ତତ୍ୱ ଟେକ୍ନୋଲୋଜିସ୍‌ର ୨୧ତମ ପ୍ରତିଷ୍ଠା ଦିବସ ପାଳିତ

ତତ୍ୱ ୨.୦ ଏବଂ ତତ୍ୱ ଇମ୍ପାକ୍ଟ ଷ୍ଟେଟମେଂଟ ୨୦୨୨ ଉନ୍ମୋଚିତ


ଭୁବନେଶ୍ୱର, ୪ ଫେବୃଆରୀ ୨୦୨୩: ଓଡ଼ିଶାର ଏକ ପ୍ରମୁଖ ଆଇଟି କମ୍ପାନୀ, ତତ୍ୱ ଟେକ୍ନୋଲୋଜିସ୍ ପକ୍ଷରୁ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଲେମନ୍ ଟ୍ରୀ ହୋଟେଲ ଠାରେ ଏହାର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ କମ୍ପାନୀ ଆଗାମୀ ଦଶନ୍ଧି ପାଇଁ ଏହାର ଲକ୍ଷ୍ୟ ତତ୍ୱ ୨.୦ର ଉନ୍ମୋଚନ କରିଛି, ଯାହା ସହିତ କମ୍ପାନୀ ଏକ ବିଲିୟନ ଡଲାର ଉଦ୍ୟୋଗରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ଏହି ସନ୍ଧ୍ୟାରେ ତତ୍ୱ ଇମ୍ପାକ୍ଟ ଷ୍ଟେଟ୍‌ମେଂଟ୍ ୨୦୨୨ର ଉନ୍ମୋଚନ ମଧ୍ୟ କରାଯାଇଥିଲା । ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା ଓମକାର ରାଏ, ଇସ୍ରାଏଲର ଜିଆଜ୍‌ଦ ଫର୍ଜଲି, ଆମେରିକାର ନଚିକେତା ଏବଂ ଆମେରିକାର ସୁନୀଲ ସାବତ ପ୍ରମୁଖ ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା କହିଛନ୍ତିଯେ, “ ତତ୍ୱ ହେଉଛି ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ଏକ ଆଦର୍ଶ, ଯେହେତୁ ସେମାନେ ପ୍ରତିବର୍ଷ ସେମାନଙ୍କର ସାମାଜିକ ପ୍ରଭାବ ସିଟ୍ ସେମାନଙ୍କ ଆର୍ଥିକ ତଥ୍ୟ ସହିତ ପ୍ରକାଶ କରନ୍ତି । ଏଥିସହିତ ରକ୍ତଦାନ ଶିବିର, ବୃକ୍ଷରୋପଣ, ମାଗଣା ସ୍ୱାସ୍ଥ୍ୟ ଯାଂଚ ଭଳି କମ୍ପାନୀର ସିଏସ୍‌ଆର୍ କାର୍ଯ୍ୟଗୁଡିକ ପ୍ରଶଂସନୀୟ ଅଟେ ।” ସେହିଭଳି ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗର ମୁଖ୍ୟ ସଚିବ ଶ୍ରୀଯୁକ୍ତ ମନୋଜ ମିଶ୍ର ଗୌରବମୟ ୨୧ ବର୍ଷ ପୂରଣ ଅବସରରେ ତତ୍ୱ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତତ୍ୱ ଯେଭଳି ଭାବରେ ଗ୍ରାହକଙ୍କ ଡିଜିଟାଲ ରୂପାନ୍ତରଣ ଯାତ୍ରାକୁ ଉନ୍ନତ କରିଛି ତାହାକୁ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ତତ୍ୱ ଟେକ୍ନୋଲୋଜିସ୍ ଲିଃର ଏମ୍‌ଡି ଶ୍ରୀ ଅୟଶକାନ୍ତ ମହାନ୍ତି କହିଛନ୍ତି, ‘ଟେକ୍ନୋଲୋଜି ଦ୍ରୁତ ବେଗରେ ବିକଶିତ ହେଉଥିବା ସମୟରେ ଆମେ ଗ୍ରାହକଙ୍କ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜିଟାଲ ରୂପାନ୍ତରଣର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛୁ । ଆମ ସଫଳତା ପଛର ରହସ୍ୟ ହେଉଛି ଯୁବ ଟେକ୍ନୋକ୍ରାଟ୍‌ମାନେ ପ୍ରଦର୍ଶିତ କରିଥିବା ପରିବର୍ତିତ ଟେକ୍ନୋଲୋଜିଗୁଡିକ ପାଇଁ ଗ୍ରହଣୀୟତା । ଆମେ ଆଗାମୀ ବର୍ଷଗୁଡିକରେ ଏକ ବିଲିୟନ ଡଲାର କମ୍ପାନୀରେ ପରିଣତ ହେବାକୁ ଉଦ୍ୟମ କରୁଛୁ ।

