ଭୁବନେଶ୍ୱରରେ ମହିଳା ନିବେଶକଙ୍କ ଏୟୁଏମ୍ ଗତ ୫ ବର୍ଷରେ ୨.୫ ଗୁଣ ବୃଦ୍ଧି ପାଇଛି: ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ଅଧ୍ୟୟନ


ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଫଣ୍ଡ ଆକ୍ସିସ ମ୍ୟୁଚୁଆଲ୍ ଫଣ୍ଡ୍ ୧ କୋଟିରୁ ଅଧିକ ଆକ୍ସିସ୍ ଏମ୍‌ଏଫ୍ ଗ୍ରାହକଙ୍କ ତଥ୍ୟକୁ ବିଶ୍ଳେଷଣ କରି ଦେଶବ୍ୟାପୀ ଏକ ସର୍ବେକ୍ଷଣ କରି “ମହିଳା ନିବେଶ ଆଚରଣ ରିପୋର୍ଟ ୨୦୨୪” ଶୀର୍ଷକ ଏକ ଆକର୍ଷଣୀୟ ଅଧ୍ୟୟନ ଉନ୍ମୋଚନ କରିଛି ।
ଗତ ପାଂଚ ବର୍ଷ (୩୧ ମାର୍ଚ୍ଚ ୨୦୧୯ରୁ ୩୧ ଡିସେମ୍ବର ୨୦୨୩) ମଧ୍ୟରେ ଭୁବନେଶ୍ୱରରେ ମହିଳା ନିବେଶକମାନେ ୨.୮ ଗୁଣ ବୃଦ୍ଧି ପାଇଛନ୍ତି । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ମହିଳା ନିବେଶକଙ୍କ ଏୟୁଏମ୍ ୨.୫ ଗୁଣ ବୃଦ୍ଧି ପାଇଛି । ଉକ୍ତ ସମୟ ସୀମା ମଧ୍ୟରେ ସାରା ଓଡ଼ିଶାରେ ମହିଳା ନିବେଶକଙ୍କ ଏୟୁଏମ୍‌ରେ ୨.୨ ଗୁଣ ଅଭିବୃଦ୍ଧି ଘଟିଛି ।
ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ ପ୍ରାୟ ୭୨% ମହିଳା ନିବେଶକ ବର୍ତମାନ ସ୍ୱାଧୀନ ନିବେଶ ନିଷ୍ପତି ନେଉଛନ୍ତି । ଏହି ରିପୋର୍ଟରେ ଆର୍ôଥକ ସ୍ୱାଧୀନତା ଏବଂ ଅଭିବୃଦ୍ଧି ହାସଲ ପାଇଁ ମହିଳା ନିବେଶକମାନେ ଗ୍ରହଣ କରିଥିବା ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରାଯାଇଛି ଏବଂ ଦୀର୍ଘମିଆଦୀ ପୁଞ୍ଜିନିବେଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ଅଧ୍ୟୟନର ମହତ୍ୱ ବିଷୟରେ ଆକ୍ସିସ୍ ଏଏମ୍‌ସିର ଏମ୍‌ଡି ଓ ସିଇଓ ବି ଗୋପକୁମାର କହିଛନ୍ତି ଯେ, ଅଧିକରୁ ଅଧିକ ଲୋକ ବିଶେଷ କରି ମହିଳାମାନେ ସେମାନଙ୍କ ଆର୍ôଥକ ରଣନୀତିର ଅଂଶ ବିଶେଷ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ନିଷ୍ପତି ଗ୍ରହଣ କରୁଥିବାରୁ ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପ ଏକ ଚମତ୍କାର ପରିବର୍ତନ ଦେଇ ଗତି କରୁଛି । ଆକ୍ସିସ୍ ଏମଏଫ ନିବେଶକଙ୍କ ନିବେଶ ଢାଂଚା ଉପରେ ଆମର ଗବେଷଣାରୁ ଜଣାପଡିଛି ଯେ ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ଗ୍ରାହକ ସଂଖ୍ୟାରେ ମହିଳାମାନେ ୩୦% ଅଟନ୍ତି ଏବଂ ମୋଟ ଏୟୁଏମର ୩୫% ସେମାନଙ୍କ ପାଖରେ ରହିଛି । ବିକଶିତ ନିବେଶକ ପରିଦୃଶ୍ୟକୁ ବିଶେଷକରି ମହିଳାଙ୍କ ପସନ୍ଦ ବିଷୟରେ ବୁଝିବା ନିରନ୍ତର ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଆମର ରିପୋର୍ଟର ଲକ୍ଷ୍ୟ ହେଉଛି ଏହି ଦିଗ ଉପରେ ଆଲୋକପାତ କରିବା । ସେମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ନିବେଶ ଆଚରଣକୁ ବିଶ୍ଳେଷଣ କରି, ଆକ୍ସିସ୍ ଏଏମସି ସେମାନଙ୍କର ଆର୍ôଥକ ଯାତ୍ରାକୁ ସଶକ୍ତ କରିବା ପାଇଁ ଆମର ଅଫରଗୁଡିକୁ ସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛି ।ଅଭିନବ ଡିଜିଟାଲ ଉପକରଣ ଏବଂ ବ୍ୟାପକ ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଏହା ପ୍ରୋତ୍ସାହିତ ହେଉଛି ।”
ଏହି ରିପୋର୍ଟରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
କ) ଉତମ ନିରନ୍ତରତା ଏବଂ ଦୀର୍ଘମିଆଦୀ ଦୃଷ୍ଟିକୋଣ: ପୁରୁଣା କାଳିଆ ଧାରଣାକୁ ଭାଙ୍ଗି ମହିଳା ନିବେଶକମାନେ ଦୀର୍ଘମିଆଦୀ ପୁଞ୍ଜିନିବେଶର ଦୃଢ଼ ସମର୍ଥକ ଭାବରେ ଉଭା ହେଉଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ସେମାନେ ଏକ ରଣନୈତିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ଯାହା ଉଭୟ ମହିଳା ନିବେଶକ ପିଛା ଅଧିକ ପରିମାଣର ନିବେଶ (୨୫%) ଏବଂ ପୁରୁଷଙ୍କ ତୁଳନାରେ ଜଣେ ମହିଳା ନିବେଶକ (୩୭%) ହାରାହାରି ଅଧିକ ପାଣ୍ଠି ଦ୍ୱାରା ପ୍ରଦର୍ଶନ କରିଛନ୍ତି । ଏହା ଏକ ଦୀର୍ଘମିଆଦୀ ଦୃଷ୍ଟିକୋଣ, ଯେଉଁଥିରେ ମହିଳାମାନେ ପାଂଚ ବର୍ଷ ମଧ୍ୟରେ ସେମାନଙ୍କର ମ୍ୟୁଚୁଆଲ ଫଣ୍ଡ ନିବେଶରେ ୨୨% ଅଧିକ ସ୍ଥାୟିତ୍ୱ ଦେଖାଇଛନ୍ତି । ଦୀର୍ଘମିଆଦୀ ସମ୍ପତିି ଗଠନ ପାଇଁ ଏହି ପ୍ରାଥମିକତା କେବଳ ବ୍ୟକ୍ତିଗତ ପରିବାର ପାଇଁ ନୁହେଁ ବରଂ ବ୍ୟାପକ ଅର୍ଥନୀତି ପାଇଁ ମଧ୍ୟ ଆର୍ôଥକ ନିରାପତା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରୁଛି ।
