Uncategorized ଟାଟା ଷ୍ଟିଲ୍ ସହ ଆଇଆଇଟି ଭୁବନେଶ୍ୱର ଓ ଇଣ୍ଡିଆ ଆସେଲେଟରର ବୁଝାମଣାପତ୍ର ସ୍ୱାକ୍ଷର ଭୁବନେଶ୍ୱର, ୧୬/୦୮/୨୦୨୫- ଉଦୀୟମାନ ଷ୍ଟାର୍ଟଅପ୍ଗୁଡ଼ିକ ଲାଗି ୬ ମାସିଆ ଟୁମରୋ-ଲାବ୍ ଆସେଲିରେଟର ପ୍ରୋଗ୍ରାମ ଆରମ୍ଭ କରିବାକୁ ଟାଟା ଷ୍ଟିଲ୍- ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ୍ ଇଣ୍ଟରପ୍ରିନ୍ୟୁଅରସିପ୍ ପାର୍କ (ଆଇଆଇଟି ଭୁବନେଶ୍ୱର ଆରଇପି) ଓ ଇଣ୍ଡିଆ ଆସେଲରେଟର (ଆଇଏ) ସହିତ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି। ୨୦୨୫ ଅଗଷ୍ଟ ୧୩ରେ ଏହି ଏମ୍ଓୟୁ ସ୍ୱାକ୍ଷର ହୋଇଥିବା ବେଳେ ଆସନ୍ତା ସେପ୍େଟମ୍ବରରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଷ୍ଟାର୍ଟଅପ୍ଗୁଡିକୁ ଅନୁକୂଳ ପରିବେଶ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସେମାନଙ୍କ ଅଭିବୃଦ୍ଧିକୁ ସମୃଦ୍ଧ କରିବା ସହ ଶିଳ୍ପ ସଂଯୋଗ ପ୍ରଦାନ କରି ସେମାନଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। ୨୦୨୪ ଫେବୃୟାରିରୁ ଟାଟା ଷ୍ଟିଲ୍ ଓ ଆଇଆଇଟି ଭୁବନେଶ୍ୱର ଆରଇପି ମଧ୍ୟରେ ସ୍ୱାକ୍ଷର ହୋଇଥିବା ବୁଝାମଣା ଅଧୀନରେ ଟୁମରୋ-ଲାବ୍ ଆସେଲରେଟର ପ୍ରୋଗ୍ରାମକୁ ଏକ ଅଭିଯାନ ଭାବେ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଭିତରେ ଥିବା ଅନ୍ତରକୁ ଦୂର କରିବା, ସଫଳ ହେବା ପାଇଁ ଷ୍ଟାର୍ଟଅପ୍ ନିମନ୍ତେ ଏକ ଅନୁକୂଳ ପରିବେଶ ଗଠନ କରିବା ଏବଂ ମୂଲ୍ୟବାନ ସମ୍ବଳ ଓ ମେଣ୍ଟରସିପ ପ୍ରଦାନ କରି ଉଦ୍ଯୋଗୀମାନଙ୍କୁ ସଫଳ ବ୍ୟବସାୟୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବନିମ୍ନ ଭାୟାବଲ୍ ପ୍ରଡକ୍ଟ (ଏମଭିପି) ଓ ବଜାର ଉତ୍ତମ ପ୍ରଦର୍ଶନ ଧାରା ଜାରି ରଖିଥିବା ଷ୍ଟାର୍ଟଅପ୍ଗୁଡ଼ିକ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିପାରିବେ। ଟାଟା ଷ୍ଟିଲ୍ର ଉପସଭାପତି-ଟେକ୍ନୋଲୋଜି, ଆର୍ ଆଣ୍ଡ୍ ଡି, ଏନ୍ଏମବି ଓ ଗ୍ରାଫିନି ସୁବୋଧ ପାଣ୍ଡେ କହିଛନ୍ତି ଯେ, “ଆମ ସଷ୍ଟେନିବିଲିଟି ଏଜେଣ୍ଡାକୁ ଆଗକୁ ବଢ଼ାଇବା ଲାଗି ଟାଟା ଷ୍ଟିଲ୍ ଗତ କିଛି ବର୍ଷ ଧରି ଶିଳ୍ପ ଓ ଶିକ୍ଷାନୁଷ୍ଠାନ ସହଯୋଗୀଙ୍କ ସହିତ କାମ କରୁଛି। ଭାରତର ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଅନେକ ସୁଯୋଗ ଥିବା ଆମେ ଦେଖିପାରୁଛୁ, ଯେଉଁଠାରେ ଯୁବ ନବସୃଜନକାରୀମାନେ କେତେକ କଷ୍ଟକର ବ୍ୟବସାୟ ପାଇଁ ସୃଷ୍ଟି ହେଉଥିବା ସମସ୍ଯା ପାଇଁ ସମାଧାନ ବାହାର କରୁଛନ୍ତି। ୧୦୦ କ୍ୟୁବ୍ ଭଳି ଅଭିଯାନ ଜରିଆରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେହି ଦିଗରେ ଟୁମରୋ-ଲାବ୍ ଆସେଲରେଟର କାର୍ଯ୍ୟକ୍ରମ ହେଉଛି ଆଉ ଏକ ପଦକ୍ଷେପ।’’ ଏହି କାର୍ଯ୍ୟକ୍ରମ ସାର ଭାରତରେ ଥିବା ଷ୍ଟାର୍ଟଅପ୍ଗୁଡିକୁ ଯୋଡ଼ିପାରିବ। ଇଣ୍ଡିଆ ଆସେଲରେର୍ଟର ସମର୍ଥନରେ ଆଇଆଇଟି ଭୁବନେଶ୍ୱର ଏହି କାର୍ଯ୍ୟକ୍ରମର ହବ୍ ହେବ। ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟଗୁଡ଼ିକ ହେଉଛି ମେଣ୍ଟରଶିପ ପ୍ରଦାନ, ଦକ୍ଷତା ଗଠନ କର୍ମଶାଳା ଏବଂ ଷ୍ଟାର୍ଟଅପ୍ମାନଙ୍କୁ ବୈଷୟିକ ସହାୟତା ପାଣ୍ଠି, ବ୍ୟବସାୟ ପରାମର୍ଶ ସେବା ଓ ବାଣିଜ୍ୟିକ ସୁଯୋଗ ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା, ବ୍ୟବସାୟ ବିକାଶ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ବଜାର ପ୍ରଦାନ କରିବା ପାଇଁ ଇଣ୍ଡିଆ ଆସେଲରେଟର ଓ ଆଇଆଇଟି ଭୁବନେଶ୍ୱର ଆରଇପିର ନେଟୱର୍କକୁ ବ୍ୟବହାର କରିବା ଏବଂ ଓଡ଼ିଶା ଓ ବାହାରେ ଚମତ୍କାର ଉଦ୍ୟମିତା ବ୍ୟବସ୍ଥା ସହିତ ଟାଟା ଷ୍ଟିଲ୍କୁ ଯୋଡ଼ିବା। ଏହି କାର୍ଯ୍ୟକ୍ରମ ଟାଟା ଷ୍ଟିଲ୍ ପାଇଁ ଏକ ଢ଼ାଂଚା ପ୍ରସ୍ତୁତ କରିବ, ଯେଉଁଠାରେ ଏହା ଜଳ, ବର୍ଜ୍ୟ ହିଟ୍ ରିକଭରି ଏବଂ ରୋବୋଟିକ୍ସ ଓ ଅଟୋମେସନ୍ ଆଦିରେ ଏହାର ଅଭିବୃଦ୍ଧି ଯାତ୍ରା ପାଇଁ ପ୍ରାସଙ୍ଗିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକ ସହ ଯୋଡ଼ିହେବ। କାର୍ଯ୍ୟକ୍ରମ ଶେଷ ହେବା ପରେ ପରୀକ୍ଷାମୂଳକ ପ୍ରକଳ୍ପ ପାଇଁ ଉପଯୋଗୀ ସମାଧାନ ସହ ମନୋନୀତ ଷ୍ଟାର୍ଟଅପ୍ଗୁଡ଼ିକ ସହ କମ୍ପାନି ଯୋଡ଼ିହେବ। ଷ୍ଟିଲ୍ ଭାଲ୍ଯୁ ଚେନ ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ କମ୍ପାନିର ପ୍ରମୁଖ ଷ୍ଟାର୍ଟଅପ୍ ସମ୍ପୃକ୍ତି କାର୍ଯ୍ୟକ୍ରମ ଟୁମରୋ-ଲାବ୍ ଆସେଲରେଟର ଅଧୀନରେ ଭାରତ ଓ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ସହ ଯୋଡ଼ି ହୋଇ ଟାଟା ଷ୍ଟିଲ୍ କାର୍ଯ୍ୟ କରୁଛି। By Monalisa Tripathy Last updated Aug 16, 2025 Share ItShare It
Comments are closed.