ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୦ ଜଣ


ଆଜି ରାଜ୍ୟରେ ଆଉ ୧୦ ଜଣଙ୍କ ମୁଣ୍ଡ ନେଲା କରୋନା। ଆଜି ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪ ଜଣ, ଭୁବନେଶ୍ୱରରୁ ୨ ଜଣ, ଅନୁଗୋଳ, କୋରାପୁଟ, ନୟାଗଡ, ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।


Share It

Comments are closed.