ଇମ୍ରାନଙ୍କ ଦଳ ‘ପିଟିଆଇ’କୁ ସମର୍ଥନ କରିବ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ


ପାକିସ୍ତାନରେ ଯେପରି ନିର୍ବାଚନ ପାଖେଇ ପାଖେଇ ଆସୁଛି ସେହିଭଳି ସେଠାରେ ରାଜନୀତିରେ ନୂଆ ନୂଆ ସମୀକରଣ ମଧ୍ୟ ଦେଖିବାକୁ ମିଳୁଛି । ପାକିସ୍ତାନରେ କେଉଁ ପାର୍ଟି ଭାରତ ବିରୋଧୀ ମନ୍ତବ୍ୟ ଦେଇ ନିର୍ବାଚନୀ ପ୍ରଚାରରେ ପ୍ରଚାର କରୁଥିବା ବେଳେ ଅନ୍ୟ କେହି ନେତା ନିର୍ବାଚନ ଜିତିଲା ପରେ ଭାରତ ଆଗରେ କେବେ ବି ମୁଣ୍ଡ ନୁଆଁବାର ପରସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହି ପ୍ରଚାର କରୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପାକିସ୍ତାନ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ‘ହରକତ ଉଲ ମୁଜାହିଦିନ’ ଇମ୍ରାନ ଖାନଙ୍କ ପାର୍ଟି ‘ପାକିସ୍ତାନ ତହରିକ ଏ ଇନସାଫ’ କୁ ସମର୍ଥନ କରିବା ଲାଗି ଘୋଷଣା କରିଛି ।
ଆତଙ୍କବାଦୀ ସଙ୍ଗଠନ ‘ହରକତ ଉଲ ମୁଜାହିଦିନ’ର ପ୍ରତିଷ୍ଠାତା ଫୁଜଲୁର ରେହମାନ ଖଲିଲି ଏହି ନିର୍ବାଚନରେ ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ଇମ୍ରାନ ଖାନଙ୍କ ଦଳ ‘ପାକିସ୍ତାନ ତହରିକ ଏ ଇନସାଫ’କୁ ସମର୍ଥନ କରିବା ଲାଗି ଘୋଷଣା କରିଛନ୍ତି । ‘ହରକତ ଉଲ ମୁଜାହିଦିନ’ ନିଜ ଫେସବୁକରେ ଏହି ଘୋଷଣା କରିଥିବାର ‘ ପାକିସ୍ତାନ ତହରିକ ଏ ଇନସାଫ’ର ଉପାଧ୍ୟକ୍ଷ ଅସଦ ଉମର କହିଛନ୍ତି । ଏକ ଉର୍ଦ୍ଦୁରେ ଲେଖି ପୋଷ୍ଟରେ ଉମରଙ୍କୁ ଇସଲାମାବାଦ ସଂସଦୀୟ ସିଟ ପାଇଁ ସମର୍ଥନ ଦେବାର ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଆମ୍ଭେ ମାନେ ‘ପାକିସ୍ତାନ ତହରିକ ଏ ଇନସାଫ’ ପିଟିଆଇରେ ସାମିଲ ହୋଇଯାଇଛୁ । ଆହୁରୀ ମଧ୍ୟ ସେ ଲେଖି ଜଣାଇଛନ୍ତି ଯେ, ଆମେ ପାକିସ୍ତାନକୁ ସଚ୍ଚା ମୁସଲିମ ରାଷ୍ଟ୍ର ରୂପେ ନିର୍ମାଣ କରିବା ପାଇଁ ପିଟିଆଇରେ ଯୋଗ ଦେଇ ତାକୁ ମଜବୁତ କରବାକୁ ଚାହୁଁଛୁ ।
‘ହରକତ ଉଲ ମୁଜାହିଦିନ’ର ଏହି ଫେସବୁକ ପୋଷ୍ଟ ପରେ ପରେ ଉମର ନିଜ ଫେସବୁକ ପୋଷ୍ଟ ଖଲିଲ ପିଟିଆଇକୁ ସମର୍ଥନ ଦେବାର ସୂଚନା ଦେଇଛନ୍ତି । ଏହା ସହ ଖଲିଲି ଏକ ସାମ୍ବାଦିକ ସମ୍ମୀଳନୀ ଜରିଆରେ ଉମରଙ୍କୁ ସୂଚନ ଦେବାର ସୂଚନା ଜଣାଇଛନ୍ତି । ସେଥିପାଇଁ ସେ ରବିବାର ଏକ ବୈଠକ ଆୟୋଜନ କରିଥିଲେ ।
ପ୍ରକାଶ ଥାଉକି ପାକିସ୍ତାନରେ ୨୫ ଜୁଲାଇରେ ହେବାକୁ ନିର୍ବାଚନରେ ଅନେକ ଆତଙ୍କବାଦୀ ସଂଙ୍ଗଠନ ନିର୍ବାଚନରେ ସାମିଲ ରହିଥିବାବେଳେ ନିଜ ଫାଇଦା ପାଇଁ ରାଜନୈତିକ ଦଳ ମାନଙ୍କୁ ସମର୍ଥନ କରୁଛନ୍ତି । ସେହିଭଳି ଅନ୍ୟ ଏକ କୁଖ୍ୟାତ ଆତଙ୍କବାଦୀ ସଂଙ୍ଗଠନ ଜମାତ-ଉଦ-ଦାୱାର ପ୍ରତିଷ୍ଠାତା ହାଫିଜ ସୟଦଙ୍କ ନିଜ ପାର୍ଟି ସହ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଥିବାକୁ ବାହାରିଥିବା ବେଳେ ନିର୍ବାଚନ କମିଶନର ଏହା ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି ।


Share It

Comments are closed.