ଲେନ୍ସକାର୍ଟ ପକ୍ଷରୁ ୨୧୫୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଓମନିଚ୍ୟାନେଲ ଆଇଓୟାର ବ୍ରାଣ୍ଡ ଲେନ୍ସକାର୍ଟ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ଏହି ଇସ୍ୟୁ ଜରିଆରେ କମ୍ପାନି ୨୧୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବା ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧,୩୨,୨୮୮,୯୪୧ ଇକ୍ୱିଟି ସେୟାର ବିକ୍ରି କରିବେ। କମ୍ପାନିର ଅଂଶଧନାକାରୀ ଯଥା ପୀୟୂଷ ବଂଶଲ, ନେହା ବଂଶଲ, ଓ ସୁମିତ କପାହିଙ୍କ ସମେତ ଏସଭିଏଫ ୨ ଲାଇଟବଲବ (କେମ୍ୟାନ) ଲିମିଟେଡ, ସ୍କ୍ରୋଡର୍ସ କ୍ୟାପିଟାଲ ପ୍ରାଇଭେଟ ଇକ୍ୱିଟି ଏସିଆ ମରିସସ ଲିମିଟେଡ, ପିଆଇ ଅପର୍ଚୁନିଟିଜ ଫଣ୍ଡ-୨, ମାକ୍ରିଟସାଇ ଇନଭେଷ୍ଟମେଂଟ ପିଟିଇ ଲିମିଟେଡ, କେଦାର କ୍ୟାପିଟାଲ ଫଣ୍ଡ ୨ ଏଲଏଲପି ଓ ଆଲଫା ୱେଭ ଭେଂଚର୍ସ ଏଲଏଲପି ପକ୍ଷରୁ ଇକ୍ୱିଟି ସେୟାର ଜାରି କରାଯିବ।
ପ୍ରାକ-ଆଇପିଓ ପ୍ଲେସମେଂଟ ଜରିଆରେ ୪୩୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରାଯିବ। ତାହା ସଫଳ ହେଲେ ସେହି ଅନୁସାରେ ମୂଳ ଇସ୍ୟୁର ଆକାର କମିଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ଭାରତରେ ନୂଆ କମ୍ପାନି ପରିଚାଳିତ, କମ୍ପାନି ମାଲିକାନା (କୋକୋ) ଷ୍ଟୋର ସ୍ଥାପନ କରିବା, କୋକୋ ଷ୍ଟୋର ପାଇଁ ଲିଜ, ଭଡ଼ା ଓ ଲାଇସେନ୍ସ ଚୁକ୍ତି ବାବଦ ପେମେଂଟ କରିବା, ପ୍ରଯୁକ୍ତି ଓ କ୍ଳାଉଡ ଭିତିଭୂମିରେ ନିବେଶ, ବ୍ରାଣ୍ଡ ସଚେତନତା ବଢ଼ାଇବା ପାଇଁ ବ୍ରାଣ୍ଡ ମାର୍କେଟିଂ ଓ ବ୍ୟବସାୟ ପ୍ରସାରରେ ନିବେଶ କରିବା, ଅଧିଗ୍ରହଣ ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ, ଆଭେଣ୍ଡସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ ଓ ଇଂଟେନସିଭ ଫିସକାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ।
୨୦୦୮ରେ ସ୍ଥାପନ କରାଯାଇଥିବା ଲେନ୍ସକାର୍ଟ ୨୦୧୦ରେ ଅନଲାଇନ ବ୍ୟବସାୟରୁ ଭାରତରେ ଏହାର କାରବାର ଆରମ୍ଭ କରିଥିଲା ଏବଂ ୨୦୧୩ରେ ଦିଲ୍ଲୀରେ ପ୍ରଥମ ଖୁଚୁରା ଷ୍ଟୋର ଖୋଲିଥିଲା। ବର୍ତମାନ ଏହାୁ ଡିଜାଇନ, ଉତ୍ପାଦନ, ବ୍ରାଣ୍ଡିଂ ଓ ଖୁଚୁରା କାରବାର କ୍ଷେତ୍ରରେ ସକ୍ରିୟ ରହିଥିବା ବେଳେ ଭାରତର ମେଟ୍ରୋ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହରରେ ବ୍ୟାପକ ଖୁଚୁରା ନେଟୱର୍କ ଏବଂ ଦକ୍ଷିଣ ପୂର୍ବ ଏସିଆ ଓ ମଧ୍ୟପ୍ରାଚ୍ୟରେ ଉପସ୍ଥିତି ରହିଛି।
କମ୍ପାନିର ଫ୍ରେମ, ଲେନ୍ସ ଓ ଆଇଗ୍ଲାସ ଉତ୍ପାଦନ କାରଖାନା ରାଜସ୍ଥାନର ଭିୱାଣ୍ଡି ଓ ହରିୟାଣାର ଗୁରୁଗ୍ରାମରେ ଥିବା ବେଳେ ସିଙ୍ଗାପୁର ଓ ୟୁନାଇଟେଡ ଆରବ ଏମିରେଟସର ଆଂଚଳିକ କାର୍ଯ୍ୟକ୍ଷେତ୍ର ରହିଛି। ଲେନ୍ସକାର୍ଟ ଏୟାର, ଭିନସେଂଟ ଚେଜ, ହସଲର ଓ ହୁପର କିଡସ ଭଳି ଏହାର ସୁଲଭ ଓ ପ୍ରିମିୟମ ବ୍ରାଣ୍ଡ ରହିଛି।
୨୦୨୪-୨୫ ଆର୍ôଥକ ବର୍ଷରେ କମ୍ପାନି ୧୦୫ଟି ନିଜସ୍ୱ ଡିଜାଇନ ଓ ପ୍ରସ୍ତୁତ କଲେକ୍ସନକୁ ବିଶ୍ୱବ୍ୟାପୀ ଉନ୍ମୋଚନ କରାଯାଇଥିଲା। ଭାରତ ଓ ସାରା ବିଶ୍ୱରେ ଏହା ୧୨.୪୧ ନିୟୁତ ଗ୍ରାହକଙ୍କୁ ୨୭.୨ ନିୟୁତ ଆଇଓୟାର ବିକ୍ରି କରିଛି।
Comments are closed.