ଭାରତରେ ବିଏମଡବ୍ଲୁ ଏଫ ୯୦୦ ଆର ଏବଂ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆରର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ. ମୋଟୋରାଡ୍ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଦୁଇଟି ନୂତନ ମଡେଲ୍ ଅଲ୍‌-ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଆର ଓ ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷର ଏହି ଦୁଇଟି ବହୁ ପ୍ରତିକ୍ଷୀତ ମୋଟର୍‌ସାଇକେଲ୍‌, ବିଏମଡବ୍ଲୁ ମୋଟୋରାଡ୍ ଡିଲର ନେଟ୍‌ୱର୍କରେ ସମ୍ପୂର୍ଣ୍ଣ ବିଲ୍ଟ-ଅପ ୍‌ୟୁନିଟ୍‌ସ (ସିବିୟୁ) ରେ ଉପଲବ୍ଧ ହେବ । ଏହି ଦୁଇ ନୂତନ ବାଇକ୍ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ସହିତ ସ୍ପୋର୍ଟସ୍‌-ଷ୍ଟାଇଲ୍ ଡିଜାଇନ୍ ଓ ଡାଇନାମିକ୍ସର ଏକ ଉପଯୁକ୍ତ ସମ୍ମିଶ୍ରଣ ଅଟେ । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍‌ଲିଣ୍ଡୋ ଟେକ୍ସିଏରା କହିଛନ୍ତି ଯେ, “ଏହି ଡାଇନାମିକ୍ ଡୁଓ – ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଆର ଓ ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆରରେ ଥିବା ସ୍ପୋର୍ଟି ରାଇଡିଙ୍ଗ୍ ଆନନ୍ଦ, ସରଳ ହ୍ୟାଣ୍ଡଲିଙ୍ଗ୍ ଓ ଏକ ସ୍ୱତନ୍ତ୍ର ରେଞ୍ଜର ଇକ୍ୟୁପମେଂଟ୍ ବିକଳ୍ପ ଅଲ୍ଟିମେଟ୍ ଥ୍ରିଲ୍ ଖୋଜୁଥିବା ଲୋକଙ୍କ ପାଇଁ ଏକ ମୂଲ୍ୟବାନ ପ୍ୟାକେଜ୍ ହେବା“
ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଆର ଗୋଟିଏ ଭାରିଆଂଟ୍‌ରେ ଉପଲବ୍ଧ ହେବ ଯାହାର ଏକ୍ସ ଶୋରୁମ ମୂଲ୍ୟରହିଛି ୯,୯୦,୦୦୦ଟଙ୍କା ଏବଂ ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ଏକ ଷ୍ଟାଣ୍ଡାର୍ଡ ଓ ଏକ ପ୍ରୋଭାରିଆଂଟ୍‌ରେ ଉପଲବ୍ଧ ହେବ ଯେଉଁଗୁଡ଼ିକର ଏକ୍ସ ଶୋରୁମ ମୂଲ୍ୟ ଯଥାକ୍ରମେ ୧୦,୫୦,୦୦୦ଟଙ୍କା ଓ ୧୧,୫୦,୦୦୦ଟଙ୍କା ରହିଛି । ଅଲ୍‌-ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଆର ବ୍ଲାକ୍ ଷ୍ଟର୍ମ ମେଟାଲିକ୍ ଓ ଷ୍ଟାଇଲ୍ ସ୍ପୋର୍ଟ ହକେନ୍‌ହେମ୍ ସିଲ୍‌ଭର ମେଟାଲିକ୍ / ରେସିଙ୍ଗ୍ ରେଡ୍ ପେଂଟ୍‌ୱର୍କରେ ଉପଲବ୍ଧ ହେଉଛି । ସେହିପରି ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ଲାଇଟ୍ ହ୍ୱାଇଟ୍ ଓ ଷ୍ଟାଇଲ୍ ସ୍ପୋର୍ଟ ରେସିଙ୍ଗ୍ ରେଡ୍ ପେଂଟ୍ ୱର୍କରେ ଉପଲବ୍ଧ ହେଉଛି ।
ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପାଇଁ ଏବଂ ସବୁ ସମୟରେ ଶୁଦ୍ଧ ମୋଟରସାଇକ୍ଲିଙ୍ଗ୍ ର ବାଧାହୀନ ଯାତ୍ରା ସୁନିଶ୍ଚିତ କରିବା ପାଇଁ, ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଆର ଓ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆରରେ ତିନି ବର୍ଷ ପାଇଁ ଏକ ଷ୍ଟାଣ୍ଡାର୍ଡ ୱାରେଂଟି, ଅସୀମିତି କିଲୋମିଟର, ୪ ଓ ୫ ବର୍ଷକୁ ୱାରେଂଟି ସମ୍ପ୍ରସାରିତ କରିବା ପାଇଁ ଏକ ବିକଳ୍ପ, ରୋଡ୍‌ସାଇଡ୍ ଆସିଷ୍ଟାଂଟ୍‌, ଏକ ୩୫୬ ଦିନର ପ୍ୟାକେଜ୍ ଆଦି ସୁବିଧା ରହିଛି । ଯାହାକି ବ୍ରେକ୍‌ଡାଉନ୍ ଓ ଜଟିଳ ପରିସ୍ଥିତିରେ ତତ୍କାଳ ସେବାକୁ ସୁନିଶ୍ଚିତ କରିଥାଏ । ଅଲ୍ ନ୍ୟୁ ବିଏମଡବ୍ଲୁ ଏଫ ୯୦୦ ଆର ଓ ବିଏମଡବ୍ଲୁ ଏଫ ୯୦୦ ଏକ୍ସଆର ବିଏମଡବ୍ଲୁ ମୋଟୋରାଡ୍ ଅଥୋରାଇଜ୍‌ଡ ଡିଲର ନେଟ୍‌ୱର୍କ ମାଧ୍ୟମରେ ବିକ୍ରି ଓ ସର୍ଭିସ୍ କରାଯିବ, ଯାହାକି ଭାରତର ଗୁରୁତ୍ୱପୂର୍ଣ୍ଣ ସେଂଟର୍ ଯେପରିକି ଦିଲ୍ଲୀ (ଲ୍ୟୁଟିନ୍ସ ମୋଟୋରାଡ୍‌), ମୁମ୍ବାଇ (ନବ୍‌ନିତ୍ ମୋଟର୍ସ), ପୁନେ (ବାଭାରିଆ ମୋଟର୍ସ) ଆଦି ଅନ୍ୟାନ୍ୟ ସେଂଟରଗୁଡ଼ିକରେ ଉପଲବ୍ଧ ରହିଛି । ଲକ୍‌ଡାଉନ୍ ଅବଧି ଶେଷ ହେବା ପରେ ସମସ୍ତ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟ ରାଇଡ୍ ଓ ଡେଲିଭରି୍ ଆରମ୍ଭ ହେବ ।


Share It

Comments are closed.