ରାସ୍ତାରେ ଖେଳୁଥିଲା କଁଅଳ ଶିିଶୁ, ହଠାତ ଆକ୍ରମଣ କଲା ବୁଲା କୁକୁର, ଭିଡିଓ ଭାଇରାଲ


ରାସ୍ତାରେ ଆପଣ ବୁଲାବୁଲି କରୁଥିବା ସମୟରେ ବୁଲା କୁକୁର ଆପଣଙ୍କୁ କେତେବେଳେ ଆକ୍ରମଣ କରିବ ତାହା କାହାକୁ ଜଣାନଥାଏ । ତେଲେଙ୍ଗାନାରେ ଘଟିଥିବା ଏହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥରେ ଏକ ଛୋଟ ପିଲା ଉପରେ ବୁଲା କୁକୁର ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ତେଲେଙ୍ଗାନା କରିମନଗରସ୍ଥିତ ସାତୱାହନ ବିଶ୍ୱବିଦ୍ୟାଳୟ ଦେଇଯାଇଥିବା ରାସ୍ତା ଉପରର ଅଟେ । ଏହି ଭିଡିଓରେ ହରିନନ୍ଦନ ନାମକ ଜଣେ ବାଳକ ନିଜ ସାଙ୍ଗ ସହ ଖେଳୁଥିବାର ଦେଖିବାକୁ ମିଳୁଥିବାବେଳେ ଏହି ସମୟ ମଧ୍ୟରେ ଏକ ବୁଲା କୁକୁର ହଠାତ ଦଉଡି ଆସି ତା’ ଉପରେ ଆକ୍ରମଣ କରିଦିଏ । ଏହି ଭିଡିଓଟି ବହୁତ ଲୋମ ହର୍ଷଣ କାରି ଅଟେ । ବୁଲା କୁକୁରଟି ଆକ୍ରମଣ କରୁଥିବାର ଦେଖି ହରି ନନ୍ଦନର ବାପା ମା’ ହଠାତ ଦୈଡି ତାକୁ ବଞ୍ଚାଇ ନିଅନ୍ତି । ୧୮ ମାସର ଶିଶୁ ହରି ନନ୍ଦନ ବୁଲା କୁକୁର ଆକ୍ରମଣରେ ଗମ୍ଭୀର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ କରିମନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Share It

Comments are closed.