ଟିସିଏସ ପକ୍ଷରୁ ଏମଆଇଟି ସ୍ଲୋଆନ ମ୍ୟାନେଜମେଂଟ ରିଭ୍ୟୁ ସହଯୋଗରେ ନୂଆ ଗବେଷଣା ସିରିଜର ଶୁଭାରମ୍ଭ

Share It

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଆଇଟି ସେବା, କନସଲ୍ଟିଂ ଓ ବ୍ୟବସାୟ ସମାଧାନ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଏମଆଇଟି ସ୍ଲୋଆନ ମ୍ୟାନେଜମେଂଟ ରିଭ୍ୟୁ ସହଯୋଗରେ ବୃହତ୍ ସଂସ୍ଥାରେ ମାନବ ଓ ଏଆଇ ସହଯୋଗିତାର ପରବର୍ତୀ ପର୍ଯ୍ୟାୟର ଅନ୍ୱେଷଣ କରିବା ପାଇଁ ନୂଆ ଗବେଷଣା ସିରିଜର ଶୁଭାରମ୍ଭ କରାଯାଇଛି। ସାରା ବିଶ୍ୱର ସଂସ୍ଥାଗୁଡ଼ିକ ନିଜ ବ୍ୟବସାୟ ପରିଚାଳନାରେ ରୂପାନ୍ତରଣ ଆଣିବା ପାଇଁ ଏଆଇ ଆଧାରିତ ସମାଧାନ ମୂତୟନ କରିବାରେ ପ୍ରତ୍ୟକ୍ଷ ଭାବେ ନିବେଶ କରୁଥିବା ବେଳେ ଏହି ବହୁ କ୍ଷେତ୍ରୀୟ ସର୍ବେକ୍ଷଣ ନୂତନ ଧାରାକୁ ଭଲ ଭାବେ ଅନୁଶୀଳନ କରିବ ଯାହା ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ଏଆଇ ବ୍ୟବହାରରେ ପରିବର୍ତନ ଆଣିପାରିବ।
ଏହି ଗବେଷଣା ସିରିଜରେ ବିନିର୍ମାଣ, ରିଟେଲ, କଂଜ୍ୟୁମର ପ୍ୟାକେଜଡ ସାମଗ୍ରୀ, ବ୍ୟାକିଂ, ଆର୍ôଥକ ସେବା ଓ ବୀମା, ଜୀବ ବିଜ୍ଞାନ ଓ ସ୍ୱାସ୍ଥ୍ୟ ସେବା, ଶକ୍ତି, ସମ୍ବଳ, ୟୁଟିଲଟି, ଯୋଗାଯୋଗ, ଗଣମାଧ୍ୟମ ଓ ପ୍ରଯୁକ୍ତି କ୍ଷେତ୍ରକୁ ସାମିଲ କରାଯାଇଛି। ଏହି ବହୁ ବର୍ଷୀୟ ସର୍ବେକ୍ଷଣକୁ ଏମଆଇଟି ଏସଏମଆର ଓ ଟିସିଏସ ପକ୍ଷରୁ ପରିକଳ୍ପନା କରାଯିବା ସହ କାର୍ଯ୍ୟକାରୀ କରାଯାଇଛି। ୱାଲମାର୍ଟ, ମେଟା, ମାଷ୍ଟରକାର୍ଡ ଓ ପେର୍ନଡ ରିକାର୍ଡ ଭଳି ସଂସ୍ଥାର ବିଶେଷଜ୍ଞଙ୍କୁ ନେଇ ସର୍ବେକ୍ଷଣ କରାଯାଇଛି।
ଏମଆଇଟି ସ୍ଲୋଆନର ରିସର୍ଚ ଫେଲୋ ମାଇକେଲ ଶ୍ଚାର୍ଜ କହିଛନ୍ତି ଯେ, ‘ଆଇସିଏ ରଚନାକୁ ବଦଳାଇଛି। ସେମାନେ କେବଳ ନିଷ୍ପତିରୁ ଶିଖୁନାହାନ୍ତି, ବରଂ ଯେଉଁଭଳି ନିଷ୍ପତି ନିଆଯାଉଛି ସେଥିରେ କିଭଳି ଉନ୍ନତି ହୋଇପାରିବ, ତାହା ଶିଖୁଛନ୍ତି। ତାହା ଆନାଲିଟିକ୍ସ ନୁହେଁ, ତାହା ହେଉଛି ଢ଼ାଂଚା।’’
ଟିସିଏସର ଏଆଇ ପ୍ରାକ୍ଟିସ ମୁଖ୍ୟ ଅଶୋକ କ୍ରିସ କହିଛନ୍ତି ଯେ, ‘ମେସିନ ବୁଦ୍ଧିମତା ସହିତ ମାନବ ନିଷ୍ପତିରେ ଉନ୍ନତି ଆଣି ଆଇସିଏ ପକ୍ଷରୁ ଏଆଇକୁ କାର୍ଯ୍ୟ ଅଟୋମେସନରୁ ଜଟିଳ ବହୁବିଧ ସ୍ଥିତିରେ ଉତ୍କୃଷ୍ଟ ନିଷ୍ପତି ପର୍ଯ୍ୟନ୍ତ ଆଗକୁ ନିଆଯାଇଛି ଯାହା ଅଧିକ ଜାଣି ହେଉଥିବା ଫଳାଫଳକୁ ସକ୍ଷମ କରିବ, ଫଳରେ ଉତରଦାୟିତ୍ୱ ସୁନିଶ୍ଚିତ ହୋଇପାରିବ। ସଂସ୍ଥାର ଲକ୍ଷ୍ୟ ଅନୁସାରେ ପ୍ରତିଭା ବିକାଶକୁ ସମନ୍ୱିତ କରିବାରେ ତାହା ସହାୟକ ହେଉଛି। ଫଳରେ ଏଆଇ ଯୁଗରେ ଉଚ୍ଚ ସମ୍ଭାବନା ଥିବା କର୍ମଚାରୀଙ୍କୁ ଚିହ୍ନଟ ଓ ସମୃଦ୍ଧ କରିବା ସହଜ ହୋଇପାରିଛି। ଶେଷରେ ଆଇସିଏ ଏଭଳି ପରିବେଶକୁ ଦୃଢ଼ କରୁଛି ଯେଉଁଠାରେ ସଂଯୁକ୍ତ ସାଂଗଠନିକ ବୁଦ୍ଧିମତା ସୃଷ୍ଟି କରିବା ପାଇଁ ମାନବ ନିଷ୍ପତି ଓ ଏଆଇ ମିଳିତ ଭାବେ କାମ କରୁଛି ଏବଂ ଅଧିକ ବୁଦ୍ଧିମାନ ଓ ସୂଚିତ ନିଷ୍ପତି ନିଆଯାଇପାରୁଛି।’’
ଏମଆଇଟି ସ୍ଲୋଆନ ମ୍ୟାନେଜମେଂଟ ରିଭ୍ୟୁର ସମ୍ପାଦକୀୟ ନିର୍ଦେଶକ ଡେଭିଡ କିରଣ କହିଛନ୍ତି ଯେ, ‘ଆଇସିଏ ଗ୍ରହଣ କରୁଥିବା ସଂସ୍ଥାଗୁଡ଼ିକ କେବଳ ନିଷ୍ପତିକୁ ସ୍ୱୟଂକ୍ରିୟ କରୁନାହାନ୍ତି, ବରଂ ନିଷ୍ପତି ପରିବେଶକୁ ସେମାନେ କିଭଳି ପରିଚାଳନା କରୁଥିବା ତାହାକୁ ପ୍ରସ୍ତୁତ କରୁଛନ୍ତି। ଫଳରେ ଏଭଳି ନିଷ୍ପତି ନିଆଯାଇପାରୁଛି ଯାହା ଦ୍ରୁତ, ବୁଦ୍ଧିମାନ, ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ଏବଂ ଅଧିକ ଉତରଦାୟିତ୍ୱ ସମ୍ପନ୍ନ। ଉଭୟ ମାନବ ଓ ମେସିନକୁ ସ୍ୱଷ୍ଟ ଭାବେ ନିର୍ଧାରିତ, ଅଡିଟ୍ ହୋଇଥିବା ଏବଂ ଉଦ୍ଦେଶ୍ୟ ସହିତ ସମନ୍ୱିତ କରାଯାଉଛି। ଏହା କେବଳ କୋ-ପାଇଲଟ ଆକାରରେ ନାହିଁ। ଲୋକମାନେ କିଭଳି ପସନ୍ଦକୁ ଗ୍ରହଣ, ବିଚାର ଏବଂ କାର୍ଯ୍ୟକ୍ଷମ କରୁଛନ୍ତି ତାହାକୁ ଏଥିରେ ଏକ ଢ଼ାଂଚା ଭାବରେ ଏଆଇ ଓ ମାନବ ମିଳିତ ଭାବେ କାମ କରୁଛନ୍ତି।’’
ଟିସିଏସର ବ୍ୟବସାୟ ନବସୃଜନ କର୍ପୋରେଟ ଟେକ୍ନୋଲୋଜି କାର୍ଯ୍ୟାଳୟର ଉପାଧ୍ୟକ୍ଷ ଓ ମୁଖ୍ୟ ଶଙ୍କରନାରାୟଣନ ବିଶ୍ୱନାଥନ କହିଛନ୍ତି ଯେ, ‘ସସ୍ଥାଗୁଡ଼ିକ ପାଇଁ ବାସ୍ତବ ଆହ୍ୱାନ ହେଉଛି କେବଳ ଉତମ ନିଷ୍ପତି ନେବା ନୁହେଁ, ବରଂ ସେହି ନିଷ୍ପତିଗୁଡ଼ିକ ସେମାନେ ଏଡ଼ାଇଯାଇଥିବା କିମ୍ବା ପସନ୍ଦର ଫଳାଫଳ ବୋଲି ଜଣାପଡ଼ିଛି। ଆମକୁ ଦରକାର ଦ୍ରୁତ ବୁଦ୍ଧିମାନ ପସନ୍ଦର ଢ଼ାଂଚା ଯାହା ସଂସ୍ଥାଗୁଡ଼ିକୁ ସଚେତନତାର ସହ ଦେଖିବା, ବୁଝିବା ଏବଂ କାର୍ଯ୍ୟକାରରୀ କରିବାକୁ ସକ୍ଷମ କରିବ। ଦାୟିତ୍ୱବାନ ଏଆଇ କେବଳ ଫଳାଫଳରେ ନୁହେଁ, ବରଂ ବିଚାର କରାଯାଉଥିବା ପସନ୍ଦ, ପ୍ରାଥମିକତା ଏବଂ ଗ୍ରହଣ କରାଯାଉଥିବା ନିଷ୍ପତିକୁ ଗୁରୁତ୍ୱ ଦେଇଥାଏ।


Share It

Comments are closed.