ନୂତନ ମୋଟୋ ଜି୬ ପ୍ଲସର ଶୁଭାରମ୍ଭ


ଅଗ୍ରଣୀ ମୋବାଇଲ ନିର୍ମାତା ମୋଟୋରୋଲା ପକ୍ଷରୁ ସମ୍ପୁର୍ଣ୍ଣ ନୂତନ ମୋଟୋ ଜି୬ ପ୍ଲସର ଶୁଭାରମ୍ଭ କରାଯାଇଛି, ଯାହାକି ମାତ୍ର ୨୨,୪୯୯ ଟଙ୍କାରେ ଉପଳବ୍ଧ । ଏହା ଅତ୍ୟାଧୁନିକ କ୍ୟାମେରା କୌଶଳରୁ ତୀବ୍ର ଚାର୍ଜିଙ୍ଗ ପର୍ଯ୍ୟନ୍ତ ଶ୍ରେଷ୍ଠ ସ୍ମାର୍ଟଫୋନ ବୈଶିଷ୍ଟ୍ୟ ପ୍ରଦାନ କରୁଛି । ପ୍ରତ୍ୟେକ କ୍ଷେତ୍ରରେ ମୋଟୋ ଜି୬ ପ୍ଲସ ସ୍ମାର୍ଟ ଏବଂ ସଠିକ ତ୍ରୁଟିହୀନ ସୃଜନଶୀଳ କ୍ୟାମେରା ସିଷ୍ଟମ ଏବଂ ବ୍ଲେଜିଙ୍ଗ ଉକ୍ତୃଷ୍ଟ ପ୍ରଦର୍ଶନ ପ୍ରଦାନ କରୁଛି । ମୋଟୋ ଜି୬ ପ୍ଲସ ଗ୍ରାହକ ମାନଙ୍କୁ ଧ୍ୟାନରେରଖି ପ୍ରସ୍ତୁତ କରାଯାଇଛି ଯାହା ଶ୍ରେଷ୍ଠ କ୍ୟାମେରା ଅନୁଭୂତି ଏବଂ ଇଣ୍ଟିଗ୍ରେଟେଡ ଗୁଗଲ ଲେନ୍ସ କାର୍ଯ୍ୟକଳାପ ଅଫର କରୁଛି । ଏହି ଯାନ୍ତ୍ରିକ ଉପକରଣ ଅଧିକ ଶକ୍ତିପାଇଁ ପ୍ରସ୍ତୁତ, ଏହାର ଶକ୍ତିଶାଳୀ କ୍ୱାଲକମ୍ ସ୍ନାପଡ୍ରାଗନ ୨.୨ ଗିଗାହର୍ଜ ଅକ୍ଟାକୋର ପ୍ରୋସେସର ସହିତ ୬ଜିବି ରାମ ଆପଣ ଚାହୁଁଥିବା ତୀବ୍ରତାରେ ମୁଭି ଦେଖିବା ପାଇଁ, ମଲ୍ଟିପୁଲ ଆପକୁ ଚଲାଇବା ପାଇଁ ଏବଂ କୌଣସି ଅସୁବିଧା ବିନା ଆପଣଙ୍କୁ ସ୍ମୁଥ ଏବଂ ବାସ୍ତବରେ ଆକର୍ଷଣୀୟ ସ୍ମାର୍ଟଫୋନ୍ ଅନୁଭୂତିର ସୁଯୋଗ ପ୍ରଦାନ କରିଥାଏ ।

ମୋଟୋ ଜି୬ ପ୍ଲସର ୫.୯ ଇଞ୍ଚର ସମ୍ପୂର୍ଣ୍ଣ ଏଚଡି ପ୍ଲସ ମାକ୍ସ ଭିଜନ ଡିସପ୍ଲେ ଭିଭିଡ ରଙ୍ଗ ଏବଂ ସଠିକ ବିବରଣୀ ପ୍ରଦାନ କରିବା ସହିତ ଆପଣଙ୍କୁ ଆକର୍ଷଣୀୟ ଭିଡିଓ ଏବଂ ଗେମ୍ସ ପ୍ରଦାନ କରୁଛି । ଏହାର ପ୍ଲେ ବ୍ୟାକ ପୂର୍ବଠାରୁ ଅଧିକ ଆକର୍ଷଣୀୟ । ଏହାର ବିସ୍ତୃତ ୧୮ ଅନୁପାତ ୯ ରେସିଓ ଏବଂ ଇଣ୍ଟିଗ୍ରେଟେଡ ଡଲବି ଅଡିଓ ଟିଏମ ପ୍ରିସେଟ ମୋଡକୁ ଧନ୍ୟବାଦ ଯାହା ଆପଣଙ୍କ ପ୍ରିୟ ବିଷୟବସ୍ତୁକୁ ସର୍ବଦା ଶ୍ରେଷ୍ଠ କରିଥାଏ । ଏହାର ୩୨୦୦ ଏମଏଏଚ ଅଲ-ଡେ ବ୍ୟାଟେରୀ ଲମ୍ବା ଅବଧି ପାଇଁ ଫୋନକୁ ଶକ୍ତିଶାଳୀ କରିଥାଏ ଏବଂ ଚାର୍ଜର ସମୟ ଆସିଲେ ଏହାର ଟର୍ବୋ ପାୱାରର ୧୫ଡବ୍ଲୁ ଚାର୍ଜର ଆପଣଙ୍କୁ କେବଳ ଗୋଟିଏ ମିନିଟରେ ଘଣ୍ଟା ଘଣ୍ଟାଧରି ଶକ୍ତି ପ୍ରଦାନ କରିଥାଏ ।
ମୋଟୋ ଜି୬ ପ୍ଲସରେ କେବଳ ସ୍କ୍ରିନକୁ ଥରେ ସ୍ୱାଇପ କରି ସ୍କ୍ରିନକୁ ତଳକୁ କରିବା ସହିତ ଫୋନକୁ ଉପରକୁ କରି ଫୋନକୁ ରିଙ୍ଗକୁ ସାଇଲେଣ୍ଟ କରାଯାଇପାରିବ । ସେହିପରି, ରିଷ୍ଟକୁ ଦୁଇ ଥର ଟ୍ୱିଷ୍ଟ କରି କ୍ୟାମେରା ଖୋଲିପାରିବେ ଏବଂ ଚପିଙ୍ଗ ମୋସନରେ ଫ୍ଲାସଲାଇଟ ଅନ କିମ୍ବା ଅଫ କରିପାରିବେ ଏବଂ ଏହା ଦ୍ୱାରା ଆପଣଙ୍କ ଅନୁଭୂତିକୁ ଅଧିକ ସୁବିଧାଜନକ ଏବଂ ଆକର୍ଷଣୀୟ କରିପାରିବେ । ମୋଟୋ ଜି୬ ପ୍ଲସ ଦେଶର ବିଭିନ୍ନ ଅଗ୍ରଣୀ ମୋବାଇଲ ଷ୍ଟୋରରେ ଏବଂ ଆମାଜନ.ଇନରେ ଅତ୍ୟାଧୁନିକଭାବେ ଅନଲାଇନରେ ଉପଲବ୍ଧ ହେବ । ଆକର୍ଷଣୀୟ ଇଣ୍ଡିଗୋ ବ୍ଲାକ ରଙ୍ଗର ମୋଟୋ ଜି୬ ପ୍ଲସ ଟ.୨୨,୪୯୯ରେ ଶୁଭାରମ୍ଭ ଅଫରରେ ଉପଲବ୍ଧ ହେଉଛି ।


Share It

Comments are closed.