ଖ) ଡିଜିଟାଲ ଭବିଷ୍ୟତକୁ ଗ୍ରହଣ କରିବା: ଡିଜିଟାଲ ବିପ୍ଳବ ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ପରିବର୍ତନ କରୁଛି ଏବଂ ମହିଳାମାନେ ଏହି ପରିବର୍ତନରେ ଆଗରେ ଅଛନ୍ତି । ମାତ୍ର ପାଂଚ ବର୍ଷ ମଧ୍ୟରେ ଫିନଟେକ୍ ଚ୍ୟାନେଲ୍ ବ୍ୟବହାର କରୁଥିବା ଆକ୍ସିସ୍ ଏମ୍‌ଏଫ୍ ମହିଳା ନିବେଶକଙ୍କ ଅନୁପାତ ୧୪%ରୁ ୫୫%କୁ ବୃଦ୍ଧି ପାଇଛି । ଆର୍ôଥକ ସେବାକୁ ଅଧିକ ସୁଲଭ କରିବାରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏହି ବୃଦ୍ଧି ଆଲୋକପାତ କରିଛି । ମହାମାରୀ ଏହି ପରିବର୍ତନକୁ ଆହୁରି ତ୍ୱରାନ୍ୱିତ କରିଥିଲା ଯାହା ବଜାରର ଅସ୍ଥିରତା ସହିତ ଖାପ ଖୁଆଇବାରେ ମହିଳାମାନଙ୍କର ବହୁମୁଖୀ ପ୍ରତିଭାକୁ ପ୍ରୋତ୍ସାହିତ କରିଛି । ଡିଜିଟାଲ ଉପକରଣ କେବଳ ନିବେଶକୁ ସରଳ କରିନାହିଁ ବରଂ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତିକୁ ମଧ୍ୟ ବ୍ୟାପକ କରିଛି । ଶିକ୍ଷାଗତ ପ୍ରୟାସ ସହିତ ଏହି ବୈଷୟିକ ଅଗ୍ରଗତି ମହିଳାମାନଙ୍କୁ ବୁଦ୍ଧିମାନ ନିବେଶ ପସନ୍ଦ କରିବାର ଜ୍ଞାନ ପ୍ରଦାନ କରିଛି ଯାହା ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ଯଥେଷ୍ଟ ବୃଦ୍ଧି କରିଛି ।
ଗ) ସ୍ୱାଧୀନ ନିଷ୍ପତି ନିର୍ମାତା: ନିଷ୍କ୍ରିୟ ମହିଳା ନିବେଶକଙ୍କ ଧାରଣାକୁ ଦୂର କରି ଅଧ୍ୟୟନରୁ ଜଣାପଡିଛି ଯେ ଉଲ୍ଲେଖନୀୟ ୭୧.୯% ମହିଳା ସ୍ୱାଧୀନ ନିବେଶ ନିଷ୍ପତିି ନେଇଥାନ୍ତି । ୨୫-୩୪ ବର୍ଷ ବୟସର ୭୫% ମହିଳା ଏବଂ ୩୫-୪୪ ବର୍ଷ ବୟସର ୭୦% ମହିଳା ନିଜର ନିବେଶ ପସନ୍ଦ କରି ନିଜର ଆର୍ôଥକ ଭବିଷ୍ୟତକୁ ନିୟନ୍ତ୍ରଣ କରୁଥିବାରୁ ଯୁବପିଢ଼ିଙ୍କ କ୍ଷେତ୍ରରେ ଏହି ଧାରା ଅଧିକ ଦେଖିବାକୁ ମିଳିଛି । ଏହା ସମସ୍ତ ଜନସଂଖ୍ୟାରେ ମହିଳାମାନଙ୍କ ପାଇଁ ଆର୍ôଥକ ସଶକ୍ତୀକରଣ ଏବଂ ସ୍ୱୟଂଶାସିତତା ଦିଗରେ ଏକ ଶକ୍ତିଶାଳୀ ପରିବର୍ତନକୁ ସୂଚିତ କରୁଛି ଯାହା ଅଧିକ ଚମତ୍କାର ଏବଂ ବିବିଧ ନିବେଶ ପରିଦୃଶ୍ୟ ପାଇଁ ମାର୍ଗ ପ୍ରଶସ୍ତ କରୁଛି ।

ଘ) ନିବେଶ ପ୍ରାଥମିକତା: ଏହି ରିପୋର୍ଟରେ ନିବେଶ ପସନ୍ଦରେ ଏକ ରୋଚକ ଭୌଗୋଳିକ ପାର୍ଥକ୍ୟ ଉନ୍ମୋଚନ କରାଯାଇଛି । ୩୦ ସହରରେ ମହିଳାମାନେ (ଶୀର୍ଷ ୩୦ରୁ ଅଧିକ) ଏମଏଫ ବ୍ୟତୀତ ସ୍ଥାୟୀ ଜମା ଏବଂ ସୁନା ଭଳି ପାରମ୍ପରିକ ନିବେଶକୁ ପସନ୍ଦ କରନ୍ତି । ଅପରପକ୍ଷରେ, ଟି୩୦ ସହରରେ ସେମାନଙ୍କ ସମକକ୍ଷମାନେ (ଶୀର୍ଷ ୩୦ରୁ ଅଧିକ) ମ୍ୟୁଚୁଆଲ ଫଣ୍ଡ, ଷ୍ଟକ ଏବଂ ଏପରିକି ଷ୍ଟାର୍ଟଅପ୍ ପରି ନୂତନ ନିବେଶ ସୁଯୋଗ ଗ୍ରହଣ କରୁଛନ୍ତି । ଏହା ନିବେଶ ବିକଳ୍ପର ସୂକ୍ଷ୍ମ ବୁଝାମଣା ଉପରେ ଆଲୋକପାତ କରୁଛି ।
