ଫ୍ରେଣ୍ଡସିପ୍ ଡେ ହେଲା କାଳ: ସାଙ୍ଗକୁ ଦୁଷ୍କର୍ମ କଲା ସାଙ୍ଗ


ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଜଣେ ନାବାଳିକ ଗଣଦୁଷ୍କର୍ମର ଶୀକାର ହୋଇଥିବାର ସୂଚନା ମିଳିଛି । ରବିବାର ଫ୍ରେଣ୍ଡସିପ୍ ଡେ ଅବସରରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି । ଫ୍ରେଣ୍ଡସିପ୍ ଡେ ପାଳନ କରିବା ବାହାନାରେ ଜଣେ ୧୬ ବର୍ଷିୟ ନାବାଳିକାକୁ ତା’ର ସାଙ୍ଗମାନେ ନିଜ ଘରକୁ ଡାକି ଗଣଦୁଷ୍କର୍ମ ଘଟାଇଥିବାର ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ।
ଏହି ଅଭିଯୋଗ ପରେ ଡୋମ୍ବିଭିଲି ପୁଲିସ ଉକ୍ତ ଆରୋପି ସାଙ୍ଗମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଳନ ମଧ୍ୟ କରିଛି । ମିଳିଥିବା ସୂଚନା ମୁତାବକ ପୀଡିତାକୁ ଦୁଇ ଜଣ ସାଙ୍ଗ ଫ୍ରେଣ୍ଡସିପ୍ ଡେ ପାଳନ କରିବା ଅବସରରେ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଏହା ପରେ ନାବାଳିକା ଝିଅ ସହ ତାର ଦୁହେଁ ସାଙ୍ଗମାନେ ପ୍ରେଣ୍ଡସିପ ଡେକୁ କୌଣସି ରେଷ୍ଟୁରାଣ୍ଟରେ ପାଳନ କରିବା ପରିବର୍ତ୍ତେ ଏକ ଜନଶୂନ୍ୟ ଅଞ୍ଚଳରେ ଥିବା ବନ୍ଦ ଘରକୁ ନିଇ ଯାଇଥିଲେ । ପରେ ଏହି ଦୁଇ ଜଣ ସାଙ୍ଗ ମିଶି ଏହି ୧୬ ବର୍ଷିୟା ନାବାଳିକ ସହ କୁକର୍ମ ଘଟାଇଥିଲେ । ଏହା ସହ ପୀଡିତାକୁ ଧମକ ମଧ୍ୟ ଦେଇଥିଲେ ଏହି ଘଟଣା ସଂପର୍କରେ କାହାକୁ ନ କହିବା ପାଇଁ । ଏହି ସଂପର୍କରେ ପୀଡିତା ନ ଡରି ଉକ୍ତ ଆରୋପିଙ୍କ ବିରୋଧରେ ଡୋମ୍ବିଭିଲି ପୁଲିସ ଥାନାରେ ଏକ ଏତଲା ଦାଖଲ କରିଥିଲେ, ଯାହାର ତଦନ୍ତ ସ୍ୱରୁପ ପୋଲିସ ଦୁଇ ସାଙ୍ଗଙ୍କୁ ଗିରଫ କରିଛି ।


Share It

Comments are closed.