ଓଡ଼ିଶା ସରକାରଙ୍କ ପକ୍ଷରୁ ପରବର୍ତୀ ପିଢ଼ିର ଏଆଇ ସକ୍ଷମ ସମନ୍ୱିତ ଆର୍ôଥକ ପରିଚାଳନା ବ୍ୟବସ୍ଥା ଗଠନ ପାଇଁ ଟିସିଏସକୁ ଚୟନ
ଭୁବନେଶ୍ୱର: ଆଧୁନିକ ଶାସନ ଆଡ଼କୁ ଏକ ମୁଖ୍ୟ ପଦକ୍ଷେପ ଭାବରେ ଓଡ଼ିଶା ସରକାର ରାଜ୍ୟରେ ଏକ ନୂତନ, ଉନ୍ନତ ଆର୍ôଥକ ପରିଚାଳନା ପ୍ରଣାଳୀ ଗଠନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ)କୁ ଚୟନ କରିଛନ୍ତି। ଏହି ନୂତନ ପ୍ରଣାଳୀ ଯାହାକୁ ଆଇଏଫଏମଏସ ୩.୦ ଭାବେ ନାମିତ କରାଯାଇଛି ତାହା ରାଜ୍ୟର ଅର୍ଥବ୍ୟବସ୍ଥାକୁ ଅଧିକ ସ୍ମାର୍ଟ ଏବଂ ସକ୍ଷମ ଭାବରେ ପରିଚାଳନା କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ବ୍ୟବହାର କରିବ।
ଏହି ନୂତନ ପ୍ଲାଟଫର୍ମ ବଜେଟ ପ୍ରସ୍ତୁତି, ଦେୟ, ଏବଂ ରାଜସ୍ୱ ସଂଗ୍ରହ ପରି ରାଜ୍ୟର ସମସ୍ତ ଆର୍ôଥକ କାର୍ଯ୍ୟକଳାପ ପାଇଁ ଏକକ, ଏକୀକୃତ ପ୍ରଣାଳୀ ଭାବରେ କାର୍ଯ୍ୟ କରିବ। ଟିସିଏସର ‘ଏଆଇ ୱାର୍କବେଂଚ’ର ବ୍ୟବହାର ଏହାର ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତା ହେବ ଯାହାକି ସିଷ୍ଟମରେ ସ୍ମାର୍ଟ ଟୁଲ୍ ଯୋଡିବ। ଏଥିରେ ଏକ ବହୁଭାଷୀ ଚାଟବଟ୍ ରହିବ ଯାହାକି ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତର ଦେବ, କାର୍ଯ୍ୟଗୁଡିକୁ ସ୍ୱୟଂଚାଳିତ କରିବ ଏବଂ କର୍ମଚାରୀଙ୍କୁ ଆର୍ôଥକ ତଥ୍ୟରୁ ଶୀଘ୍ର ଇନସାଇଟ ହାସଲ କରିବାରେ ସାହାଯ୍ୟ କରିବ।
ଏହା ଏକ ନୂତନ ସହଯୋଗିତା ନୁହେଁ। ଟିସିଏସ ୨୦୦୫ରୁ ଓଡ଼ିଶା ସହିତ କାର୍ଯ୍ୟ କରୁଛି। ଏହା ଧୀରେ ଧୀରେ ରାଜ୍ୟର ଆର୍ôଥକ ପ୍ରଣାଳୀଗୁଡିକୁ ଅପଗ୍ରେଡ୍ କରୁଛି। ଏଆଇ ପରିଚାଳିତ ଏହି ନୂତନ ସଂସ୍କରଣଟି ବର୍ତ୍ତମାନ ସୁଦ୍ଧାର ସବୁଠାରୁ ବଡ଼ ଅପଗ୍ରେଡ୍।
