ଭୁବନେଶ୍ୱର ସାହିତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ସଂସ୍କୃତି ବିଶାରଦଙ୍କ ସହ ମନୋରମ ଅଧିବେଶନ


ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ସମ୍ମେଳନ (ଟିଏସବିଏଲଏମ)ର ଦ୍ୱିତୀୟ ଦିବସରେ ଅତୁଲ୍ୟ ପ୍ରଦର୍ଶନ ଓ ସମୃଦ୍ଧ ଆଲୋଚନା ହୋଇଛି । ଏକ ଶତାବ୍ଦୀର ଚତୁର୍ଥାଂଶ ସମୟ ପରେ ମଂଚକୁ ପ୍ରତ୍ୟାବର୍ତନ କରି ବିଶିଷ୍ଟ ଅଭିନେତା ଅମୋଲ ପାଲେକର ନିଜର ନାଟକ କୁସୁର ଜରିଆରେ ଦର୍ଶକରେ ଭରପୁର ମଂଚକୁ ବିମୋହିତ କରିଛନ୍ତି । ଡେନମାର୍କର ଅପରାଧ ରୋମାଂଚ କାହାଣୀ “ଡେନ ସ୍କାଏଲଡଜ’ରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥିବା ଏହି ହିନ୍ଦୀ ନାଟକକୁ ଶହ ଶହ ଦର୍ଶକ ଅତି ସୁନ୍ଦର ଭାବେ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆୟୋଜନ କରାଯାଇଥିବା ଅନେକ ଅଧିବେଶନ ସହିତ ପାଲେକରଙ୍କ ପ୍ରଦର୍ଶନ ସହିତ ଦିବସର କାର୍ଯ୍ୟକ୍ରମ ଶେଷ ହୋଇଛି ।

ବିଶିଷ୍ଟ ଲେଖକ ପେରୁଲମ ମୁରୁଗନ ମଧ୍ୟ ନିଜ ପୁସ୍ତକ ଆମ୍ମା ବିଷୟରେ ଆଲୋଚନା କରିଥିଲେ ଯାହା ହେଉଛି ତାଙ୍କ ମା’ଙ୍କ ଜୀବନକୁ ନେଇ ପ୍ରସ୍ତୁତ ଏକ ପ୍ରବନ୍ଧକ ସଙ୍କଳନ । ଅତି ସୁନ୍ଦର ଭାବେ ଲେଖାଯାଇଥିବା ଏହି ପ୍ରବନ୍ଧକୁ ଇଂରାଜି ଭାଷାରେ ଅନୁବାଦ କରାଯାଇଛି ଯେଉଁଥିରେ ଜଣେ ଦୃଢ଼ ଏବଂ ସ୍ୱାଧୀନ ମହିଳାଙ୍କ ଜୀବନର ମୁହୂର୍ତଗୁଡ଼ିକୁ ବର୍ଣ୍ଣନା କରାଯାଇଛି । ମୁରୁଗନଙ୍କ ଅଧିବେଶନରେ ଅନେକ ଯୁବ ସାହିତ୍ୟ ପ୍ରେମୀଙ୍କ ସମାଗମ ହୋଇଥିଲା ଯେଉଁଥିରେ ଭାଷା ପ୍ରତି ରହିଥିବା ତାଙ୍କର ଗଭୀର ଅଭିଳାଷ ଏବଂ ତାହା କିଭଳି ଏଭଳି ସ୍ମରଣିକାକୁ ପ୍ରସ୍ତୁତ କରିବାରେ ସହହାୟତା ହୋଇଥିବା ତାହାକୁ ସେ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ ।

କିମ୍ବଦନ୍ତୀ ବଇଂଶି ବାଦକ ପଣ୍ଡିତ ହରି ପ୍ରସାଦ ଚୌରସିଆ ନିଜର ସ୍ମରଣିକା ବ୍ରେଥ୍ ଅଫ୍ ଗୋଲ୍ଡ ଉପରେ ଆଲୋଚନା ବେଳେ ଦର୍ଶକଙ୍କୁ ବିମୋହିତ କରିଥିଲେ । ନିଜର ଜୀବନ କାହାଣୀ ଲେଖକ ସତ୍ୟ ସରଣଙ୍କ ସହିତ ମିଶି ଶ୍ରୀଯୁକ୍ତ ଚୌରସିଆ ନିଜର ସଂଘର୍ଷମୟ ସମୟର ଅନ୍ତରଙ୍ଗ ମୁହୂର୍ତଗୁଡ଼ିକୁ ବର୍ଣ୍ଣନା କରିଥିଲେ ଯାହା ତାଙ୍କ ସମୃଦ୍ଧ ଜୀବନର ଏକ ବିରଳ ଝଲକ ପ୍ରଦାନ କରିଛି ।

ସ୍ପୋକନ୍ ୱାର୍ଡ ପ୍ରଦର୍ଶନକାରୀ ପ୍ରିୟା ମଲ୍ଲିକ ବ୍ରିଟିଶ ଲେଖ-କବୀ ରୋସି ଗାରଲାଣ୍ଡ୍ଙ୍କ ସହ ମଂଚରେ ଉପସ୍ଥିତ ରହି ଜଣେ ପ୍ରଦର୍ଶନକାରୀ ଭାବେ ଲେଖକଙ୍କ ଭୂମିକାକୁ ବର୍ଣ୍ଣନା କରିଥିଲେ । ତାଙ୍କ ଆଲୋଚନାକୁ ଉତମ ଢ଼ଙ୍ଗରେ ପାଠନ ଏବଂ ଦୋହରାଇବା ସହିତ ଗ୍ରହଣୀୟ ହୋଇଥିଲା । ଏହି ଦିବସରେ ସିଲ୍ଭର ସ୍କ୍ରିନ୍ର କିଛି ଅଂଶ ମଧ୍ୟ ରହିଥିଲା ଯେଉଁଠାରେ ସତ୍ୟାର୍ଥ ନାୟକଙ୍କ ପୁସ୍ତକ ଶ୍ରୀଦେବୀ: ଦି ଏଟରନାଲ୍ ସ୍କିନ୍ ଗଡେସ୍’କୁ ଲୋକାର୍ପଣ କରାଯାଇଥିଲା । ଏହା ପରେ ନିଜ ସିନେମା ମଂଟୋକୁ ନେଇ ନନ୍ଦିତା ଦାସଙ୍କ ଏକ ଅଧିବେଶନ ଆୟୋଜନ କରାଯାଇତିଲା । ଏହି ବିଶିଷ୍ଟ ଅଭିନେତ୍ରୀ ଲେଖକ ଏବଂ ନାଟ୍ୟ ସଂଳାପ ଲେଖକଙ୍କ ସହ ମିଶି ନିଜର ବ୍ୟକ୍ତିଗତ ଏବଂ ସିନେମାର ଯାତ୍ରା ବିଷୟରେ ଆଲୋଚନା କରିଥିଲେ ।

ଟିଏସବିଏଲଏମର ଉଦଯାପନୀ ଦିବସରେ ଉପସ୍ଥିତ ରହିବାକୁ ଥିବା ଅତିଥିମାନେ ହେଉଛନ୍ତି ବାଚି କରକରିଆ, ଆନନ୍ଦ ନୀଳକାନ୍ତନ, ଗାୟତ୍ରୀବାଳା ପଣ୍ଡା, କୁନାଲ ବାସୁ, ଗୌରହରି ଦାସ ଓ କଲ୍ୟାଣ ରଥ ।


Share It

Comments are closed.