ଉତ୍ତରାଖଣ୍ଡ ସୌନ୍ଦର୍ଯ୍ୟର ଗନ୍ତାଘର – ୱିନସର


ଦିନକୁ ଦିନ ବ୍ୟସ୍ତ ମଧ୍ୟରେ ଆମେ ଅଣନିଃଶ୍ୱାସୀ ହୋଇପଡୁଛି । ଏପରି ସ୍ଥିତିରେ ମନକୁ ମନ ହାଲୁକା କରିବା ପାଇଁ କୌଣସି ଶାନ୍ତି ଏବଂ ପ୍ରାକୃତିକ ପରିବେଶକୁ ବୁଲିଯିବା ଦରକାର । ଯଦି ଆପଣ ଏହିପରି ଏକ ପରିବେଶର ସନ୍ଧାନରେ ଅଛନ୍ତି ତେବେ ଉତ୍ତରାଖଣ୍ଡର ୱିନସର ବୁଲିଯାଆନ୍ତୁ । ଆସନ୍ତୁ ଜାଣିବା ଏହି ସ୍ଥାନର ସ୍ୱତନ୍ତ୍ରତା ବିଷୟରେ ।
ଆଲମୋରା ଠାରୁ ୩୩ କିଲୋମିଟର ଦୂରରେ ଅବସ୍ଥିତ ୱନିସର । ୱନିସର ଏକ ଗଡୱାଲି ଶବ୍ଦ ଯାହାର ଅର୍ଥ ନବ ପ୍ରଭାତ । ଦେବଦାରୁ ଜଙ୍ଗଲରେ ଘେରା ଏହି ପୁରା କ୍ଷେତ୍ର ଏବେ ଏକ ଅଭୟାରଣ୍ୟ ପାଲଟିଯାଇଛି । ଏଠାରେ ଥିବା ଜିରୋ ପଏଣ୍ଟରୁ ଆପଣ କେଦାରନାଥ, ଚୌଖମ୍ବା, ନନ୍ଦା ଦେବୀ, ପାଞ୍ଚୋଲୀ, ତ୍ରିଶୂଳ ଆଦି ପର୍ବତମାଳା ସହଜରେ ଦେଖିପାରିବେ ।
ଏଠାରେ ଥିବା ଅଭୟାରଣ୍ୟ ୪୯.୫୮ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପି ରହିଛି । ୱିନସର ବିଭିନ୍ନ ପାହାଡୀ ବୃକ୍ଷଲତାଙ୍କ ସହିତ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କୁ ମଧ୍ୟ ସଂରକ୍ଷଣ ପ୍ରଦାନ କରଥାଏ । ଏଠାକାର ବନ୍ୟଜନ୍ତୁଙ୍କ ମଧ୍ୟରେ ତେନ୍ଦୁଆ, ଜଙ୍ଗଳୀ ବିଲେଇ, ଭାଲୁ, ଲୋମଡି, କସ୍ତୁରୀ ମୃଗ ଆଦି ଦେଖିବାକୁ ମିଳିଥାନ୍ତି । ସେହିପରି ଏଠାରେ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡ ଷ୍ଟେଟ ବାର୍ଡ ମୋନାଲ ଅନ୍ୟତ୍ତମ । ଏମାନଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ ହ୍ରାସ ପାଇାବପେ ଲାଗିଛି । ଏହା ସହିତ ଶୁଆ ଛଞ୍ଚାଣ, କୋଠହଣା ଚଢେଇ ଆଦି ପକ୍ଷୀ ଦେଖିବାକୁ ମିଳିଥାଏ ।

ୱିନସରର ଦେବଦାରୁ ଘନ ଜଙ୍ଗଲ ଭିତରେ ଏଠାରେ ଏକ ମହାଦେବ ମନ୍ଦିର ରହିଛି, ଯାହାକୁ ୱିନସର ମହାଦେବ ମନ୍ଦିର ଭାବେ ଜଣାଯାଇଥାଏ । ଭଗବାନ ଭୋଳାନାଥଙ୍କୁ ସମର୍ପିତ ଏହି ମନ୍ଦିର ହିନ୍ଦୁଙ୍କ ପବିତ୍ର ସ୍ଥାନ ମଧ୍ୟରୁ ଅନ୍ୟତ୍ତମ । ଏଠାରେ ପ୍ରତିବର୍ଷ ଜୁନରେ ମହାଯଜ୍ଞ ଆୟୋଜନ କରାଯାଇଥାଏ ।
ୱିନସର ନିକଟରେ ରହିଛି ରାଣୀକ୍ଷେତ, ଯାହା ଆଲମୋରାର ଏକ ଖୁବ ସୁନ୍ଦର ହିଲ ଷ୍ଟେସନ । ଏହି ପାହାଡ ଦେବଦାରୁ ଏବଂ ବର ବୃକ୍ଷରେ ଭରି ରହିଛି । ଏଠାରେ ମଧ୍ୟ ଆପଣ ହିମାଳୟ ପର୍ବତମାଳାର ବହୁ ପର୍ବତ ଦେଖିପାରିବେ । ଏହି ପ୍ରାକୃତିକ ଶାନ୍ତି ଓ ସୌନ୍ଦର୍ଯ୍ୟ ଭରି ରହିଛି । ଗଲ୍ଫ ଖେଳିବା ପାଇଁ ରାଣୀକ୍ଷେତ ପ୍ରକୃଷ୍ଟ ସ୍ଥାନ ।

କିପରି ପହଞ୍ଚିବେ – ଆପଣ ଏଠାରେ ସଡକ, ରେଳପଥ ଓ ଆକାଶ ମାର୍ଗରେ ପହଞ୍ଚିପାରିବେ । ଏଠିକାର ନିକଟତ୍ତମ ବିମାନବନ୍ଦର ହେଉଛି ପନ୍ଥନଗର ଯାହା ଏଠାରୁ ୧୫୨ କିଲୋମିଟର ଦୂର । ରେଳମାର୍ଗ ପାଇଁ ଆପଣ କାଠଗୋଦାମ ରେଳଷ୍ଟେସନ ଆସିପାରିବେ, ଯାହା ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ସହର ସହ ଯୋଡି ହୋଇ ରହିଛି ।


Share It

Comments are closed.