ଭାରତରେ ଅଲ ନିୟୁ ବିଏମଡବ୍ଲୁ ଆର୧୮ କ୍ଲାସିକର ଶୁଭାରମ୍ଭ


ଭୁବନେଶ୍ୱର: ଦେଶରେ ବିଏମଡବ୍ଲୁ ମୋଟୋରାଡ଼ ଇଣ୍ଡିଆ ଅଲ ନିୟୁ ବିଏମଡବ୍ଲୁ ଆର୧୮ କ୍ଲାସିକର ଶୁଭାରମ୍ଭ କରିଛି । ଅଲ ନିୟୁ ବିଏମଡବ୍ଲୁ ଆର୧୮ କ୍ଲାସିକ ଏକ ସମ୍ପୂର୍ଣ୍ଣ ରୂପେ ବିଲ୍ଟ ଅପ୍ ୟୁନିଟ୍ (ସିବିୟୁ) ବିଏମଡବ୍ଲୁ ମୋଟୋରାଡ଼ ଡ଼ିଲର ନେଟୱାର୍କ ମାଧ୍ୟମରେ ଅର୍ଡ଼ର କରାଯାଇପାରିବ । ଅଲ ନିୟୁ ବିଏମଡବ୍ଲୁ ଆର୧୮ କ୍ଲାସିକ୍ ହେଉଛି ଟୁରିଂ ବାଇକ ଯାହାକି ମହାନ ଟୁରିଂ କ୍ରୁଜର ମଡ଼େଲର ଏକ ଶୁଭାରମ୍ଭ । ବିଏମଡବ୍ଲୁ ଆର ୧୮ କ୍ଲାସିକରେ ଏକ ବିଶାଳ ୱିଣ୍ଡସ୍କ୍ରିନ, ପାସେଞ୍ଜରର୍ସ ସିଟ, ସ୍ୟାଡେଲ ବ୍ୟାଗସ, ଏଲଇଡି ଆଡିସନାଲ ହେଡଲାଇଟ, ୧୬-ଇଂଚ ଫ୍ରଂଟ ହ୍ୱିଲ ରହିଛି । ଏଥିରେ ବିଏମଡବ୍ଲୁ ଦ୍ୱାରା ଏପର୍ଯ୍ୟନ୍ତ ନିର୍ମିତ ହୋଇଥିବା ସବୁଠାରୁ ବିଶାଳ ବକ୍ସର ଇଞ୍ଜିନ ରହିଛି । ଅଲ-ନ୍ୟୁ ବିଏମଡବ୍ଲୁ ଆର୧୮ କ୍ଲାସିକ ୨୪,୦୦,୦୦୦ଟଙ୍କାର ଏକ୍ସ-ଶୋରୁମ ମୂଲ୍ୟରେ ଉପଲବ୍ଧ ହେଉଛି । ଏହାର କାର୍ଯ୍ୟକ୍ଷମତା ଏବଂ ଷ୍ଟାଇଲିଷ୍ଟ ଡିଜାଇନ ଉପାଦାନଗୁଡ଼ିକ ଯଥା ଡବଲ କ୍ରିଡେଲ ଫ୍ରେମ, ଟିୟର ଡ୍ରପ ଟ୍ୟାଙ୍କ, ଅନାବୃତ ଡ୍ରାଇଭ ସାଫ୍ଟ ଏବଂ ଭଲଭାବରେ ଅଙ୍କାଯାଇଥିବା ଡବଲ ପିନ ଷ୍ଟ୍ରିପ ସହିତ ପେଂଟୱର୍କ ଆଦିର ଶୁଦ୍ଧତା ୧୯୩୬ରୁ ବିଶିଷ୍ଟ ବକ୍ସରର ସ୍ମାରକ ଅଟେ । ଅଲ-ନ୍ୟୁ ବିଏମଡବ୍ଲୁ ଆର୧୮ କ୍ଲାସିକ ତିନିବର୍ଷ ପର୍ଯ୍ୟନ୍ତ ସୀମାହୀନ କିଲୋମିଟର ପାଇଁ ଷ୍ଟାଣ୍ଡାର୍ଡ ୱାରେଂଟି ଏବଂ ୱାରେଂଟିକୁ ଚତୁର୍ଥ ଏବଂ ପଂଚମ ବର୍ଷକୁ ବଢ଼ାଇବାର ଏକ ବିକଳ୍ପ ସହିତ ଆସିଛି । ଏହାର ରୋଡସାଇଡ ଆସିଷ୍ଟାନ୍ସ ଯାହାକି ଏକ ଦିନରାତି ୩୬୫ ଦିନର ପ୍ୟାକେଜ ଅଟେ, ଆଗକୁ ବ୍ରେକଡାଉନ ଏବଂ ଟୋଇଙ୍ଗ ପରିସ୍ଥିତିରେ ଦକ୍ଷ ସର୍ଭିସ ସୁନିଶ୍ଚିତ କରିଥାଏ । ଏହି ସେଗମେଂଟରେ ଅସାଧାରଣ ଅଲ-ନ୍ୟୁ ବିଏମଡବ୍ଲୁ ଆର୧୮ ବ୍ୟକ୍ତିଗତ ରାଇଡର ପସନ୍ଦ ଅନୁଯାୟୀ ‘ରେନ’, ‘ରୋଲ’ ଏବଂ ‘ରକ’ ଭଳି ତିନୋଟି ଷ୍ଟାଣ୍ଡାର୍ଡ ରାଇଡିଙ୍ଗ ମୋଡ଼ ପ୍ରଦାନ କରୁଛି । ‘ରେନ ମୋଡ଼’ରେ ଥ୍ରୋଟଲର ପ୍ରତିକ୍ରିୟା ନମ୍ର ରହିଥାଏ ଏବଂ ରାଇଡିଙ୍ଗ ଡାଇନାମିକ୍ସ ଖସଡ଼ା ରାସ୍ତାରେ ଉଚ୍ଚମାନର ସୁରକ୍ଷା ସୁନିଶ୍ଚିତ କରିଥାଏ ।
ଏହି ଅବସରରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ, ଶ୍ରୀ ବିକ୍ରମ ପାୱା କହିଛନ୍ତିଯେ, “ବିଏମଡବ୍ଲୁ ଆର ୧୮ ସହିତ ବିଏମଡବ୍ଲୁ ମୋଟୋରାଡ଼ କ୍ରୁଜ ସେଗମେଂଟରେ ଏକ ଆକର୍ଷଣୀୟ ପ୍ରବେଶ କରିଛି । ଭାରତରେ ବିଏମଡ଼ବ୍ଲ୍ୟୁର ପ୍ରଥମ କ୍ରୁଜର ସଫଳତା ଏବଂ ଲୋକପ୍ରିୟତା ଉପରେ ପ୍ରତିଷ୍ଠିତ, ନୂତନ ବିଏମଡବ୍ଲୁ ଆର ୧୮ କ୍ଲାସିକ୍ ସହିତ ଏକ ପୁନଃଚିତ୍ରଣ କରାଯାଇଛି, ଏପରିକି ଅଧିକ ସ୍ୱତନ୍‌ତ୍ର ବୈଶିଷ୍ଟ୍ୟ ସହିତ । ଏହାର ଡିଜାଇନ, ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ରାଇଡିଙ୍ଗ ଗତିଶୀଳତା ଦୁଇ ଚକିଆ ଯାନରେ ଉପଭୋଗ କରିପାରୁଥିବା ଭଳି ଅତୂଳନୀୟ ଅଭିଜ୍ଞତା ପ୍ରଦାନ କରିଥାଏ ।”

