ସୁନିଦ୍ରା ପାଇଁ ନିଜର ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ . . . . .
ମନୁଷ୍ୟର ପ୍ରତିଦିନର ଉର୍ଜା ଏବଂ ମାନସିକ ଶକ୍ତି ପାଇଁ ନିଦ୍ରା ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ବ୍ୟସ୍ତବହୁଳ ଜୀବନ ଏବଂ କାର୍ୟ୍ୟ ପାଇଁ ନିଦ୍ରା କମ ହୋଇଥାଏ । ନିଦ କମ ହୋଇଥିବାରୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ଅନିଦ୍ରା ହେତୁ ହୃଦ ରୋଗ, ରକ୍ତ ଚାପ ଇତ୍ୟାଦିରେ ପ୍ରଭାବ ପଡିଥାଏ । ଭଲ ନିଦ୍ରା ପାଇଁ ଶାରିରୀକ ପରିଶ୍ରମ ସହିତ ଆପଣଙ୍କୁ ନିଜର ଖାଦ୍ୟପେୟରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ତେଣୁ ଆସନ୍ତୁ ଜାଣିବା ସୁଖଦ ନିଦ୍ରା ପାଇଁ କେଉଁ ଖାଦ୍ୟକୁ ନିଜ ନିତିଦିନ ଖାଦ୍ୟରେ କରିବେ ସାମିଲ . . . . . .
୧. ଆଲମଣ୍ଡ – ରିସର୍ଚ୍ଚ ଅନୁସାରେ ପ୍ରତିଦିନ ଗୋଟିଏ ମୁଠା ଆଲମଣ୍ଡକୁ ଖାଇବା ଦ୍ୱାରା ସୁଖଦ ନିଦ୍ରା ମିଳିଥାଏ । ଆଲମଣ୍ଡରେ ଫସଫରସ, ରିବୋଫ୍ଲାଭିନ, ମାଗ୍ନାନିଜ ଇତ୍ୟାଦି ରହିଛି । ଏହା ଶରୀରକୁ ସୁଖଦ ନିଦ୍ରା ପ୍ରଦାନ କରିବା ସହିତ ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତ କରିଥାଏ । ଆଲମଣ୍ଡକୁ ଭିଜାଇ ରଖି ସକାଳୁ ଏହାର ଚୋପାକୁ ଛଡାଇ ଖାଇବା ଦ୍ୱାରା ବହୁ ସୁଫଳ ମିଳିଥାଏ ।
୨. କିୱି – କିୱି ଏକ ନିମ୍ନ କ୍ୟାଲୋରୀ ଯୁକ୍ତ ପୁଷ୍ଟିକର ଫଳ । ଏହା ଭିଟାମିନ ସିର ଏକ ଉତ୍ତମ ସ୍ରୋତ ମଧ୍ୟ । ଏହାକୁ ଆପଣ ଯଦି ଶୋଇବା ପୂର୍ବରୁ କିୱି ଖାଉଛନ୍ତି ତେବେ ଆପଣଙ୍କୁ ବହୁତ ଭଲ ନିଦ ହୋଇଥାଏ । କିୱିରେ ଥିବା ସିରୋଟାନିନ ମସ୍ତିଷ୍କରେ ନିଦ୍ରାକୁ ନିୟନ୍ତ୍ରଣ କରିଥାଏ ।
୩. ମାଛ – ମାଛରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଏବଂ ଭିଟାମିନ ଡି ଶରୀରରେ ବ୍ରେନ ହେଲଥକୁ ସଠିକ କରିଥାଏ । ବ୍ରେନ ହେଲଥ ସଠିକ ରହିବା ଦ୍ୱାରା ଆପଣଙ୍କ ନିଦ ଭଲ ହୋଇଥାଏ । ଓମେଗା ୩ ଫ୍ୟାଟି ଏସିଡ ମସ୍ତିଷ୍କରେ ସିରୋଟାନିନର ମାତ୍ରା ବୃଦ୍ଧି କରିଥାଏ ।
୪. ଭାତ – ଭାତରେ ଉଚ୍ଚ ମାତ୍ରାରେ ଗ୍ଲାସେମିକ ଇଣ୍ଡେକ୍ସ ରହିଛି । ଯାହା ଆପଣଙ୍କ ରକ୍ତ ଶର୍କରା ଏବଂ ରକ୍ତ ଚାପକୁ ପ୍ରାକୃତିକଭାବେ ବୃଦ୍ଧି କରିଥାଏ । ତେଣୁ ଆପଣଙ୍କ ମସ୍ତିଷ୍କରେ ଟ୍ରିପ୍ଟୋଫାନର ମାତ୍ରା ବୃଦ୍ଧି ହୋଇଥାଏ ଏବଂ ନିଦ୍ରା ସଠିକ ହୋଇଥାଏ ।
୫. ଅଣ୍ଡା – ଅଣ୍ଡାରେ ଟ୍ରିପ୍ଟୋଫାନର ମାତ୍ରା ଖୁବ ଅଧିକ ରହିଛି । ଟ୍ରିପ୍ଟୋଫାନ ମସ୍ତିଷ୍କକୁ ରିଲାକ୍ସ କରିଥାଏ ଏବଂ ସୁଖଦ ନିଦ୍ରା ପ୍ରଦାନ କରିଥାଏ ।
୬. କଦଳୀ – କଦଳୀ ପୋଟାସିୟମର ମାତ୍ରା ଖୁବ ଅଧିକ ଥିବାରୁ ମସ୍ତିଷ୍କ ଖୁବ ଶୀଘ୍ର ରିଲାକ୍ସ ହୋଇଥାଏ ଏବଂ ସୁଖଦ ନିଦ୍ରା ହୋଇଥାଏ ।
୭. ଦହି – ଦହିରେ ଥିବା କ୍ୟାଲସିୟମ ଶରୀରରେ ଟ୍ରିପ୍ଟୋଫାନ ଏବଂ ମେଲାଟୋନିନ ହରମୋନକୁ ବୃଦ୍ଧି କରିଥାଏ ଯାହା ସୁଖଦ ନିଦ୍ରା ପ୍ରଦାନ କରିଥାଏ ।
୮. ବିଭିନ୍ନ ପ୍ରକାର ମଞ୍ଜି – କଖାରୁ ମଞ୍ଜି, ସୂର୍ୟ୍ୟ ମୁଖି ମଞ୍ଜିକୁ ଆପଣ ମଧ୍ୟ ପ୍ରତିଦିନ ଖାଇପାରିବେ । ଏହା ଶରୀରରେ ସିରୋଟାନିନର ମାତ୍ରା ବୃଦ୍ଧି କରିଥାଏ ଯାହା ଦ୍ୱାରା ଆପଣଙ୍କୁ ସୁଖଦ ନିଦ୍ରା ହୋଇଥାଏ ।
Comments are closed.