ରିଲସ୍ ଭିଡିଓ କରିବା ହେଲା କାଳ, ହଠାତ ସବୁ କିଛି ଗଲା ବଦଳି, ଭିଡିଓ ଭାଇରାଲ


ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମ ରିଲସ(Instagram Reels)ର ନିଶା ବର୍ତ୍ତମାନ ସମୟରେ ବଢିବାରେ ଲାଗିଛି । ଟିକଟକ ଭଳି ମଧ୍ୟ ଏହି ପ୍ଲାଟଫର୍ମ ମାଧ୍ୟରେ ୟୁଜସ,ର୍ ଫିଲ୍ମ ଗୀତ ଏବଂ ଡାଇଲଗର ନକଲ କରି ଅଳ୍ପ କିଛି ସମୟ ମଧ୍ୟରେ ଭିଡିଓ ପ୍ରସ୍ତୁତ କରିପାରୁଥିବାର ସୁବିଧା ରହିଛି । ଏହି କ୍ଲିପ ଗୁଡିକ ମାଧ୍ୟମରେ ଆପଣ ଦର୍ଶକଙ୍କ ମନମୋହିତ ଏବଂ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ସ୍ଥାନମାନଙ୍କର ଅନୁସନ୍ଧାନ ଏବଂ ସୁନ୍ଦର ମୂହୂର୍ତ୍ତ ର ଛବି ଦେଖାଇପାରିବେ । ଏହା ବାଦ ମଧ୍ୟ ଅନେକ ୟୁଜର୍ସ ସାମାନ୍ୟ କିଛି ଲାଇକ ଏବଂ ଭିୟୁ ବଢାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ । ଆଞା ହଁ, ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ତାହାର ଏକ ଜଳନ୍ତ୍ୱ ଉଦାହରଣ ଅଟେ । ତେଲେଙ୍ଗାନର ଜଣେ ଯୁବକ ରେଳ ଲାଇନ ଉପରେ ଇନଷ୍ଟାଗ୍ରାମ ରିଲର ସୁଟ କରୁଥିଲେ । କିନ୍ତୁ ହଠାତ ସବୁ କିଛି ବଦଳିଗଲା ।

ଏହି ଘଟଣା ସେହି ସମସ୍ତ ଯୁବକମାନଙ୍କ ପାଇଁ ଏକ ଶିକ୍ଷା ଯେଉଁମାନେ ସାମାନ୍ୟ ଲାଇକ ଏବଂ ଭିୟୁସ ପାଇଁ ନିଜ ଜୀବନ ସହ ଖେଳିଥାନ୍ତି ! ମିଳିଥିବା ସୂଚନା ମୁତାବକ, ଏହି ଘଟଣାଟି ୪ ସେପ୍ଟେମ୍ବରରେ ତେଲେଙ୍ଗାନାର କାଜିପେଟର ଅଟେ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦ୍ରୁତ ଗତିରେ ଆସୁଥିବା ଟ୍ରେନକୁ ବ୍ୟାଗ ଗ୍ରାଉଣ୍ଡରେ ରଖି ଜଣେ ଯୁବକ ରିଲସ ପ୍ରସ୍ତୁତ କରୁଥିବାବେଳେ ହଠାତ ଟ୍ରେନଟି ଯୁବକଟିକୁ ଖୁବ ଜୋରସେ ଧକ୍କା ମାରିଥିଲା । ଯାହାଫଳରେ ଉକ୍ତ ଯୁବକଟି ପବନରେ ଛିଟିକି ପଡି ଗମ୍ଭୀର ଭାବରେ ଆହାତ ହୋଇପଡିଥିଲେ । ଏହି ପୂରା ଘଟଣାର ଭଡିଓଟି କ୍ୟାମେରାରେ କଏଦ ହୋଇଥିବାବେଳେ ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗୁରୁତର ଭାବେ ଆହାତ ହୋଇଥିବା ଉକ୍ତ ଯୁବକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ରହିଛି । ଚିକିତ୍ସା ଜାରି ରହିଛି । ଯୁବକ ଜଣଙ୍କ ୧୭ ବର୍ଷିୟ ହୋଇଥିବାବେଳେ ତାଙ୍କ ନାମ ଅକ୍ଷୟ ରାଜ ଅଟେ । ସେ କଲେଜରେ ପ୍ରଥମ ବର୍ଷର ଛାତ୍ର ଅଟନ୍ତି ।
ମିଳିଥିବା ସୂଚନା ମୁତାବକ, ଉକ୍ତ ଯୁବକଟି ନିଜ ସାଙ୍ଗଙ୍କ ସହ ରିଲସ ଭିଡିଓ କରିବା ପାଇଁ ରେଳ ଲାଇନ ନିକଟକୁ ଆସିଥିଲେ । ଯେତେବେଳ ତାଙ୍କ ସାଙ୍ଗ ରିଲସ କରିବା ଆରମ୍ଭ କରିଥିଲେ ସେତେବେଳେ ସେ ରେଳ ଲାଇନ ଉପରେ ଧିରେ ଧିରେ ଆଗକୁ ବଢିବା ଆରମ୍ଭ କରିଥିଲେ । ସପଟେ ତାଙ୍କ ପଛରେ ଖୁବ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ଖୁବ ଜୋରରେ ତାଙ୍କୁ ଧକ୍କା ଦେଇଥିଲା ।


Share It

Comments are closed.