ଶାସ୍ତ୍ରୀଙ୍କ କାମ ଏବଂ ବେତନ ମଧ୍ୟରେ କେତେ ରହିଛି ପାର୍ଥକ୍ୟ, ଜାଣନ୍ତୁ


ଭାରତୀୟ ଦଳର ମୁଖ୍ୟ କୋଚ ପଦବୀ ପାଇଁ ରବି ଶାସ୍ତ୍ରୀ ପୁଣିଥରେ ଦଳରେ ନିଯୁକ୍ତି ପାଇଥିବାବେଳେ ସେ ନିଜର କଣ୍ଟ୍ରାକ୍ଟକୁ ପୁଣିଥରେ ରିନିୟୁ ମଧ୍ୟ କରିଛନ୍ତି । ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ରିନିୟୁ ଅନୁଯାୟୀ ତାଙ୍କର ବାର୍ଷିକ ବେତନରେ ମଧ୍ୟ ବୃଦ୍ଧି ଘଟିଛି । ପ୍ରକାଶ ଥାଉକି, ୨୦୧୯ ବିଶ୍ୱକପ ସହିତ ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଥିବାବେଳେ ଏହି ପଦବୀ ଲାଗି ପୁଣିଥରେ ଆବେଦନ ପ୍ରକ୍ରିୟା ହୋଇଥିଲା ଯେଉଁଥିରେ ଶାସ୍ତ୍ରୀ ଦଳର ମୁଖ୍ୟ କୋଚ ରୂପେ ଦ୍ୱିତୀୟ ଥର ପାଇଁ ନିଯୁକ୍ତି ପାଇଥିଲେ । ମିଲିଥିବା ସୂଚନା ମୁତାବକ ଶାସ୍ତ୍ରୀଙ୍କ ନୂଆ କଣ୍ଟ୍ରାକ୍ଟ ସହିତ ତାଙ୍କ ବେତନରେ ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ଏହା ଦ୍ୱାରା ତାଙ୍କ ସିଟିସି ବର୍ତ୍ତମାନ ୯.୫ କୋଟିରୁ ଆସି ୧୦ କୋଟିରେ ପହଞ୍ଚିଛି । ଏହା ପୂର୍ବରୁ ବିସିସିଆଇର କଣ୍ଟ୍ରାକ୍ଟ ଅନୁଯାୟୀ ଶାସ୍ତ୍ରୀଙ୍କ ବାର୍ଷିକ ବେତନ ୮ କୋଟି ଥିଲା । ଶାସ୍ତ୍ରୀଙ୍କ ସହିତ ଦଳର ଅନ୍ୟାନ କର୍ମକର୍ତ୍ତାଙ୍କ ମଧ୍ୟ ବେତନରେ ବୃଦ୍ଧି ଘଟିଛି । ସେହିଭଳି ବୋଲିଂ କୋଚ ଭରତ ଅରୁଣଙ୍କ ବାର୍ଷିକ ବେତନରେ ବୃଦ୍ଧି ଘଟି ଏହା ୩.୫ କୋଟି ପହଞ୍ଚିଥିବାବେଳେ ସେହି ସମାନ ବେତନ ଫିଲ୍ଡି କୋଚ ଆର.ଶ୍ରୀଧରଙ୍କର ମଧ୍ୟ ରହିଛି । ଅନ୍ୟପଟେ ବ୍ୟାଟିଙ୍ଗ କୋଚ ବିକ୍ରମ ରାଠୋରଙ୍କର ବାର୍ଷିକ ବେତନ ୨.୫କୋଟିରୁ ୩ କୋଟି ମଧ୍ୟରେ ରହିଛି ।


Share It

Comments are closed.