ଓଡ଼ିଶା ଅଭିବୃଦ୍ଧିରେ ୯ ବର୍ଷ ଧରି ସକାରାତ୍ମକ ପ୍ରଭାବ ପକାଇଛି ଟାଟା ଷ୍ଟିଲ କଳିଙ୍ଗନଗର

Share It

ଆଜିର ଦିନରେ ଟାଟା ଷ୍ଟିଲ କଳିଙ୍ଗ ନଗର କୁ ୯ ବର୍ଷ ପୁରିଲା । ୨୦୧୫ ନଭେମ୍ବର ୧୮ ରେ ଏହା ଉତ୍ସର୍ଗୀକୃତ ହୋଇଥିଲା । ଦୀର୍ଘ ୯ ବର୍ଷ ଧରି ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପ୍ଳାଣ୍ଟ ଓଡ଼ିଶାର ପ୍ରଗତିରେ ନିଜର ଯୋଗଦାନ ଜାରିରଖିଛି । ଭାରତର ଅନ୍ୟତମ ବୃହତ୍ତମ ଇସ୍ପାତ ପ୍ଳାଣ୍ଟ ଭାବେ ଏହି ଅତ୍ୟାଧୁନିକ ପ୍ଳାଣ୍ଟ, ଶିଳ୍ପ ବିକାଶର ପ୍ରମାଣ ଅଟେ । ଯାହା ନିରବଚ୍ଛିନ୍ନ ଭାବରେ ଅର୍ଥନୈତିକ ଅଭିବୃଦ୍ଧି ସହିତ ସାମାଜିକ ଦାୟିତ୍ୱ ଏବଂ ପରିବେଶ ପରିଚାଳନା କୁ ସମନ୍ୱିତ କରୁଛି ।

କଳିଙ୍ଗନଗର ପ୍ଳାଣ୍ଟ କେବଳ ଏକ ଶିଳ୍ପ କମ୍ପେ୍ଲକ୍ସ ନୁହେଁ ; ଏହା ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଅଙ୍ଗ ପାଲଟିଛି । ଟାଟା ଷ୍ଟିଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରି ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଯଥେଷ୍ଟ ପୁଞ୍ଜିନିବେଶ କରିଛି । ଯାହା ଆଖପାଖ ଅଞ୍ଚଳର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି । ଟାଟା ଷ୍ଟିଲ କଳିଙ୍ଗନଗରର ସଫଳତା ଏହାର କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଭାବରେ ଜଡ଼ିତ । ଟାଟା ଷ୍ଟିଲର ‘ସେଫ୍ଟି ଫାଷ୍ଟ\’ ନିୟମ ଏହା ସୁନିଶ୍ଚିତ କରେ ଯେ କର୍ମ କ୍ଷେତ୍ରରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ବଜାୟ ରହିବ ଏବଂ କଳିଙ୍ଗନଗର ବିଶ୍ୱର ଅନ୍ୟତମ ସୁରକ୍ଷିତ ଇସ୍ପାତ ପ୍ଳାଣ୍ଟରେ ପରିଣତ ହେବ ।

