ଚାଉଳ ପାଣିର ବ୍ୟବହାରରେ ଚମକିବ ଆପଣଙ୍କ ଚେହେରା


ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । ଚାଉଳର ଏହି ଧୁଆ ପାଣି ସମସ୍ତଙ୍କ ପାଇଁ କେତେ ହିତକାରୀ ତାହା କେହି ଜାଣିନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ ଚାହୁଁଛନ୍ତି ତେବେ ଏହାକୁ ଘରୋଇ ଉପକରଣ ରୂପେ ବୃଦ୍ଧି କରିପାରିବେ । ଚାଉଳ ପାଣି ଫରମେନଟଡ ଜଳ ହୋଇଥିବାରୁ ଏହାକୁ ସୌନ୍ଦର୍ଯ୍ୟ ଉପକରଣ ଭାବେ ବ୍ୟବହାର କରିହେବ ।

ଚାଉଳ ପାଣି କଣ?
ଚାଉଳର ଧୁଆ ପାଣି କିମ୍ବା ଚାଉଳ ଫୁଟିବା ପରେ ବାହାରୁଥିବା ଜଳକୁ ଚାଉଳ ପାଣି ବା ପେଜ କୁହାଯାଏ । ଏହି ଧଳା ରଙ୍ଗର ପାଣି ଭିଟାମିନ ଏବଂ ମିନେରାଲ ଯୁକ୍ତ ହୋଇଥିବାରୁ ଏହା ତ୍ୱଚା ଏବଂ କେଶ ପାଇଁ ଖୁବ ଉପଯୋଗୀ । ଚନ, ଜାପାନ ଏବଂ ଦକ୍ଷିଣ ଏସିଆର ବହୁ ମହିଳା ଏହି ଚାଉଳ ପାଣିକୁ କେଶର ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । ଚୀନର ଏକ କ୍ଷୁଦ୍ର ଗାଁରେ ପ୍ରତ୍ୟେକ ମହିଳାଙ୍କ ହାରାହାରି କେଶର ଲମ୍ବା ୧.୫ମିଟର ରହିଛି ଯାହା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ନାମ ମଧ୍ୟ ରହିଛି । ସେଠାରେ ୭୦ ବର୍ଷିୟ ମହିଳାଙ୍କର ମଧ୍ୟ ଲମ୍ବା ଏବଂ ସାଇନି କେଶ ରହିଛି ।

କିପରି ପ୍ରସ୍ତୁତ କରିବେ ଚାଉଳ ପାଣି?
ଚାଉଳ ପାଣିରେ ଭିଟାମିନ ବି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ମେଲାନିନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆପଣ ଚାଉଳ ପାଣିକୁ କଶରେ ସାମ୍ପ୍ୟୁ ପରି କିମ୍ବା ଏହି ଚାଉଳର ପେଷ୍ଟକୁ ମାକ୍ସ ପରି ବ୍ୟବହାର କରିପାରିବେ ।
୧. ଆପଣ ଗୋଟିଏ କପ ଚାଉଳକୁ ରାତି ସାରା ଭିଜାଇ ରଖନ୍ତୁ । ଏହାକୁ ରୋଜମେରି, ଗୋଲାପ ଜଳ କିମ୍ବା ଅଲିଭ ଅଏଲ ମିଶାଇ ଏହାକୁ କେଶରେ କିମ୍ବା ତ୍ୱଚାରେ ଲଗାଇ ପାରିବେ ।
୨. ଆପଣ ଭାତ ରାନ୍ଧିବା ସମୟରେ ଚାଉଳର ପାଣି ବା ଯାହାକୁ ପେଜ କୁହନ୍ତି ତାହା ଫୋପାଡି ଦିଅନ୍ତି । କିନ୍ତୁ ବର୍ତ୍ତମାନ ଠାରୁ ଏହାକୁ ନଫୋପାଡି ଥଣ୍ଡା କରନ୍ତୁ । ଏଥିରେ ଅଲିଭ ଅଏଲ କିମ୍ବା କିଛି ଏସେସନସିଆଲ ତେଲ ମିଶାଇ ମୁହଁରେ କିମ୍ବା କେଶରେ ସାମ୍ପ୍ୟୁ ପରି ଲଗାନ୍ତୁ ।