ଆକ୍ସିସ୍ ଏଏମସିର ସିଆଇଓ ଆଶିଷ ଗୁପ୍ତା ଆହୁରି କହିଛନ୍ତି ଯେ, “ଆମ ମହିଳା ନିବେଶ ଆଚରଣ ରିପୋର୍ଟ ୨୦୨୪’ର ଫଳାଫଳ ପ୍ରକୃତରେ ଏକ ପ୍ରେରଣାଦାୟକ ଚିତ୍ର ସୃଷ୍ଟି କରିଛି । ଉଚ୍ଚ ସ୍ୱାଧୀନତା ଏବଂ ଆଧୁନିକତା ବୃଦ୍ଧି ସହିତ ନିବେଶକ ଭିତିଭୂମିରେ ମହିଳାଙ୍କ ଅଂଶଗ୍ରହଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେମାନଙ୍କର ଏକ ଡାଟା-ପରିଚାଳିତ ଆଭିମୁଖ୍ୟ ଅଛି ଏବଂ ସେମାନେ ଶୀଘ୍ର ସେମାନଙ୍କ ନିବେଶ ପାଇଁ ଡିଜିଟାଲ ଉପକରଣ ଗ୍ରହଣ କରିଛନ୍ତି । ଦୀର୍ଘମିଆଦୀ ଲକ୍ଷ୍ୟ ଏବଂ ନିରନ୍ତରତା ଉପରେ ସେମାନଙ୍କର ଧ୍ୟାନ ସେମାନଙ୍କ ପାଇଁ ପ୍ରଭାବଶାଳୀ ନିବେଶ ଫଳାଫଳ ସୃଷ୍ଟି କରୁଛି । ଆମର ୨.୨ ନିୟୁତ ମହିଳା ନିବେଶକ ହାରାହାରି ୮୦,୦୦୦ ଟଙ୍କାରୁ ଅଧିକ ଲାଭ ହାସଲ କରିବା ସେମାନଙ୍କ ବଢୁଥିବା ଆର୍ôଥକ ଦକ୍ଷତାକୁ ଦର୍ଶାଉଛି ।
ମୋଟାମୋଟି ଭାବେ ଏହି ରିପୋର୍ଟ ଅର୍ଥ କ୍ଷେତ୍ରରେ ମହିଳାମାନଙ୍କର ଉଲ୍ଲେଖନୀୟ ପରିବର୍ତନକୁ ଦର୍ଶାଉଛି । ସେମାନଙ୍କର ବଢୁଥିବା ଆତ୍ମବିଶ୍ୱାସ ଏବଂ ରଣନୈତିକ ଆଭିମୁଖ୍ୟ, ସେମାନଙ୍କର ଦୀର୍ଘମିଆଦୀ ନିବେଶ ଫୋକସ୍ ଏବଂ ଡିଜିଟାଲ ଗ୍ରହଣରେ ସ୍ପଷ୍ଟ, ଯାହା କେବଳ ସେମାନଙ୍କର ନିଜର ଆର୍ôଥକ ସଫଳତାକୁ ପ୍ରୋତ୍ସାହିତ କରୁନାହିଁ ବରଂ ବ୍ୟାପକ ଅର୍ଥନୀତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।
ଯେହେତୁ ସେମାନେ ନିବେଶ କ୍ଷେତ୍ରକୁ ଗତିଶୀଳ ଏବଂ ପୁନର୍ଗଠନ ଜାରି ରଖିଛନ୍ତି, ତେଣୁ ମହିଳା ନିବେଶକମାନଙ୍କୁ ସଶକ୍ତ କରିବା ସର୍ବୋଚ୍ଚ ଅଟେ । ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ସେମାନଙ୍କୁ ଆବଶ୍ୟକ ଉପକରଣ, ସମ୍ବଳ ଏବଂ ଶିକ୍ଷାଗତ ସୁଯୋଗ ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ । ଆମର ପ୍ରତିବଦ୍ଧତା ହେଉଛି ନିଶ୍ଚିତ କରିବା ଯେ ସେମାନେ ସୁଚିନ୍ତିତ ଆର୍ôଥକ ନିଷ୍ପତି ନେବା ଏବଂ ସେମାନଙ୍କର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ କରିବା ପାଇଁ ଆତ୍ମବିଶ୍ୱାସ ଏବଂ ଜ୍ଞାନ ପାଇବେ ।


Share It

Comments are closed.