ଟାଟା ଷ୍ଟିଲ୍ ପକ୍ଷରୁ ଏପ୍ରିଲ-ଜୁନ୍ ତ୍ରୈମାସିକରେ ୭୫% ବୃଦ୍ଧି ସହ ୯୧୯ କୋଟି ଟଙ୍କାର ନିଟ୍ ଲାଭ ହାସଲ


ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୪: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟାବସାୟିକ ଫଳାଫଳ ଘୋଷଣା କରାଯାଇଛି । କମ୍ପାନି ଏହି ସମୟରେ ୫୪,୭୭୧ କୋଟି ଟଙ୍କାର ରାଜସ୍ୱ ଏବଂ ୬୮୨୨ କୋଟି ଟଙ୍କାର ଇବିଆଇଟିଡିଏ ହାସଲ କରିଛି । ଏହାର ଇବିଆଇଟିଡିଏ ମାର୍ଜିନ୍ ୧୨.୫ ପ୍ରତିଶତ ରହିଛି । କମ୍ପାନିର ନିଟ୍ ଲାଭ ୭୫ ପ୍ରତିଶତ ବୃଦ୍ଧି ପାଇ ୯୧୯ କୋଟି ଟଙ୍କା ହୋଇଛି ।

ଏହି ତ୍ରୈମାସିକରେ କମ୍ପାନି ୩୭୭୭ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଥିବା ବେଳେ କଳିଙ୍ଗନଗରରେ ୫ ଏମ୍‌ଟିପିଏ ବିଶିଷ୍ଟ ସମ୍ପ୍ରସାରଣକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିଛି ଏବଂ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବ୍ଲାଷ୍ଟ୍ ଫର୍ଣ୍ଣେସ୍‌କୁ କାର୍ଯ୍ୟକାରୀ କରିବା ପଥରେ ଅଗ୍ରଗତି ହାସଲ କରିଛି । କମ୍ପାନିର ନିଟ୍ ଋଣ ପରିମାଣ ୮୨,୧୬୨ କୋଟି ଟଙ୍କା ରହିଥିବା ବେଳେ ଗ୍ରୁପ୍ ପାଖରେ ନଗଦ ପରିମାଣ ୩୬,୪୬୦ କୋଟି ଟଙ୍କା ରହିଛି ।

ଟାଟା ଷ୍ଟିଲ୍‌ର ଭାରତ ରାଜସ୍ୱ ପରିମାଣ ୩୩,୧୯୪ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭୦୨୯ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍ ୨୧ ପ୍ରତିଶତ ରହିଛି । ଅଶୋଧିତ ଇସ୍ପାତ ଉତ୍ପାଦନ ୫ ପ୍ରତିଶତ ବୃଦ୍ଧି ପାଇ ୫.୨୭ ନିୟୁତ ଟନ୍ ରହିଛି । କମ୍ପାନିର ଡେଲିଭରି ୪ ପ୍ରତିଶତ ବୃଦ୍ଧି ପାଇ ୪.୯୪ ନିୟୁତ ଟନ୍ ହୋଇଛି । ଟାଟା ଟିସ୍‌କନ୍ ଡେଲିଭରିରେ ୧୫% ବୃଦ୍ଧି ଘଟିଛି ।
ଟାଟା ଷ୍ଟିଲ୍‌ର ବ୍ରିଟେନ୍ ରାଜସ୍ୱ ୬୪୬ ନିୟୁତ ପାଉଣ୍ଡ ହୋଇଥିବା ବେଳେ ଇବିଆଇଟିଡିଏ କ୍ଷତି ୯୧ ନିୟୁତ ପାଉଣ୍ଡ ଏବଂ ନେଦରଲ୍ୟାଣ୍ଡ ରାଜସ୍ୱ ୧୩୪୪ ନିୟୁତ ପାଉଣ୍ଡ ଓ ଇବିଆଇଟିଡିଏ ୪୩ ନିୟୁତ ପାଉଣ୍ଡ ହୋଇଛି ।

ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ବିଶ୍ୱ ଇସ୍ପାତ ମୂଲ୍ୟ ପାଇଁ ଇସ୍ପାତ ଚାହିଦା ଧିମା ରହିଥିବା ବେଳେ ଭାରତରେ ନିର୍ବାଚନ ଓ ତାତି ପ୍ରଭାବରେ ଇସ୍ପାତ ଚାହିଦା ପ୍ରାୟତଃ ସ୍ଥିର ରହିଛି । ଭାରତରେ ଆମର ଅଶୋଧିତ ଇସ୍ପାତ ଉତ୍ପାଦନ ବାର୍ଷିକ ୫% ବୃଦ୍ଧି ପାଇ ପାଖାପାଖି ୫.୩ ନିୟୁତ ଟନ୍‌ରେ ପହଂଚିଛି । ପାଖାପାଖି ୪.୯ ନିୟୁତ ଟନ୍ ଡେଲିଭରି ସହ ଘରୋଇ ଡେଲିଭରିରେ ବାର୍ଷିକ ୪% ଅଭିବୃଦ୍ଧି ହୋଇଛି । ନୂଆ ଡିଲର ନିଯୁକ୍ତି, ଇ-କମର୍ସ ପୋର୍ଟାଲ ଏବଂ ପ୍ରଭାବଶାଳୀ ମାଧ୍ୟମରେ ଆମେ ଆମର ଉପସ୍ଥିତି ବିସ୍ତାର ଜାରି ରଖିଛୁ । ୨୦୨୪ ସେପ୍େଟମ୍ବରରେ ଆରମ୍ଭ ହେବାକୁ ଥିବା ବ୍ଲାଷ୍ଟ ଫର୍ଣ୍ଣେସ୍ ପାଇଁ କଳିଙ୍ଗନଗରରେ ୫ ଏମଟିପିିଏ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ବ୍ଲାଷ୍ଟ ଫର୍ଣ୍ଣେସ୍ ଚୁଲା ଏବଂ କୋକ ଓଭନ୍ ବ୍ୟାଟେରୀ ପାଇଁ ହିଟିଂ ପ୍ରକ୍ରିୟା ଯୋଜନା ଅନୁଯାୟୀ ଆରମ୍ଭ ହୋଇଛି । ଏହାବ୍ୟତୀତ କଳିଙ୍ଗନଗରସ୍ଥିତ ୨.୨ ଏମଟିପିଏ ସିଆରଏମ କମ୍ପେ୍ଲକ୍ସର ନିରନ୍ତର ଆନିଲିଂ ଲାଇନ୍ କାର୍ଯ୍ୟକ୍ଷମ କାର୍ଯ୍ୟ ଅଗଷ୍ଟ ୨୦୨୪ରେ ଆରମ୍ଭ ହେବାକୁ ଯାଉଛି । ବ୍ରିଟେନରେ ଆମେ ପୋର୍ଟ ଟାଲବୋଟରେ ଥିବା ଏକ ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ସୁରକ୍ଷିତ ଭାବରେ କାର୍ଯ୍ୟ ବନ୍ଦ କରିଛୁ ଏବଂ ସେପ୍େଟମ୍ବର ୨୦୨୪ ସୁଦ୍ଧା ଅବଶିଷ୍ଟ ବ୍ଲାଷ୍ଟ ଫର୍ଣ୍ଣେସ୍ ବନ୍ଦ କରିବାକୁ ଯାଉଛୁ । ଏକାଧିକ ପ୍ରଶିକ୍ଷଣ ଏବଂ ଗୋଷ୍ଠୀ ସହାୟତା ଯୋଜନା ପ୍ରଦାନ କରିବା ସହିତ ପ୍ରଭାବିତ କର୍ମଚାରୀମାନଙ୍କୁ ସହାୟତା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ନେଦରଲ୍ୟାଣ୍ଡରେ, ସ୍ୱାଭାବିକ ପରିଚାଳନା ସ୍ତରକୁ ଫେରିବା ପରେ ଆମର ଉତ୍ପାଦନ ବୃଦ୍ଧି ପାଇଛି । ଦୀର୍ଘସ୍ଥାୟୀ ପରିଚାଳନା ଆମ ଲକ୍ଷ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଟାଟା ଷ୍ଟିଲ୍ ଭାରତରେ ପ୍ରଥମ କାର୍ବନ ବ୍ୟାଙ୍କ ଆରମ୍ଭ କରିଛି । ମୁଁ ଖୁସି ଯେ ଆମେ ନିକଟରେ ଭାରତୀୟ ଇସ୍ପାତ ଶିଳ୍ପରେ ପ୍ରଥମ ଥର ପାଇଁ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିଛୁ ।’’

ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ୍ୟ ଆର୍ôଥକ ଅଧିକାରୀ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଏହି ତୈମାସିକରେ ଟାଟା ଷ୍ଟିଲ୍‌ର ରାଜସ୍ୱ ୫୪,୭୭୧ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୬,୮୨୨ କୋଟି ଟଙ୍କା ଥିଲା । ସମନ୍ୱିତ ଇବିଆଇଟିଡିଏ ମାର୍ଜିନ ପ୍ରାୟ ୧୨.୫% ଥିଲା । ଭାରତର ରାଜସ୍ୱ ପ୍ରାୟ ୩୩,୧୯୪ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୭,୦୨୯ କୋଟି ଟଙ୍କା ଥିଲା । ଟନ୍ ପିଛା ଇବିଆଇଟିଡିଏ ୧୪,୨୨୭ ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍ ୨୧% ରହିଛି । ଚାହିଦା ଗତିଶୀଳତା ହ୍ରାସ ସତ୍ୱେ ନେଦରଲାଣ୍ଡର ରାଜସ୍ୱ ବ୍ୟାପକ ଭାବରେ ସ୍ଥିର ଥିଲା । ଆମେ ଭାରତର ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛୁ ଏବଂ ଏହି ତ୍ରୟମାସରେ ପୁଞ୍ଜି ବ୍ୟୟ ପାଇଁ ୩,୭୭୭ କୋଟି ଟଙ୍କା ଖର୍ଚ୍ଚ କରିଛୁ । ନିଟ୍ ଋଣ ପରିମାଣ ୮୨,୧୬୨ କୋଟି ଟଙ୍କା ରହିଛି । ଗ୍ରୁପ୍ ନଗଦ ସ୍ଥିତି ୩୬,୪୬୦ କୋଟି ଟଙ୍କାରେ ସୁଦୃଢ଼ ରହିଛି । ବ୍ରିଟେନ୍ ପରିବର୍ତନ ସମ୍ବନ୍ଧରେ, ବ୍ଲାଷ୍ଟ ଫର୍ଣ୍ଣେସ୍ ବନ୍ଦ ହେବା ପରେ ଗ୍ରାହକଙ୍କ ସେବା ଜାରି ରଖିବା ପାଇଁ ଅର୍ଦ୍ଧନିର୍ମିତ ଇସ୍ପାତ ଆମଦାନୀ ପାଇଁ ଯୋଗାଣ ଶୃଙ୍ଖଳା ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆମେ କାର୍ଯ୍ୟ କରୁଛୁ । ଆମେ ପ୍ରଭାବିତ କର୍ମଚାରୀମାନଙ୍କୁ ସହାୟତା କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।’’


Share It

Comments are closed.