ସ୍ଥାନୀୟ ଜନସାଧାରଣଙ୍କ ସକାରାତ୍ମକ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ ଅନେକ ସାମାଜିକ ବିକାଶ ଯୋଜନା କାର୍ଯ୍ୟକାରୀ କରିଛି । ଏହି ଯୋଜନାଗୁଡ଼ିକ ମଧ୍ୟରେ ବ୍ୟାପକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରକଳ୍ପ ଏବଂ ଆଖପାଖ ଜନସାଧାରଣଙ୍କ ଜୀବନଧାରଣର ଗୁଣବତ୍ତା ରେ ଉନ୍ନତି ଆଣିବା ପାଇଁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଦାୟିତ୍ୱବାନ ସମ୍ବଳ ପରିଚାଳନା ଏବଂ ପରିବେଶ ସୁରକ୍ଷା, ପରିବେଶ ମାନଦଣ୍ଡପାଳନ ଏବଂ ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥାରେ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ’ ବୋଲି ଟିଏସକେର ଉପାଧ୍ୟକ୍ଷ ଅପରେସନ ରାଜୀବ କୁମାର କହିଛନ୍ତି ।
ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ, ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବ୍ଲାଷ୍ଟ ଫର୍ଣ୍ଣେସ୍ ର ୫,୮୭୦ ମିଟର ଆୟତନ ସହିତ ଏହାର ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି । ଦୀର୍ଘସ୍ଥାୟୀତା ପାଇଁ ଏଥିରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏବଂ ଇସ୍ପାତ ନିର୍ମାଣ ପ୍ରକ୍ରିୟାକୁ ପରିବେଶ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଇଛି ।
କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ଯୋଜନା କରାଯାଇଥିବା ପ୍ରମୁଖ ସୁବିଧାଗୁଡ଼ିକ ମଧ୍ୟରେ ପେଲେଟ୍ ପ୍ଲାଣ୍ଟ, କୋକ୍ ପ୍ଲାଣ୍ଟ ଏବଂ କୋଲ୍ଡ ରୋଲିଂ ମିଲ୍ ଅନ୍ତର୍ଭୁକ୍ତ – ପ୍ରତ୍ୟେକରେ ଉନ୍ନତ ଜ୍ଞାନକୌଶଳ ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସ ଅନ୍ତର୍ଭୁକ୍ତ । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାରେ ଆଧୁନିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁଥିରେ ମୂଲ୍ୟଯୁକ୍ତ ଉତ୍ପାଦ, ପରିଚାଳନା ଦକ୍ଷତା ଏବଂ କାର୍ବନ ଫୁଟପ୍ରିଣ୍ଟରେ ଉଲ୍ଲେଖନୀୟ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି ।

କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଏହି ସ୍ଥାନର ସମୁଦାୟ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ (ଏମ୍ଟିପିଏ)ରୁ ୮ ଏମ୍ଟିପିଏକୁ ବୃଦ୍ଧି ପାଇବ । ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସହିତ ଓଡ଼ିଶା, ଟାଟା ଷ୍ଟିଲ୍ ପାଇଁ ଭାରତରେ ସର୍ବବୃହତ୍ ନିବେଶ ସ୍ଥଳ ଭାବେ ଉଭା ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ମୋଟ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଛି । ଟିଏସକେର ସମ୍ପ୍ରସାରଣ ଭାରତରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି । ଯାହା ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ପାଇଁ ଦେଶର ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛି ।

କଳିଙ୍ଗନଗର କାରଖାନା ଭାରତର ଇସ୍ପାତ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭରଶୀଳ ହୋଇଛି ତଥା ଜାତୀୟ ଏବଂ ଅନ୍ତ୍ରଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦାନ ଦେଇଛି । ବଡ଼ ଧରଣର ଶିଳ୍ପ ପ୍ରକଳ୍ପ ସମ୍ବନ୍ଧୀୟ ଆହ୍ୱାନ ସ୍ୱାଭାବିକ ଭାବେ ରହିଥିବା ବେଳେ ଟାଟା ଷ୍ଟିଲ୍ ସାମଗ୍ରିକ, ନିରନ୍ତର ବିକାଶକୁ ପ୍ରାଥମିକତା ଦେଉଛି । ଏଥିସହ ଏକ ସହଯୋଗୀ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏବଂ ସ୍ଥାନୀୟ ଲୋକମାନଙ୍କ ସମେତ ଅଂଶୀଦାରମାନଙ୍କ ସହ ସକ୍ରିୟ ଭାବରେ ଯୋଗାଯୋଗ କରୁଛି । ଟାଟାଷ୍ଟିଲ କଳିଙ୍ଗନଗର ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ହୋଇ ରହିବ ଏବଂ ଆଗାମୀ ବର୍ଷଗୁଡ଼ିକ ପାଇଁ ରାଜ୍ୟର ନିରନ୍ତର ବିକାଶ ଏବଂ ପ୍ରଗତିରେ ଯୋଗଦାନ କରିବ ।


Share It

Comments are closed.