ଅଲ ନ୍ୟୁ ବିଏମଡବ୍ଲୁ ଆର୧୮ କ୍ଲାସିକର କେନ୍ଦ୍ରଅଂଶ ହେଉଛି ଏକ ନୂତନ ଭାବେ ବିକଶିତ ଏୟାର/ ଅଏଲ କୁଲଡ ଦୁଇଟି ସିଲିଣ୍ଡର ବକ୍ସର ଇଞ୍ଜୀନ, ଯାହାକି ବିଏମଡବ୍ଲୁ ଦ୍ୱାରା ସିରିଜ ପ୍ରଡକ୍ସନରେ ସୃଷ୍ଟିହୋଇଥିବା ସବୁଠାରୁ ଅଧିକ ପାୱାରଫୁଲ ବକ୍ସର ଅଟେ । ଏକ ସିଙ୍ଗଲ-ଡିସ୍କ ଡ୍ରାଏ କ୍ଲଚ ଟର୍କର୍କୁ ଟ୍ରାନ୍ସମିସନକୁ ଟ୍ରାନ୍ସମିଟ କରିଥାଏ । ପ୍ରଥମଥର ପାଇଁ ଏହା ଏକ ସେଲ୍ଫ-ରେନଫୋର୍ସିଙ୍ଗ ଆଂଟି-ହପିଙ୍ଗ କ୍ଲଚ ଭାବେ ପ୍ରସ୍‌ୁତ ହୋଇଛି, ଯାହାଦ୍ୱାରା ଅନାବଶ୍ୟକ ଭାବେ ପଛ ଚକାର ଡେଇଁବା ଦୂର ହୋଇଥାଏ । ଅତିରିକ୍ତ ବିକଳ୍ପ ଭାବେ ଏଥିରେ ଏକ ରିଭର୍ସ ଗିୟର ଉପଲବ୍ଧ ଅଟେ । ଇଂଟିଗ୍ରେଟଡ ଡିସପ୍ଲେ ସହିତ କ୍ଲାସିକାଲି ଡିଜାଇନଡ ସର୍କୁଲାର ଇଷ୍ଟ୍ରୁମେଂଟ ଡେକୋରେଟିଭ କ୍ରୋମ ରିଙ୍ଗ ସହିତ ଏକ ମେଟାଲ ହାଉସିଙ୍ଗ ମଧ୍ୟରେ ଆବୃତ । ଏହାର ଉନ୍ନତ ଏର୍ଗୋନୋମିକ ଏକ ଉଚ୍ଚସ୍ତରର ଦୀର୍ଘଯାତ୍ରାର ଆରାମ ଏବଂ ଏକ ଅବିଭକ୍ତ କ୍ରୁଜର ଅନୁଭବ ପ୍ରଦାନ କରିଥାଏ । ବିଏମଡବ୍ଲୁ ମୋଟୋରାଡ ଏର୍ଗୋନୋମିକ୍ସ ଟ୍ରାଏଆଙ୍ଗଲ ବାର ସିଟ ଏବଂ ‘ମିଡ-ମାଉଂଟେଡ ଫୁଟ ପେଗ’ ସ୍ଥତିକୁ ହ୍ୟାଣ୍ଡେଲ କରିଥାଏ ।


Share It

Comments are closed.