ତେଲେଙ୍ଗାନା ଏକ୍ସପ୍ରେସରେ ଘଟିଲା ଭୟାବହ ଅଗ୍ନିକାଣ୍ଡ, ଭିଡିଓ ଭାଇରାଲ


ଗୁରୁବାର ସକାଳ ହରିୟାଣାର ଅସୋତି ବଲ୍ଲଭଗଡ ନିକଟରେ ତେଲେଙ୍ଗାନା ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ମଧ୍ୟରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାର ସୂଚନା ମିଳିଥିବାବେଳେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳୀରେ ଦମକଳ ଗାଡି ମହଜୁଦ ରହିଥିଲା ବୋଲି ଉତ୍ତରତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି ।

ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏହି ତେଲେଙ୍ଗାନା ଏକ୍ସପ୍ରେସରେ ସକାଳ ପ୍ରାୟ ୮ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ମୁତାବକ, ପ୍ୟାଣ୍ଟ୍ରି ବିଭାଗରେ ପ୍ରଥମେ ନିଆଁ ଲାଗିଥିବାବେଳେ ଚାହୁଁ ଚାହୁଁ ଏହା ତୁରନ୍ତ ବଗିକୁ ବ୍ୟାପିଯାଇଥିଲା । ଏହି ଘଟଣାରେ କୌଣସି ଯାତ୍ରୀ ବିଶେଷ ଭାବେ ଆହତ ହୋଇନଥିବାବେଳେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜାଗାରେ ରେଳଯାତାୟତା ପ୍ରଭାବିତ ହୋଇଛି ବୋଲି ସୂଚନା ମିଳିଛି ।


Share It

Comments are closed.