନେବା ପାଇଁ ଏକ ଉପଯୁକ୍ତ କାରଣ ପ୍ରଦାନ କରିଥିଲା । ନିଜର ନୂତନ ଅବତତାରରେ ଉଭୟ ମୋଟରସାଇକେଲ୍‌ରେ ଆକର୍ଷଣୀୟ ଡିଜାଇନ୍ ମୋଡିଫିକେସନ, ନୂତନ ଟେକ୍ନୋଲୋଜି ଓ ଉନ୍ନତ ରାଇଡିଙ୍ଗ ଡାଇନାମିକ୍ସକୁ ସାମିଲ କରାଯାଇଛି । ଆମେ ଉଭୟ ବାଇକ୍‌କୁ ଏକ ଆକର୍ଷଣୀୟ ମୁଲ୍ୟ, ଅତୁଳନୀୟ ମାସିକ କିସ୍ତି ଓ ମାଲିକାନା ମୂଲ୍ୟ ହ୍ରାସ ସହ ଶୁଭାରମ୍ଭ କରିଥିଲୁ । କ୍ଲୋଜ୍‌-ନିଟ୍ ଓ ପ୍ୟାସୋନେଟ୍ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ସମୁଦାୟର ଏକ ଅଂଶ ହେବା ଲାଗି ଏହା ହେଉଛି ଏକ ଚିତାକର୍ଷକ ଆମନ୍ତ୍ରଣ । ଏହା ଏହାଠାରୁ ଅଧିକ ଭଲ ହୋଇପାରିବ ନାହିଁ । ତେଣୁ ଆଗକୁ ବଢନ୍ତୁ ଓ ‘ମେକ୍ ଲାଇଫ୍ ଏ ରାଇଡ୍‌’ ।“

ନୂଆ ବିଏମଡ଼ବ୍ଲ୍ୟୁ ଜି୩୧୦ଆର ଓ ବିଏମଡ଼ବ୍ଲ୍ୟୁ ଜି୩୧୦ଜିଏସ, ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ର ପ୍ରିମିୟମ ଡିଲର ନେଟ୍‌ୱର୍କ ମାଧ୍ୟମରେ ବିକ୍ରି ହେବ ଓ ସର୍ଭିସ୍ କରାଯିବ, ଯାହାକି ଦିଲ୍ଲୀ (ଲ୍ୟୁଟିଏନ୍ସ ମୋଟୋରାଡ୍‌), ମୁମ୍ବାଇ (ନବ୍‌ନୀତ ମୋଟର୍ସ), ପୁନେ (ବାଭାରିଆ ମୋଟର୍ସ),ଚେନ୍ନାଇ (କେୟୁଏନ ମୋଟୋରାଡ୍‌), ବେଙ୍ଗାଲୁରୁ (ଟସ୍କର ମୋଟୋରାଡ), ଅହମ୍ମଦାବାଦ (ଗ୍ୟାଲୋପ୍ସ ଅଟୋହାଉସ୍‌), କୋଚି (ଇଭିଏମ ଅଟୋକ୍ରାଫ୍ଟ), ହାଇଦ୍ରାବାଦ (ଜେଏସପି ମୋଟୋରାଡ୍‌), ଇନ୍ଦୋର (ମ୍ୟୁନିକ୍ ମୋଟର୍ସ), ଲକ୍ଷ୍ନୌ (ସ୍ପିଡ୍ ମୋଟର୍ସ), ଚଣ୍ଡୀଗଡ (କ୍ରିଷ୍ଣା ଅଟୋମୋବାଇଲ୍ସ), ଜୟପୁର (ପ୍ରତାପ ମୋଟୋରାଡ୍‌), ରାୟପୁର (ମନ୍ଧନ ମୋଟର୍ସ), କଟକ(ଓଏସଏଲ ପ୍ରେଷ୍ଟିଜ୍‌),କୋଲକାତା(ଓଏସଏଲ ପ୍ରେଷ୍ଟିଜ୍‌),ଓ ରାଂଚି (ଟାଇଟାନିୟମ ଅଟୋସ୍‌) ଭଳି ଭାରତର ପ୍ରମୁଖ ସହରଗୁଡିକରେ ଉପସ୍ଥିତ ରହିଛି ।


Share It

Comments are closed.