ଟିସିଏସ ପକ୍ଷରୁ ୧୨ଟି ସହରରେ ଟିସିଏସ ଇନକ୍ୱିଜିଟିଭର ୨୦୨୫ ସଂସ୍କରଣ ଉନ୍ମୋଚିତ

Share It

ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ସର୍ବଭାରତୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆନ୍ତଃ-ସ୍କୁଲ କୁଇଜ ପ୍ରତିଯୋଗିତା ଟିସିଏସ ଇନକ୍ୱିଜିଟିଭର ୨୦୨୫ ସଂସ୍କରଣ ଉନ୍ମୋଚନ କରାଯାଇଛି। ଏହି ବାର୍ଷିକ କୁଇଜ ପ୍ରତିଯୋଗିତାରେ ସମ୍ପ୍ରତିକ ଘଟଣାବଳୀ, ବିଜ୍ଞାନ, ପ୍ରଯୁକ୍ତି, ବ୍ୟବସାୟ, କଳା ଓ ସଂସ୍କୃତି ଆଦି ବିଷୟକୁ ନେଇ ଏକ ଗେମ ଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସୁଦୃଢ଼ କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଜଟିଳ ଭାବନା ଏବଂ ବିଶ୍ୱସ୍ତରୀୟ ସଚେତନତାକୁ ସୁଦୃଢ଼ କରିବା ଲାଗି ଏହି କୁଇଜ ପ୍ରସ୍ତୁତ କରାଯାଇଛି। ଟିସିଏସ ଇନକ୍ୱିଜିଟିଭ ୧୨ଟି ଭାରତୀୟ ସହର ଯଥା ଅହମଦାବାଦ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଇନ୍ଦୋର, କୋଚି, କୋଲକାତା, ମୁମ୍ବାଇ, ନାଗପୁର ଓ ପୁନେ ପରିଦର୍ଶନ କରିବ। ପ୍ରତି ସହରରେ ଆଂଚଳିକ ପର୍ଯ୍ୟାୟ ଅନୁଷ୍ଠିତ ହେବ। ପ୍ରତି ଅଂଚଳର ବିଜେତା ଦଳ ସେମି-ଫାଇନାଲରେ ପ୍ରବେଶ କରିବେ ଓ ଜାତୀୟ ଫିନାଲେ ମୁମ୍ବାଇରେ ଅନୁଷ୍ଠିତ ହେବ। ଅଂଶଗ୍ରହଣକାରୀମାନେ ମାଗଣାରେ ଏଥିରେ ଯୋଗ ଦେଇପାରିବେ।
ଟିସିଏସର ଉପସଭାପତି (ଏଚଆର) ସୁଦୀପ କୁନୁମାଲ କହିଛନ୍ତି ଯେ, “ଏଆଇ ଓ ଡିଜିଟାଲ ନବସୃଜନକୁ ଭାରତ ଗ୍ରହଣ କରୁଥିବାରୁ ପ୍ରଯୁକ୍ତିରେ ପାରଦର୍ଶିତା ପୂର୍ବାପେକ୍ଷା ଅଧିକ ଜରୁରୀ ହୋଇପଡ଼ିଛି। କୁଇଜ ଓ ଗେମିଫାଏଡ ଶିକ୍ଷା ଜରିଆରେ ବାସ୍ତବ ଦୁନିଆର ଆହ୍ୱାନ ସହିତ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ଏହି ଅନ୍ତରକୁ ଦୂର କରିବାକୁ ଟିସିଏସ ଇନକ୍ୱିଜିଟିଭ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ଜଟିଳ ବିଷୟ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିବ ଏବଂ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେବ। ଆମର ଲକ୍ଷ୍ୟ ହେଉଛି ଦୁନିଆରେ ବଦଳୁଥିବା ଧାରା ସହିତ ଶିକ୍ଷାର୍ଥୀମାନଙ୍କୁ ଆଗକୁ ବଢ଼ାଇବାରେ ସହାୟତା ଦେବା ଏବଂ ନବସୃଜନ, ସହଯୋଗିତା ଓ ଆଗକୁ ବଢ଼ିବାର ମାନସିକତା ଗଠନ କରିବା। ଜନସଂଖ୍ୟାର ଲାଭକୁ ବ୍ୟବହାର କରି ପ୍ରଯୁକ୍ତି ଅର୍ଥନୀତିର ଭବିଷ୍ୟତକୁ ଆକାର ଦେବା ଲାଗି ଭାରତ ପାଖରେ ଅନନ୍ୟ ସୁଯୋଗ ରହିଛି ଏବଂ ଟିସିଏସ ଇନକ୍ୱିଜିଟିଭ ଭଳି ପ୍ଲାଟଫର୍ମ ସେହି ସମ୍ଭାବନାକୁ ଆଗୁଆ ଉଜାଗର କରିବା ଲାଗି ପ୍ରସ୍ତୁତ କରାଯାଇଛି।”
କିଛି ବର୍ଷ ମଧ୍ୟରେ ଟିସିଏସ ଇନକ୍ୱିଜିଟିଭ ଭାରତର ଅନ୍ୟତମ ସମ୍ମାନଜନକ ଆନ୍ତଃ ସ୍କୁଲ କୁଇଜ ପ୍ରତିଯୋଗିତା ଭାବେ ପ୍ରତିଷ୍ଠା ହାସଲ କରିଥିବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଅଂଶଗ୍ରହଣ ଓ ସମର୍ଥନ ହାସଲ କରିପାରିଛି। ୧୯୯୯ରେ ଟିସିଏସ ଆଇଟି ୱିଜର ଶୁଭାରମ୍ଭ ସହିତ କୁଇଜ ସହ ଦୁଇ ଦଶନ୍ଧି ଧରି ଟିସିଏସ ଯୋଡ଼ିହୋଇରହିଛି। ଏକ ଅଗ୍ରଣୀ ପ୍ରଯୁକ୍ତି କମ୍ପାନି ଭାବେ ଟିସିଏସ ପକ୍ଷରୁ ଯୁବ ପ୍ରତିଭାମାନଙ୍କୁ ସତ୍ୟତମ ପ୍ରଯୁକ୍ତି ଧାରା ବିଷୟରେ ଅବଗତ କରିବା ଅଭିଯାନରେ ଆଗ୍ରଣୀ ଭୂମିକା ନିର୍ବାହ କରାଯାଉଛି।
୨୦୨୫ ସଂସ୍କରଣରେ ଶିକ୍ଷା, ମନୋରଂଜନ,ବ୍ୟାଙ୍କିଂ, ବିଜ୍ଞାପନ, କ୍ରୀଡ଼ା, ସୋସିଆଲ ମିଡିଆ, ବ୍ୟବସାୟ ଧାରା, କଳା ଓ ସଂସ୍କୃତି ଏବଂ ଆମ ଜୀବନରେ ପ୍ରଯୁକ୍ତିର ବଢ଼ୁଥିବା ଭୂମିକା ଭଳି ବ୍ୟାପକ ବିଷୟକୁ ବ୍ୟବହାର କରାଯିବ। ଏହା କ୍ଲାଉଡ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଅଟୋମେସନ, ବାୟୋମେଟ୍ରିକ୍ସ, ରୋବୋଟିକ୍ସ ଭଳି ଆଦିର ମଧ୍ୟ ମୁକାବିଲା କରିବ।
ଟିସିଏସ ଇନକ୍ୱିଜିଟିଭ ୱେବସାଇଯ ଜରିଆରେ ଆବେଦନ ଦାଖଲ କରାଯାଉଛି। ଟିସିଏସ ଇନକ୍ୱିଜିଟିଭ ୨୦୨୫ ବିଷୟରେ ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ: https://www.tcs.com/inquizitive


Share It

Comments are closed.