୨୦୨୧ରେ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


ଆଉ ମାତ୍ର ଚାରିଦିନ ପରେ ବିଦାୟ ନେବ ୨୦୨୦ ଏବଂ ଆରମ୍ଭ ହୋଇଯିବ ୨୦୨୧ । ତେବେ ଆସନ୍ତା ବର୍ଷରେ କେତେଦିନ ବ୍ୟାଙ୍କ ବନ୍ଦ ଓ ଖୋଲା ରହିବ ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଏନେଇ ତାଲିକା ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) । ତେବେ ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି ।

ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ, ରବିବାର ବ୍ୟତୀୟ ମାସର ୨ୟ ଏବଂ ୪ର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଆରବିଆଇର ଓ୍ୱେବସାଇଟ୍‌ ମୁତାବିକ ସମସ୍ତ ଛୁଟିଗୁଡିକୁ ଅଲଗା ଅଲଗା ରାଜ୍ୟ ଅନୁସାରେ ନିଷ୍ପତ୍ତି ନିଆଯାଇଛି । କିଛି ଛୁଟି ସାରା ଦେଶରେ ଥିବା ବ୍ୟାଙ୍କ ପାଇଁ ଲାଗୁ ହୋଇଛି । ତେବେ ଆସନ୍ତୁ ଜାଣିବା ବ୍ୟାଙ୍କ ଛୁଟିର ସମ୍ପୁର୍ଣ୍ଣ ତାଲିକା—

ଜାନୁଆରୀ ୨୦୨୧

ଜାନୁଆରୀ ୧, ଶୁକ୍ରବାର- ନୂଆ ବର୍ଷର ପ୍ରଥମ ଦିନ

ଜାନୁଆରୀ ୨, ଶନିବାର – ନୂତନ ବର୍ଷର ଛୁଟି

ଜାନୁଆରୀ ୯, ୨ୟ ଶନିବାର

ଜାନୁଆରୀ ୧୧, ସୋମବାର- ମେସିନାରୀ ଡେ

ଜାନୁଆରୀ ୧୪,ଗୁରୁବାର- ମକର ସଂକ୍ରାନ୍ତ ଏବଂ ପୋଙ୍ଗଲ

ଜାନୁଆରୀ ୧୫କୁ ତିରୁବିଲବର ଦିବସ (କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ )

