ଟାଟା ଷ୍ଟିଲ କଳିଙ୍ଗନଗରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ


                               

 

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଡୁବୁରି ନିକଟରେ ଥିବା ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ସ୍ଥିତ ପ୍ଲାଣ୍ଟା ପରିସରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟର ଏସ୍‌ଏମ୍‌ଏସ୍ ଓ ଏଲ୍‌ସିପି ବିଭାଗୀୟ ମୁଖ୍ୟ ଆଶୁତୋଷ କୁମାର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ଓ ଶ୍ରମିକ ସଂଘର ବରିଷ୍ଠ ଅଧିକାରୀ ଏବଂ କମ୍ୟୁନିଟି ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସୁରକ୍ଷା କର୍ମୀମାନଙ୍କ ଦ୍ୱାରା ପ୍ୟାରେଡ୍ ଓ ଡ୍ରିଲ୍ ପ୍ରଦର୍ଶିତ କରାଯାଇଥିଲା। ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସୁରକ୍ଷା ଓ ଅଗ୍ନି ନିରାପତ୍ତା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଟିଏସକେର ଇଞ୍ଜିନିୟରିଂ ଆଣ୍ଡ ପ୍ରୋଜେକ୍ଟ ଟିମ ପ୍ଲଟ-୨ ହାଉସିଂରେ ଠିକା କର୍ମଚାରୀଙ୍କ ପାଇଁ ଭଲିବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ ହୋଇଥିଲା। ଏଥି ସହ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ନୀଳାଚଳ ଇସ୍ପାତ ନିଗମ, ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫ୍‌ଏପି) ବ୍ରାହ୍ମଣିପାଳ ଓ ଫେରୋ ଆଲଏଜ୍ ପ୍ଲାଣ୍ଟ ଯାଜପୁରରେ ମଧ୍ୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏନ୍‌ଆଇଏନ୍‌ଏଲ୍‌ରେ ଏହାର ଚିଫ୍ ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ ଭିନୀତ ରଞ୍ଜନ ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ। ଏଫଏପି ବ୍ରାହ୍ମଣିପାଳ ଠାରେ ଏହାର ପ୍ଲାଣ୍ଟ ମୁଖ୍ୟ ଆଦର୍ଶ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିବା ବେଳେ ଏଫ୍‌ଏପି ଯାଜପୁରର ପ୍ଲାଣ୍ଟ ମୁଖ୍ୟ ଆଲୋକ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିଲେ।


Share It

Comments are closed.