ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍ ଖଣିକୁ ସଷ୍ଟେନେବଲ୍ ମାଇନିଂ ପୁରସ୍କାର


ଭୁବନେଶ୍ୱର: ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍ ଖଣି ସମ୍ମାନଜନକ ହିଣ୍ଡାଲ୍‌କୋ-ଆଦିତ୍ୟ ବିର୍ଲା ଆୱାଡ ଫର ସଷ୍ଟେନେବଲ୍ ମାଇନିଂ ପୁରସ୍କାରରେ ସମ୍ମାନିତ ହୋଇଛି । ଜୈବ ବିବିଧତାର ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ଖଣି ଖନନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ (ଫିମି) ଆୱାର୍ଡସ୍ ୨୦୨୨-୨୩ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଖଣିର ପ୍ରଦର୍ଶନ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିର ମୁଖ୍ୟ ଶମ୍ଭୁ ନାଥ ଝାଙ୍କୁ ମଧ୍ୟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଫିମି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ସମାରୋହକୁ ଫିମିର ୫୭ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ଆୟୋଜନ କରାଯାଇଥିଲା ।
ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଓ ମିନେରାଲ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଚ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ଅତ୍ୟନ୍ତ ଖୁସିିିି । ଆମର ବ୍ୟାପକ ଦୀର୍ଘସ୍ଥାୟୀ ଫ୍ରେମ୍‌ୱର୍କ ଏବଂ ଦାୟିତ୍ୱପୂର୍ଣ୍ଣ ଓ ନିରନ୍ତର ଖଣି ଅଭ୍ୟାସ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ମାନ୍ୟତା ପ୍ରଦାନ କରିଥିବାରୁ ଜୁରୀ ସଦସ୍ୟଙ୍କୁ ମୁଁ କୃତଜ୍ଞତା ଜଣାଉଛି ।’’
ପରିବେଶ ପ୍ରତି ଦାୟିତ୍ୱବାନ ଓ ଏକ ସଚେତନ କର୍ପୋରେଟ ହାଉସ୍ ଭାବେ ଟାଟା ଷ୍ଟିଲ୍ ପକ୍ଷରୁ ଏଫ୍‌ଏଏମ୍‌ଡିର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଶକ୍ତି ଓ ଜଳ ଅଡିଟ୍ ସମେତ କ୍ରୋମାଇଟ୍ ଖଣିରେ ଅନେକ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି । କମ୍ପାନୀର ଆଠଗଡ଼ ଓ ଗୋପାଳପୁରରେ ଥିବା ଫେରୋ ଆଲଏଜ୍ କାରଖାନାରେ ଫର୍ଣ୍ଣେସ୍ ଅଏଲ୍‌କୁ ବଦଳାଇ ପ୍ରାକୃତିକ ବାଷ୍ପ ଭଳି ସ୍ୱଚ୍ଛ ଇନ୍ଧନ ବ୍ୟବହାର କରାଯାଇଛି ଏବଂ ଠାବ କରିବା, କ୍ଷତି କମ୍ କରିବା ଏବଂ ଶକ୍ତି ଉପଯୋଗିତାରେ ଉନ୍ନତି ଆଣିବା ପାଇଁ ଏଆଇ ଭିତିକ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।


Share It

Comments are closed.