ଜାନୁଆରୀ ୨୩, ମାସର ୪ର୍ଥ ଶନିବାର

ଜାନୁଆରୀ ୨୬,ମଙ୍ଗଳବାର- ଗଣତନ୍ତ୍ର ଦିବସ

ଫେବୃଆରୀ ୨୦୨୧

ଫେବୃଆରୀ ୧୩, ୨ ୟ ଶନିବାର

ଫେବୃଆରୀ ୧୬, ମଙ୍ଗଳବାର –ବସନ୍ତ ପଞ୍ଚମୀ

ଫେବୃଆରୀ ୨୭, ୪ର୍ଥ ଶନିବାର- ଗୁରୁ ରବିଦାସ ଜୟନ୍ତୀ

ମାର୍ଚ୍ଚ ୨୦୨୧

ମାର୍ଚ୍ଚ ୧୧, ଗୁରୁବାର – ମହାବିଷୁବ ସଂକ୍ରାନ୍ତି

ମାର୍ଚ୍ଚ ୧୩, ୨ୟ ଶନିବାର

ମାର୍ଚ୍ଚ ୨୭-୪ର୍ଥ ଶନିବାର

ମାର୍ଚ୍ଚ ୨୯, ସୋମବାର -ହୋଲି

ଅପ୍ରେଲ୍ ୨୦୨୧

ଅପ୍ରେଲ୍‌ ୨, ଶୁକ୍ରବାର- ଗୁଡ୍‌ ଫାଇଡ୍ରେ

ଅପ୍ରେଲ ୮, ଗୁରୁବାର- ବୁଦ୍ଧ ପୂର୍ଣ୍ଣିମା

ଅପ୍ରେଲ୍‌ ୧୦, ୨ୟ ଶନିବାର

ଅପ୍ରେଲ୍‌ ୧୪, ଗୁରୁବାର – ବୈଶାଖୀ ଏବଂ ଡ. ବିଆର୍‌ ଆମ୍ବେଦର ଜୟନ୍ତୀ

ଅପ୍ରେଲ୍‌ ୨୧, ବୁଧବାର – ରାମ ନବମୀ

ଅପ୍ରେଲ୍‌ ୨୪, ୪ର୍ଥ ଶନିବାର

ଅପ୍ରେଲ ୨୫, ରବିବାର-ମହାବୀର ଜୟନ୍ତୀ

ମଇ ୨୦୨୧

ମଇ ୧, ଶନିବାର, ଶ୍ରମିକ ଦିବସ

ମଇ ୮- ୨ୟ ଶନିବାର

ମଇ ୧୨, ବୁଧବାର , ଇଦ୍‌-ଉଲ-ଫିତର

ମଇ ୨୨, ୪ର୍ଥ ଶନିବାର

ଜୁନ୍‌ ୨୦୨୧

ଜୁନ୍‌ ୧୨, ୨ୟ ଶନିବାର

ଜୁନ୍‌ ୨୬, ୪ର୍ଥ ଶନିବାର

ଜୁଲାଇ ୨୦୨୧

ଜୁଲାଇ ୧୦, ୨ୟ ଶନିବାର

ଜୁଲାଇ ୨୦, ମଙ୍ଗଳବାର- ବକ୍ରିଇଦ୍‌/ଇଦ୍‌-ଉଲ୍‌-ଆଦ୍‌ହା

ଜୁଲାଇ ୨୪, ୪ର୍ଥ ଶନିବାର

ଅଗଷ୍ଟ ୨୦୨୧

ଅଗଷ୍ଟ ୧୦, ମଙ୍ଗଳବାର- ମୋହରମ

ଅଗଷ୍ଟ ୧୪, ୨ୟ ଶନିବାର

ଅଗଷ୍ଟ ୧୫, ରବିବାର – ସ୍ୱାଧିନତା ଦିବସ

ଅଗଷ୍ଟ ୨୨-ରବିବାର- ରାକ୍ଷୀ ପୂର୍ଣ୍ଣିମା

ଅଗଷ୍ଟ ୨୮-୪ର୍ଥ ଶନିବାର

ଅଗଷ୍ଟ ୩୦-ସୋମବାର ଜନ୍ମାଷ୍ଟମୀ

ସେପ୍ଟେମ୍ବର ୨୦୨୧

ସେପ୍ଟେମ୍ବର ୧୦, ଶୁକ୍ରବାର- ଗଣେଷ ଚତୁର୍ଥୀ

ସେପ୍ଟେମ୍ବର ୧୧, ୨ୟ ଶନିବର

ସେପ୍ଟେମ୍ବର ୨୫, ଶନିବାର- ୪ର୍ଥ ଶନିବାର

ଅକ୍ଟୋବର ୨୦୨୧

ଅକ୍ଟୋବର ୨, ଶନିବାର ଗାନ୍ଧୀ ଜୟନ୍ତୀ

ଅକ୍ଟୋବର ୯, ୨ୟ ଶନିବାର

ଅକ୍ଟୋବର ୧୩, ବୁଧବାର-ମହାଅଷ୍ଟମୀ

ଅକ୍ଟୋବର ୧୫, ଶୁକ୍ରବାର, ଦଶହରା

ଅକ୍ଟୋବର ୧୮ , ସୋମବାର – ଇଦ୍‌-ଏ-ମିଲାନ୍‌

ଅକ୍ଟୋବର ୨୩, ୪ର୍ଥ ଶନିବାର

ନଭେମ୍ବର ୨୦୨୧

ନଭେମ୍ବର ୪, ଗୁରୁବାର- ଦୀପାବଳୀ

ନଭେମ୍ବର ୬, ଶନିବାର- ଭାଇଦୁଜ୍‌

ନଭେମ୍ବର ୧୩, ୨ୟ ଶନିବାର

ନଭେମ୍ବର ୧୫, ସୋମବାର- ଦୀପାବଳୀ ଛୁଟି

ନଭେମ୍ବର ୧୯, ଶୁକ୍ରବାର – ଗୁରୁନାନକ ଜୟନ୍ତୀ

ନଭେମ୍ବର ୨୭, ୪ର୍ଥ ଶନିବାର

ଡିସେମ୍ବର ୨୦୨୧

ଡିସେମ୍ବର ୧୧- ୨ୟ ଶନିବାର

ଡିସେମ୍ବର ୨୫, ୪ର୍ଥ ଶନିବାର ଏବଂ କ୍ରିସମାସ୍‌ ଡେ


Share It

Comments are closed.