ପ୍ରକଳ୍ପ ସମ୍ପର୍କରେ ଟିସିଏସର ସଭାପତି ଗିରୀଶ ରାମଚନ୍ଦ୍ରନ କହିଛନ୍ତି ଯେ, “ଆମେ ଓଡ଼ିଶା ସରକାରଙ୍କ ସହିତ ଆମର ସହଯୋଗ ଗଭୀର କରିଥିବାରୁ ଗର୍ବିତ। ଆଇଏଫଏମଏସ ୩.୦ ଉନ୍ନତ ପ୍ରଯୁକ୍ତି ଏବଂ ଉପଭୋକ୍ତା-କେନ୍ଦ୍ରିତ ଡିଜାଇନକୁ ମିଶ୍ରଣ କରି ଅଧିକ ସ୍ମାର୍ଟ ଶାସନ ପ୍ରଦାନ କରିବ। ଏହି ପ୍ଲାଟଫର୍ମ ଓଡ଼ିଶାକୁ ଏହାର ନାଗରିକଙ୍କ ପାଇଁ ଅଧିକ ପ୍ରଭାବଶାଳୀ ଜନସେବା ପ୍ରଦାନ କରିବାରେ ସଶକ୍ତ କରିବ।”
ଟିସିଏସର ଜନ ସେବାର ବରିଷ୍ଠ ଉପସଭାପତି ତେଜ ପୋଲ ଭଟଲା କିପରି ଏହି ପ୍ରଣାଳୀ ଦୈନନ୍ଦୀନ କାର୍ଯ୍ୟକଳାପରେ ସାହାଯ୍ୟ କରିବ ତାହା ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି ଯେ, “ଏହା ବଜେଟିଂ, ପେମେଂଟ, ଦେୟ ଓ ଆକାଉଂଟକୁ ଗୋଟିଏ ଉତ୍ସରେ ଏକୀକୃତ କରିବ। ଏଆଇ ସଂଯୋଜିତ ଅନ୍ତର୍ଦୃଷ୍ଟି ଓ ନିରବଚ୍ଛିନ୍ନ କର୍ମ ପ୍ରବାହକୁ ନେଇ ଆଇଏଫଏମଏସ ୩.୦ ଅଧିକାରୀମାନଙ୍କୁ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବାସ୍ତବ ସମୟରେ ନଜର ରଖିବା, ରିପୋର୍ଟିକୁ ତ୍ୱରାନ୍ୱିତ କରିବା ଏବଂ ବିଶ୍ୱାସ ଓ ତଥ୍ୟ ଆଧାରିତ ନିଷ୍ପତି ନେବାରେ ସକ୍ଷମ କରିବ।”
ଆଇଏଫଏମଏସ ୩.୦ର ମୁଖ୍ୟ ଉପକାରିତାଗୁଡ଼ିକ ହେଉଛି ଏହାର ଉନ୍ନତ ଉପଭୋକ୍ତା ଇଣ୍ଟରଫେସ୍ ଯାହା ସରକାରୀ କର୍ମଚାରୀଙ୍କ ପାଇଁ ସହଜ ଓ ସରଳ ଭାବେ ପ୍ରସ୍ତୁତ କରାଯାଇଛି। ବାସ୍ତବ ସମୟ ଅପଡେଟରେ ସମସ୍ତ ଆର୍ôଥକ ତଥ୍ୟ ସମସ୍ତ ବିଭାଗରେ ତତକ୍ଷଣାତ୍ ଅପଡେଟ ହେବ। ଭାବେ ରାଜ୍ୟର ଆର୍ôଥକ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଉନ୍ନତ ସୁରକ୍ଷା ପ୍ରୋଟୋକୋଲ୍ ପ୍ରଦାନ କରିବ। ମୋବାଇଲରେ ଉପଲବ୍ଧ ହୋଇପାରିଥିବାରୁ ଅଧିକାରୀମାନେ କାର୍ଯ୍ୟଗୁଡିକୁ ସୁରୁଖୁରୁରେ ପରିଚାଳନା କରିପାରିବେ ଏବଂ ନିଜ ମୋବାଇଲ୍ ଫୋନରେ ସୂଚନା ହାସଲ କରିପାରିବେ।
ଉନ୍ନତ, ଅଧିକ ସ୍ୱଚ୍ଛ ଏବଂ ନାଗରିକ-ବନ୍ଧୁତ୍ୱପୂର୍ଣ୍ଣ ଶାସନ ପାଇଁ ପ୍ରଯୁକ୍ତି ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ମୁଖ୍ୟ ଅଂଶ।
Comments are closed.