ତ୍ୱଚାରେ ଏହି ଚାଉଳ ପାଣିର ଉପକାରିତା
ଚାଉଳରେ ବହୁ ଭିଟାମିନ ଏବଂ ମିନେରାଲ ଥିବା ହେତୁ ଏହା ଆପଣଙ୍କ ତ୍ୱଚା ପାଇଁ ସୁପର ଫୁଡ ପରି କାମ କରିଥାଏ । ଏଥିରେ ଫେରୁଲିକ ଏସିଡ ଥିବା ହେତୁ ଏହା ଏକ ଭଲ ଆଣ୍ଟି-ଅକ୍ସିଡାଣ୍ଟ ଭାବେ କାମ କରିଥାଏ । ଏହି ଚାଉଳ ପାଣି ଆପଣଙ୍କ ତ୍ୱଚାରେ ଟୋନର କିମ୍ବା ଫେସିଆଲ କ୍ଲିନଜର ପରି କାମ କରିଥାଏ । ଏହା ସ୍କିନରେ ଥିବା ଛିଦ୍ର କୋଣକୁ ବନ୍ଦ କରିବା ସହିତ ତ୍ୱଚାରେ ଥିବା ଇମ୍ପ୍ୟୁରିଟିଜ କମ କରିବାରେ ସାହାଯ୍ୟ କରିଥାଏ । ଏହା ମୁଖରେ ଥିବା ବ୍ରଣ ଏବଂ ବ୍ରଣର ଦାଗ ମଧ୍ୟ ଦୂର କରିବାରେ ହିତକାରୀ । ଆପଣଙ୍କ ତ୍ୱଚାରେ କଳା ଦାଗ କିମ୍ବା କୁଣ୍ଡାଇ ହେବା ଜନିତ ସମସ୍ୟା ଥିଲେ ଏହିି ଚାଉଳ ପାଣିର ପ୍ରୟୋଗ ଦ୍ୱାରା ତାହାର ନିରାକରଣ କରାଯାଇପାରିବ । ଚାଉଳ ଫୁଟା ଯାଇଥିବା ପାଣି କିମ୍ବା ପେଜକୁ ଥଣ୍ଡା କରି ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିଥାଏ । ଏହା ସମସ୍ତ ପ୍ରକାରର ତ୍ୱଚାକୁ ଖାପ ଖୁଆଇଥାଏ । ଚାଉଳ ପାଣିକୁ ଆପଣ ଗୋଟିଏ ସ୍ପ୍ରେ ବୋଟଲରେ ରଖନ୍ତୁ ଏବଂ ଆବଶ୍ୟକ ପଡିଲେ ଗୋଟିଏ କଟନ ତୂଳା ସାହାଯ୍ୟରେ ନେଇ ତ୍ୱଚାରେ ଲଗାନ୍ତୁ ।

କେଶ ପାଇଁ ଉପକାରୀ ଚାଉଳ ପାଣି
ଚାଉଳରେ କାର୍ବୋହାଇଡ୍ରେଟର ଉପସ୍ଥିତି ହେତୁ ଏହା କେଶକୁ ଶକ୍ତିଶାଳୀ କରି କେଶର ଫ୍ରିକ୍ସନ କମ କରିଥାଏ । ଏହା କେଶକୁ ସାଇନିଙ୍ଗ କରିବା ସହିତ କେଶକୁ ଶକ୍ତିଶାଳୀ ଏବଂ ସୁସ୍ଥକର କରିଥାଏ । ଏହାକୁ ଆପଣ କେଶରେ କଣ୍ଡିସନର, ସାମ୍ପ୍ୟୁ କିମ୍ବା ତେଲଭାବେ ବ୍ୟବହାର କରିପାରିବେ । କେଶରେ ସାମ୍ପ୍ୟୁ କରିବା ପରେ ଆପଣ ଖାଲି ଚାଉଳ ପାଣି କିମ୍ବା ପେଜ ସାହାଯ୍ୟର କେଶକୁ ଧୋଇପାରିବେ । କିମ୍ବା କେଶରେ ଏହି ତରଳ ପଦାର୍ଥକୁ ତେଲ ପରି ଲଗାଇ ଭଲ ଭାବେ ମସାଜ କରନ୍ତୁ ଏବଂ ସାଧା ଜଳରେ ଧୋଇଦିଅନ୍ତୁ । ଏହାକୁ ଆପଣ ସପ୍ତାହରେ ଥରେ କିମ୍ବା ଦୁଇ ଥର କରିପାରିବେ । ଏହା ଆପଣଙ୍କ କେଶକୁ ସଫ୍ଟ ଏବଂ ସାଇନିଙ୍ଗ କରିଥାଏ । ଏହା ଆପଣଙ୍କ କେଶରେ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରିବ ।


Share It

Comments are closed.