ସେହିପରି କମ୍ପାନୀର ସହପ୍ରତିଷ୍ଠାତା ଓ ସିଇଓ ଶ୍ରୀ ତପେନ୍ଦ୍ର ସେନାପତି କହିଛନ୍ତି, “ଆମ ସଂସ୍କୃତିରେ ଉଦ୍ଭାବନ ରହିବା ସହିତ ତତ୍ୱର ଉଜ୍ଜ୍ୱଳ ପ୍ରତିଭାମାନେ ନିରନ୍ତର ଉଦ୍ଭାବନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କ ଜୀବନକୁ ପରିବର୍ତନ କରୁଛନ୍ତି । ତତ୍ୱ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି ସେବା ମାଧ୍ୟମରେ ବ୍ୟବସାୟର ବିଭିନ୍ନ କ୍ଷେତ୍ରକୁ ନିଜର ପରିଚାଳନାକୁ ବିସ୍ତାର କରିଛି । ସମଗ୍ର ବିଶ୍ୱରେ ଛଟେଇ ଜାରି ରହିଥିବା ବେଳେ ତତ୍ୱ ଚଳିତ ବର୍ଷ ଦେଶରେ ୫୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।’ ଏହି କାର୍ଯ୍ୟକ୍ରମରେ ତତ୍ୱର ଟେକ୍ନୋଲୋଜି ବିଭାଗର ନିର୍ଦ୍ଦେଶକ ସ୍ମୃତି ନାୟକ, ଗ୍ଲୋବାଲାଇଜେଶନ କାରଣରୁ ବର୍ତମାନ ବ୍ୟବସାୟଗୁଡିକ ସମ୍ମୁଖୀନ ହେଉଥିବା ଜଟିଳତା ଏବଂ ମହାମାରୀ ପରେ ବ୍ୟବସାୟଗୁଡିକ ଯେଉଁଭଳି ଭାବେ ପରିବର୍ତନ ହୋଇଛି ତାହା ସମ୍ପର୍କରେ ଉଲ୍ଳେଖ କରିଥିଲେ । ସେ କହିଛନ୍ତି, ‘ତତ୍ୱରେ ଆମର ଉଦ୍ଦେଶ୍ୟ ହେଉଛି ଆମର ଗ୍ରାହକଙ୍କ ପାଇଁ ଏଭଳି ସମସ୍ୟାଗୁଡିକର ମୁକାବିଲା କରିବା ଲାଗି ଟେକ୍ନୋଲୋଜିର ବ୍ୟବହାର କରିବା । ଆମେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ମେଶିନ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି ଓ ଆନାଲିଟିକ୍ସ କ୍ଷେତ୍ରରେ ଏକ ଟେକ୍ନୋଲୋଜି ସେଂଟର୍ ଅଫ୍ ଏକ୍ସିଲେନ୍ସ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ ।’ ତତ୍ୱ ଟେକ୍ନୋଲୋଜିର ପରିଚାଳନା ବିଭାଗର ନିର୍ଦ୍ଦେଶକ ଶ୍ରୀ ଡେଭିଡ୍ ସାହୁ କହିଛନ୍ତି, ଆମେ ଦୀର୍ଘ ସମୟ ହେବ ଆମର ଗ୍ରାହକଙ୍କ ପାଇଁ ବ୍ୟବସାୟ ପ୍ରକ୍ରିୟା ରୂପାନ୍ତରଣକୁ କାର୍ଯ୍ୟକାରୀ କରିଆସୁଛି । ଆମର ଯୁବ ଓ ଦକ୍ଷ ପେସାଦାରମାନେ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଛନ୍ତି ଏବଂ ସେମାନଙ୍କ ପାଇଁ ସମାଧାନ ପ୍ରସ୍ତୁତ କରିବା ଲାଗି ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ।

୩୦୦୦ରୁ ଅଧିକ ଯୁବ ଓ ଦକ୍ଷ ପେସାଦାରଙ୍କୁ ନେଇ କାର୍ଯ୍ୟ କରୁଥିବା ତତ୍ୱ ଗତ ୨୧ ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଉଦ୍ୟୋଗ ଭାବେ ବିକଶିତ ହୋଇଛି । ଆଜି ଏହା ଏକ ଜାତୀୟ ବ୍ରାଣ୍ଡ ଭାବେ ପ୍ରତିଷ୍ଠିତ ହୋଇପାରିଛି ଯାହାର ଭୁବନେଶ୍ୱର, କୋଲ୍‌କାତା, ଗୌହାଟି, ହାଇଦ୍ରାବାଦ, ମୁମ୍ବାଇ ଓ ନୋଏଡାରେ ଡେଲିଭରି ସେଂଟର୍ ରହିଛି । ତତ୍ୱ ୟୁଏସ୍‌ଏ, ସିଙ୍ଗାପୁର, ମିଡିଲ୍ ଇଷ୍ଟ୍ ଓ ଆଫ୍ରିକା ଭଳି ଦେଶରେ ଆନ୍ତର୍ଜାତୀୟ ଗ୍ରାହକଙ୍କୁ ମଧ୍ୟ ସେବା ପ୍ରଦାନ କରୁଛି । ତତ୍ୱ ଟେକ୍ନୋଲୋଜିସ୍ ଶିଳ୍ପ ପାଇଁ ଡିଜିଟାଲ ରୂପାନ୍ତରଣକୁ କାର୍ଯ୍ୟକାରୀ କରୁଛି ।


Share It

Comments are closed.