ମା’ ହେବା ପୂର୍ବରୁ ନିଜ ପିଲା ପାଇଁ ସାନିଆ ଦେଲେ ଆବେଗପୂର୍ଣ୍ଣ ବାର୍ତ୍ତା


ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆଉ କିଛି ଦିନ ମଧ୍ୟରେ ମା’ ହେବାକୁ ଯାଉଛନ୍ତି । ସେଥିପାଇଁ ସେ ବର୍ତ୍ତମାନ ସୋସିଆଲ ମିିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏବେ ସୋସିଆଲ ମିଡିଆରେ ସାନିଆଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କର ଆଗାମୀ ସନ୍ତାନକୁ ନେଇକି ଏକ ଗୁରୁତ୍ୱପୂର୍ଣ୍ଣ କଥା କହି ଥିବାର ଦେଖିବାକୁ ମିଳିଛି ।
ସାନିଆ ଏହି ଭିଡିଓରେ କହିଛନ୍ତି ଯେ, ସେ ନିଜର ଜନ୍ମ ହୋଇନଥିବା ପିଲାର ସ୍ୱାସ୍ଥ୍ୟ ସଂପର୍କରେ ଏବେ ଠାରୁ ବହୁତ ଚିନ୍ତିତ ଅଛନ୍ତି । ସେ ତାଙ୍କର ଆଗାମୀ ପିଲା ପାଇଁ ଏବେ ଠାରୁ ପ୍ରାର୍ଥନା କରୁଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ କେବଳ ମୋର ଆଗାମୀ ପିଲା ପାଇଁ ଚିନ୍ତା ପ୍ରକଟ କରୁ ନାହିଁ ବରଂ ସମସ୍ତ ପିଲାଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ଦେବାକୁ ଚାହିଁଛି ଯିଏକି ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ । ସ୍ୱପ୍ନକୁ ପୂରଣ କରିବା ପାଇଁ ଯେତେ ବାଧା ବିଘ୍ନ ଆସୁ ନା କାହିଁକି ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ଏହାକୁ ସଫଳ ରୂପେ ସମସ୍ତେ ପୂରଣ କରିବା ଉଚିତ ”

ସାନିଆ କହିଛନ୍ତି, “ ଯେଉଁ ପର୍ଯ୍ୟନ୍ତ ମୋ ପିଲାର ପ୍ରଶ୍ନ ଉଠୁଛି, ସେଥିପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରଥନା କରୁଛି ସେ ଏକ ସୁସ୍ଥ ପିଲା ହୋଇଥାଉ । ମୋର ପୁଅ ହେଉ କିମ୍ବା ଝିଅ, ସେଥିପାଇଁ ପାଇଁ ମୁଁ ଅନ୍ୟମାନଙ୍କ ଭଳି ଚିନ୍ତିତ ନୁହେଁ କିନ୍ତୁ ପିଲାଟି ସୁସ୍ଥ ହୋଇଥିବା ଦରକାର । ମୁଁ ମୋର କେବଳ ଆଗାମୀ ପିଲାକୁ ଏହା କହିବାକୁ ଚାହିଁଛି ଯେ, ସର୍ବପ୍ରଥମେ ତୁମକୁ ନିଜ ଉପରେ ଭରୋସା କରିବାକୁ ପଡିବ ଏବଂ ତୁମେ ଯାହା କରିବାକୁ ଚାହୁଁଛ ସେଥିପାଇଁ ଯେପରି ତୁମକୁ ସ୍ୱାଧୀନତା ମିଳିବ । ”
ପ୍ରକାଶ ଥାଉକି ସାନିଆ ହେଉଛନ୍ତି ସାନିଆ ହେଉଛନ୍ତି ଭାରତୀୟ ଟେନିସ ତାରକା ଯିଏକି ୨୦୧୦ରେ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ ।


Share It

Comments are closed.