ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ‘ଖଣି କ୍ଷେତ୍ର ମହିଳାଙ୍କ ପାଇଁ ଆନ୍ତର୍ଜାତିକ ଦିବସ’ ପାଳିତ


ଭୁବନେଶ୍ୱର: ଖଣି ଶିଳ୍ପରେ ମହିଳାମାନଙ୍କ ଗୁରୁତ୍ୱପୁର୍ଣ୍ଣ ଯୋଗଦାନକୁ ସମ୍ମାନ ଜଣାଇ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ବିଶ୍ୱ ସମୁଦାୟ ସହ ୨୦୨୩ ଜୁନ୍ ୧୫ରେ ‘ଖଣି କ୍ଷେତ୍ର ମହିଳାଙ୍କ ପାଇଁ ଆନ୍ତର୍ଜାତିକ ଦିବସ’ ପାଳନ କରିଛି । ଖଣି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି କଂପାନି ପକ୍ଷରୁ ଏହାର ସମସ୍ତ ୟୁନିଟ୍ ଗୁଡିକରେ ଉତ୍ସବ ସମାରୋହ ଆୟୋଜନ କରାଯାଇଥିଲା ।

ପ୍ରତିବର୍ଷ ଜୁନ୍ ୧୫ରେ ପାଳନ କରାଯାଉଥିବା ଏହି ଦିବସର ଲକ୍ଷ୍ୟ ହେଉଛି ଖଣି ଶିଳ୍ପରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉଲ୍ଲେଖନୀୟ ସହଯୋଗିତା ଉପରେ ଗୁରୁତ୍ୱାରୋପ କରିବା ଏବଂ ପାରମ୍ପରିକ ଭାବେ ଏହି ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା।

ଖଣି ଶିଳ୍ପର ଭବିଷ୍ୟତ ଗଠନ କରିବାରେ ମହିଳାମାନଙ୍କ ପ୍ରମୁଖ ଭୂମିକାକୁ ସମ୍ମାନ ଜଣାଇବା ଲାଗି ଖଣି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଆନ୍ତର୍ଜାତିକ ଦିବସ ପାଳନ କରାଯାଉଛି । ଅନ୍ୱେଷଣ ଓ ଉତୋଳନରୁ ଆରମ୍ଭ କରି ପ୍ରକ୍ରିୟାକରଣ ଓ ପରିଚାଳନା ପର୍ଯ୍ୟନ୍ତ କଂପାନି ପରିଚାଳନା ପ୍ରତି ମହିଳାମାନଙ୍କ ମୂଲ୍ୟବାନ ଯୋଗଦାନକୁ ଟାଟା ଷ୍ଟିଲ୍ ମାଇନିଂ ସବୁବେଳେ ମାନ୍ୟତା ପ୍ରଦାନ କରିଆସୁୁଛି । କଂପାନିର ସଫଳତାରେ ସେମାନଙ୍କ ପ୍ରତିଭା ଓ ସମର୍ପଣ ଭାବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଖଣିରେ ଶିଳ୍ପରେ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଆମ ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ସେମାନଙ୍କ ପେସାଦାର ଅଭିବୃଦ୍ଧି ଓ ଉନ୍ନତିକୁ ସହାୟତା ପ୍ରଦାନ କରିବା ପାଇଁ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ବିଭିନ୍ନ ଅଭିଯାନ କାର୍ଯ୍ୟକାରୀ କରାଯାଇଛି । ସେଥିରେ ସାମିଲ ରହିଛି ଖଣି ପରିଚାଳନାରେ ମହିଳମାନଙ୍କୁ ସାମିଲ କରିବା, ଦକ୍ଷତା ଗଠନ କାର୍ଯ୍ୟକ୍ରମ, ନେତୃତ୍ୱ କର୍ମଶାଳା ଇତ୍ୟାଦି । ଏକ ଅନ୍ତର୍ଭୁକ୍ତୀକରଣ ଓ ସହଯୋଗିତା କାର୍ଯ୍ୟ ପରିବେଶକୁ ସୁଦୃଢ଼ କରି କଂପାନି ପ୍ରତିଭାବାନ ମହିଳାମାନଙ୍କୁ ଖଣି ଶିଳ୍ପରେ ଯୋଗଦେବା ପାଇଁ ଉତ୍ସାହିତ କରି ସେମାନଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଖଣି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଆନ୍ତର୍ଜାତିକ ଦିବସ ପାଳନ କରିବା ଏବଂ ଖଣି ଶିଳ୍ପ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିବା ବିଶିଷ୍ଟ ମହିଳାମାନଙ୍କୁ ସମ୍ମାନ ପ୍ରଦାନ କରି ଆମେ ଗର୍ବିତ । ଟାଟା ଷ୍ଟିଲ ମାଇନିଂରେ ଆମେ ବିବିଧତା ବିକାଶ ସହ ସମସ୍ତ କର୍ମଚାରୀଙ୍କ ସଫଳତା ପାଇଁ ସମାନ ସୁଯୋଗ ଓ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଦୃଢ଼ ବିଶ୍ୱାସ କରୁ ।


Share It

Comments are closed.