ମହାରାଷ୍ଟ୍ରରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଦୁଇ ମୁଣ୍ଡିଆ ସାପ


ମହାରାଷ୍ଟ୍ରରର ଥାନେ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି । ଯାହାର ମୂଲ୍ୟ ୨.୫ କୋଟି ରହିଥିବାବେଳେ ଲୁଚାଇ ରଖିଥିବା ସନ୍ଦଗ୍ଧ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି । ଉକ୍ତ ଆସାମୀ ଜଣକ ଏହି ବିରଳ ପ୍ରଜାତିର ସାପକୁ ବିକିବା ପାଇଁ ଯୋଜନା ଚଲାଇଥିବାବେଳେ ଏହାକୁ ସେ କେଉଁଠାରେ ପାଇଲା ସେଥିପାଇଁ ବର୍ତ୍ତମାନ ପୋଲିସ ପକ୍ଷରୁ ପଚରା ଉଚରା ଆରମ୍ଭ ହୋଇଯାଇଛି ।
ବନ୍ୟଜୀବ ଅଧିକାରୀଙ୍କ କହିବା ମୁତାବକ ଏହି ସାପଟି ଏକ ବିଲୁପ୍ତ ପ୍ରାୟ ପ୍ରଜାତିର ଅଟେ । ଏହାର ବ୍ୟବହାର ଔଷଧ, ସୌନ୍ଦର୍ଯ୍ୟ ପ୍ରସାଦାନ ସାମଗ୍ରୀ ଏବଂ ଗୁଣି ଗାରିଡି ପାଇଁ ବ୍ୟବହାର କରାଯାଏ । ଆନ୍ତର୍ଜାତିକ ବଜାରମାନଙ୍କରେ ଏହି ସାପଟିର ଦାମ ବହୁତ ଅଟେ ।


Share It

Comments are closed.