ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଓ ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସଙ୍କର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର, ଡିଟିଏନ୍‌ବିଡବ୍ଲୁଇଡି ସହ ଏମ୍‌ଓୟୁ ସ୍ୱାକ୍ଷର

ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ଦତୋପନ୍ତ ଥେଙ୍ଗାଡି ଜାତୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ (ଡିଟିଏନ୍‌ବିଡବ୍ଲୁଇଡି) ପରିଚାଳିତ ହେଉଛି -ମାଲିକାନା, ନିରାପତା ଓ ଉନ୍ନତିର ଏକ ପରମ୍ପରା ସୃଷ୍ଟି ପାଇଁ ଅଭିଯାନ


ଭୁବନେଶ୍ୱର, ଅଗଷ୍ଟ ୧, ୨୦୨୪: ଟାଟା ଷ୍ଟିଲ୍ ଟେକ୍ନିକାଲ ସର୍ଭିସେସ୍ ଲିମିଟେଡ୍‌(ଟିଏସଟିଏସ୍‌ଏଲ୍‌) ଏବଂ ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ୍ ଲିମିଟେଡ୍‌(ଟିଏସ୍‌ଏସ୍‌ଏଲ୍‌) ପକ୍ଷରୁ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଦତୋପନ୍ତ ଥେଙ୍ଗାଡି ଜାତୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ (ଡିଟିଏନବିଡବ୍ଲ୍ୟୁଇଡି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛିି ।

ଭାରତର ସମସ୍ତ ସ୍ଥାନରେ କମ୍ପାନି କର୍ମଚାରୀଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ନିରାପତା, ଉତ୍ପାଦକତା ଏବଂ ଉନ୍ନତି ପାଇଁ ଏକ ଉପଯୁକ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ହେଉଛି ଏହି ସହଯୋଗର ଲକ୍ଷ୍ୟ ।

ଡିଟିଏନବିଡବ୍ଲୁଇଡିର ମହାନିର୍ଦ୍ଦେଶକ କର୍ଣ୍ଣେଲ ନୀରଜ ଶର୍ମା ଡିଟିଏନବିଡବ୍ଲୁଇଡି ତରଫରୁ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଟିଏସଟିଏସଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସନ୍ଦୀପ ଧୀର ଏବଂ ଟିଏସଏସଏସଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ ପି କାମଥ ଯଥାକ୍ରମେ ଟିଏସି୍‌ଟିଏସ୍‌ଏଲ୍ ଓ ଟିଏସ୍‌ଏସ୍‌ଏସ୍‌ଏଲ୍‌ର ପ୍ରତିନିଧିତ୍ୱ କରିଥିଲେ ।

ଟିଏସଟିଏସ୍‌ଏଲର ସିଇଓ ସନ୍ଦୀପ ଧୀର କହିଛନ୍ତି ଯେ, “ଟାଟା ଗ୍ରୁପର କମ୍ପାନି ଭାବେ ଆମର ଶିକ୍ଷା ଓ ବିକାଶ ଉପରେ ଆମର ଧ୍ୟାନ ଡିଟିଏନ୍ୱିଡବ୍ଲ୍ୟୁଇଡି ସହିତ ଏହି ଚୁକ୍ତି ଦ୍ୱାରା ଆହୁରି ସୁଦୃଢ଼ ହୋଇଛି । ଏହି ସଂସ୍ଥାରର ଶ୍ରମିକ ଶିକ୍ଷାରେ ଉତ୍କର୍ଷତାର ଭଲ ଇତିହାସ ରହିଛି । ଏହି ସହଯୋଗିତା ଆମର କର୍ମଚାରୀଙ୍କ ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ଆମର ନିରନ୍ତର ପ୍ରୟାସ ସହିତ ସମନ୍ୱିତ ।’’

ଟିଏସଏସଏସଏଲର ସିଇଓ ଦୀପକ ପି କାମଥ କହିଛନ୍ତି ଯେ, “ଏହି ବୁଝାମଣାପତ୍ର ମାଧ୍ୟମରେ ଆମେ ଡିଟିଏନବିଡବ୍ଲୁଇଡିର ସର୍ବଭାରତୀୟ ଉପସ୍ଥିତିର ଲାଭ ଉଠାଇ ଆମର ସମସ୍ତ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଭାବରେ ପ୍ରଦାନ କରିବାରେ ସକ୍ଷମ ହୋଇପାରିବୁ ଏବଂ ଆମର ସମସ୍ତ କର୍ମଚାରୀମାନେ ଏହି ପଦକ୍ଷେପରୁ ଉପକୃତ ହୋଇପାରିବେ ।’’

ଏହି ଅବସରରେ ଡିଟିଏନବିଡବ୍ଲୁଇଡିର ଡିଜି କର୍ଣ୍ଣେଲ ନୀରଜ କହିଛନ୍ତି ଯେ, ଟାଟା ଷ୍ଟିଲ୍ ଭଳି ଏକ ଅଗ୍ରଣୀ ବ୍ୟାବସାୟିକ ସଂସ୍ଥା ସହ ବୁଝାମଣା କରିଥିବାରୁ ଏହା ଆମ ପାଇଁ ଏକ ମାଇଲଖୁଂଟ ।

ଟିଏସ୍‌ଟିଏସ୍‌ଏଲ୍ ଓ ଟିଏସ୍‌ଏସ୍‌ଏଲ୍‌ଏଲ୍ ହେଉଛି ଟାଟା ଷ୍ଟିଲ୍‌ର ୧୦୦% ସହାୟକ କମ୍ପାନି ଯାହା ମାନବ ସମ୍ବଳ ସେବା କ୍ଷେତ୍ରରେ ନିୟୋଜିତ । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ଦକ୍ଷତା ବିକାଶ ଓ ଉତ୍ପାଦକତାରେ ବୃଦ୍ଧି ଆଣିବାକୁ ଉଭୟ କମ୍ପାନି ପ୍ରାଥମିକତା ଦେଉଛନ୍ତି । ଡିଟିଏନବିଡବ୍ଲୁଇଡି ସହିତ ସହଯୋଗିତା ବ୍ୟାପକ ଶ୍ରମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରଦାନ କରିବାରେ ଏକ ଅଗ୍ରଣୀ ପଦକ୍ଷେପ । ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟକ୍ରମ ଉତ୍ପାଦକତାରେ ଉନ୍ନତି, ନସବୃଜନର ସଂସ୍କୃତିକୁ ସୁଦୃଢ଼ କରିବା କାର୍ଯ୍ୟକ୍ଷେତ୍ରରେ ଆଚରଣଭିତିକ ନିରାପତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରୁଛି ।


Share It

Comments are closed.